ଥାଇରଏଡ଼ର ଲକ୍ଷଣ ଜାଣିଲା ପରେ ଠିକ୍ ସମୟରେ ଚିକିତ୍ସା କରନ୍ତୁ; ନଚେତ ପରିଣାମ ଖରାପ ହୋଇପାରେ ।

Spread the love

ବର୍ତ୍ତମାନ ସମୟରେ ଲୋକଙ୍କ ଖାଇବା ପିଇବା ଓ ଅନିୟମିତତା ଜୀବନଶୈଳ ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି । ଅନେକ ରୋଗ ମଧ୍ୟରୁ ଥାଇରାଏଡ଼ ଏକ ରୋଗ ଯାହାକୁ ଠିକ ସମୟରେ ଚିକିତ୍ସିତ କରି ଆପଣ ଏହି ରୋଗରୁ ଉପଶମ ପାଇପାରିବେ । ଥାଇରାଏଡ଼ ରୋଗ ଖାସ୍ କରି ଆୟୋଡିନର ଅଭାବରେ ପରିଲକ୍ଷିତ ହୁଏ । କେବେ କେବେ ଥାଇରାଏଡ଼ ଗ୍ରନ୍ଥି ବଢିବ କାରଣରୁ ମଧ୍ୟ ଗଳାରେ ଛୋଟ ଅବା ବଡ଼ ମୃତ ଅଣ୍ଡାକୋଷ ଦେଖାଯାଏ, ଯାହା ଦ୍ୱାରା ଗଳାର ତଳ ଭାଗରେ ଯେଉଁଠାରେ ଥାଇରାଏଡ଼ ହରମୋନ ସୃଷ୍ଟି ହେବାର ବାଧା ଉପୁଜି ଥାଏ । ଯଦି ଥାଇରାଏଡ଼ ଠିକ୍ ରହେ, ତାହା ହେଲେ ଆମ ଶରୀରରେ ମେଟାବୋଲିଜିୟମର ମାତ୍ର ସଠିକ୍ ରୂପେ କାମ କରି ଆବଶ୍ୟକୀୟ ହରମୋନର ମାତ୍ରା ନିୟନ୍ତ୍ରଣ ରଖେ ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଥାଇରାଏଡ଼ର କିଛି ଲକ୍ଷଣ ବିଷୟରେ କହିବୁ; ଯାହା ଦ୍ୱାର ଆପଣ ଥାଇରାଏଡ଼କୁ ଚିହ୍ନି, ସଠିକ ସମୟରେ ଚିକିତ୍ସା କରିପାରିବେ । କିନ୍ତୁ ଯଦି ଏହାର ଲକ୍ଷଣକୁ ଆପଣ ଧ୍ୟାନ ନ ଦିଅନ୍ତି; ତେବେ ଏହା ଭବିଷ୍ୟତରେ ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

ଆସନ୍ତୁ ଜାଣିବା ଥାଇରାଏଡ଼ର ଲକ୍ଷଣ ଗୁଡିକ ବିଷୟରେ-

ଯଦି କୌଣସି ଲୋକଙ୍କୁ ଥାଇରାଏଡ଼ର ସମସ୍ୟା ଥାଏ; ତେବେ ସେମାନଙ୍କ ଗଳାରେ ବ୍ୟାଥା ହେବା ସହ କଣ୍ଟା ଫୋଡି ହେଲା ଭଳି କଷ୍ଟ ଅନୁଭୂତି ହୁଏ । ଏହି ରୋଗ ହେଲେ ବ୍ୟକ୍ତିଙ୍କ ଗଳା ଏବଂ ତାଳୁ ସୁଖିଯିବା ଭଳି ଲାଗିଥାଏ । ଏହା ଆସ୍ତେ ଆସ୍ତେ ପାଚିଯିବାର ମଧ୍ୟ ସମ୍ଭାବନା ଥାଏ । ଏହିପରି ବିଭିନ୍ନ ସମସ୍ୟା ଦେଖାଯାଏ, ଯଦି ଆପଣ କୌଣସି ଲକ୍ଷଣ ଦେଖନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଯଦି କୌଣସି ବ୍ୟକ୍ତିଙ୍କୁ ଥାଇରାଏଡ଼ ହୁଏ, ତେବେ ସେମାନଙ୍କ ଶରୀରରେ ଛୋଟ ଛୋଟ ପରିବର୍ତ୍ତନ ହୁଏ, ଯାହାକୁ କି ସେମାନେ ଧ୍ୟାନ ଦିଅନ୍ତୁ ନାହିଁ । ଫଳରେ ଶାରୀରିକ ଓ ମାନସିକ ବିକାଶ ମନ୍ଥର ହୋଇଯାଇଥାଏ । ଯେଉଁ ଶିଶୁମାନଙ୍କ ବୟସ ୧୨ ରୁ ୧୪ ବର୍ଷ ମଧ୍ୟରେ ହୋଇଥାଏ, ସେମାନଙ୍କ ଶରୀର ବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ ବା ଅନ୍ୟ ଅର୍ଥ କହିବାକୁ ଗଲେ ଶରୀର ବୃଦ୍ଧି ହୁଏ ନାହିଁ ।

ଥାଇରାଏଡ଼ ସମସ୍ୟାରେ ହରମୋନ ବେଶି ତିଆରି ହୁଏ; ଫଳରେ ହୃତପିଣ୍ଡ ସ୍ପନ୍ଦନ ମନ୍ଥର ହୁଏ । ଏହି କାରଣରୁ ଗଣ୍ଠିରେ ପାଣି ଜମି ଯାଏ ଏବଂ କଷ୍ଟ ଅନୁଭୂତ ହୁଏ । ଫଳରେ ଚାଲିବାରେ ମଧ୍ୟ ଅସୁବିଧା ହୁଏ । ଥାଇରାଏଡ଼ ଯୋଗୁଁ ଆପଣଙ୍କ ଶରୀରର ଓଜନ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ବଢ଼ିଯାଏ ଏବଂ ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଆପଣଙ୍କୁ ଅଧିକ ଥଣ୍ଡା ଅନୁଭବ ହୁଏ ।

ଥାଇରାଏଡ଼ ହେଲେ ଗଳାର ଗଣ୍ଠିରେ କଷ୍ଟ ହେବା ସହ ନିଶ୍ୱାସ ପ୍ରଶ୍ଵାସ ନେବାରେ ଅସୁବିଧା ହୁଏ । ଏହା ସଙ୍ଗେ ସଙ୍ଗେ ଆପଣଙ୍କ ବାଳ ଝଡେ ଏବଂ ଆପଣ ଭୋକ ସମ୍ବାଳି ପାରନ୍ତି ନାହିଁ ଏବଂ ଆପଣଙ୍କୁ ନିଦ ମଧ୍ୟ ହୁଏ ନାହିଁ । ଏହା ଫଳରେ କାର୍ଯ୍ୟକ୍ଷମତା ହ୍ରାସ ପାଏ ଏବଂ ଆପଣ ନିରାଶ ହୋଇଯାଆନ୍ତି ଓ କଥା କଥାରେ କାନ୍ଦନ୍ତି ହୁଏ । ଥାଇରାଏଡ଼ ଯୋଗୁଁ ଶରୀର ଦୁର୍ବଳ ହୁଏ, କାମ କରିବାକୁ ଇଚ୍ଛା ହୁଏ ନାହିଁ ଓ ହାଲିଆ ଅନୁଭଵ ହେଲା ପରି ସମସ୍ୟା ସୃଷ୍ଟି ହୁଏ ।