ସ୍ୱାମୀଙ୍କ ଆୟୁଷ ବୃଦ୍ଧି ପାଇଁ ସାବିତ୍ରୀ ବ୍ରତ ପାଳନ କରାଯାଏ, ଜାଣନ୍ତୁ ଏହି ବ୍ରତ ସହିତ ଜଡ଼ିତ କିଛି କଥା ।

Spread the love

ବଟ ସାବିତ୍ରୀ ବ୍ରତ ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ପାଇଁ କରନ୍ତି । ଏମିତି କୁହାଯାଏ କି ଏହି ବ୍ରତ ପାଳନ କରି ସାବିତ୍ରୀ ନିଜ ସ୍ୱାମୀଙ୍କୁ ଯମରାଜା ଠାରୁ ରକ୍ଷା କରିଥିଲେ । ଏହି ବ୍ରତ ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ଅମାବାସ୍ୟା ଦିନ ହୁଏ ଏବଂ ଏହି ବର୍ଷ ଏ ବ୍ରତ ଜୁନ୍ ୩ ତାରିଖରେ ପଡୁଛି । ଏହି ବ୍ରତ ମାନିବା ପଛରେ ଗୋଟିଏ କଥା ଜଡିତ ଅଛି ଏବଂ ଏହି କଥାଟି ଏମିତି ପ୍ରକାରର –

ପୌରାଣିକ କଥା ଅନୁସାରେ ଅଶ୍ୱପତି ନାମକ ଜଣେ ରାଜା ଥିଲେ ଏବଂ ଏହି ରାଜାର କିଛି ସନ୍ତାନ ନ ଥିଲା । ସନ୍ତାନ ପ୍ରାପ୍ତି ପାଇଁ ରାଜା ଏବଂ ତାଙ୍କ ପତ୍ନୀ ମାତା ସାବିତ୍ରୀ ଦେବୀଙ୍କ ନିକଟରେ କଠିନ ଯଜ୍ଞ କଲେ । ରାଜା ଏବଂ ତାଙ୍କ ପତ୍ନୀ ଉପରେ ସନ୍ତୁଷ୍ଠ ହୋଇ ସାବିତ୍ରୀ ଦେବୀ ଆଶିର୍ବାଦ କଲେ ଏବଂ ଏହି ଆଶିର୍ବାଦ ଯୋଗୁଁ ତାଙ୍କର ଗୋଟିଏ ଝିଅ ହେଲା । ଏହି ଝିଅର ନାମ ସେମାନେ ସାବିତ୍ରୀ ରଖିଲେ । ସାବିତ୍ରୀ ଦେଖିବା ପାଇଁ ଖୁବ୍ ସୁନ୍ଦର ଥିଲେ ।

ଯେତେବେଳେ ସାବିତ୍ରୀ ବଡ଼ ହେଲେ ସେ ସାଲ୍ୱା ଦେଶର ରାଜକୁମାର ସତ୍ୟବାନକୁ ବିବାହ କରିବା ପାଇଁ ଇଚ୍ଛା କଲେ । ସେତେବେଳେ ନାରଦ ମୁନି ସାବିତ୍ରୀଙ୍କୁ ସତ୍ୟବାନ ସହ ବିବାହ ନ କରିବା ପାଇଁ ବୁଝେଇଲା ଏବଂ କହିଲେ ଯଦି ତୁମେ ସତ୍ୟବାନ ସହ ବିବାହ କରିବ, ତେବେ ତାଙ୍କର ମୃତ୍ୟୁ ଘଟିବ । କିନ୍ତୁ ସାବିତ୍ରୀ ତାଙ୍କ ହୃଦୟର କଥା ଶୁଣିଲେ ଓ ସତ୍ୟବାନ ସହ ବିବାହ କରିଲେ । ବିବାହା ପରେ ସାବିତ୍ରୀ ଜାଣିଥିଲେ ଯେ, ସତ୍ୟବାନର ଶୀଘ୍ର ମୃତ୍ୟୁ ହୋଇଯିବ, ତେଣୁ ସେ ଘୋର ତପସ୍ୟା କଲେ ଏବଂ ଏହି ତପସ୍ୟା କାରଣରୁ ଯମରାଜା ସାବିତ୍ରୀଙ୍କୁ ତାଙ୍କ ସ୍ୱାମୀର ଜୀବନ ଫେରାଇ ଦେଲେ । ଏହାପର ଠାରୁ ସବୁ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କଲେ ।

କିଭଳି ପାଳନ କରନ୍ତି ଏହି ବ୍ରତ :

– ସାବିତ୍ରୀ ବ୍ରତ “କରୱା ଚଉଠି” ବ୍ରତ ଭଳି । କିନ୍ତୁ ଏହି ବ୍ରତରେ ଚନ୍ଦ୍ର ବଦଳରେ ବଟ ଅର୍ଥାତ ବରଗଛକୁ ପୂଜା କରାଯାଏ ।

– ବ୍ରତ ଦିନ ମହିଳାମାନେ ସକାଳୁ ଉଠି ପ୍ରଥମେ ସ୍ନାନ କରନ୍ତି ଏବଂ ସ୍ନାନ ପରେ ଭାଲ ଭାବେ ଶୃଙ୍ଗାର କରି ବ୍ରତ କରିବା ପାଇଁ ସଂକଳ୍ପ ହୁଅନ୍ତି ।

– ଏହି ବ୍ରତ ସମୟରେ ମହିଳାମାନେ କିଛି ଖାଦ୍ୟ ଖାଆନ୍ତି ନାହିଁ ଏବଂ ନିର୍ଜଳ ଉପବାସ କରନ୍ତି ।

– ଏହି ଦିନ ଲାଲ ବଦଳରେ ନାରଙ୍ଗୀ ରଙ୍ଗର ସିନ୍ଦୁର ଧାରଣ କରିବା ଶୁଭ ହୋଇଥାଏ ।

– ଏହି ବ୍ରତ ଦିନ ବରଗଛକୁ ପୂଜା କରାଯାଏ ଏବଂ ଏହି ଗଛ ତଳେ ସାବିତ୍ରୀ-ସତ୍ୟବାନ ଓ ଯମରାଜଙ୍କ ମୂର୍ତ୍ତି ରଖାଯାଏ । ପ୍ରଥମେ ବରଗଛରେ ପାଣି ଦିଅନ୍ତି ଏବଂ ଏହା ପରେ ଫୁଲ, ଚାଉଳ, ସିନ୍ଦୁର ଓ ମିଠେଇ ଅର୍ପଣ କରନ୍ତି । ଏହାପରେ ରକ୍ଷା ସୂତା ଗୁଡ଼ାଇ ସାତଥର ପରିକ୍ରମଣ କରନ୍ତି ।

– ପରିକ୍ରମଣ କଲା ପରେ ହାତରେ କଳା ଚଣା ଧରି ବ୍ରତର କଥା ଶୁଣନ୍ତି, କଥା ଶୁଣିଲା ପରେ ପ୍ରତ୍ୟେକ ମହିଳା ଜଣେ ଅନ୍ୟ ଜଣଙ୍କୁ ଶୃଙ୍ଗାର ସାମଗ୍ରୀ ଦିଅନ୍ତି ।

– ଏହି ବ୍ରତ ତା ପରଦିନ ଭାଙ୍ଗିଥାନ୍ତି ଏବଂ ତା ପର ଦିନ ବରଗଛର ଉର ଖାଇ ଏ ବ୍ରତ ସମାପନ କରିଥାନ୍ତି । କିଛି ସ୍ତ୍ରୀ ଲୋକ ଏହି ବ୍ରତ ଦିନ ବରଗଛ ଲଗାନ୍ତି । ତେଣୁ ଯଦି ଆପଣ ଚାହାଁନ୍ତି; ତେବେ ଏହି ଦିନ ବରଗଛ ମଧ୍ୟ ଲଗେଇ ପାରିବେ ।