ପ୍ରତ୍ୟକ ଦିନ ସକାଳେ ବାସି ପାଟିରେ ଏହା ପିଇଲେ, ଚେହେରାର ଚମକ ଆସିଥାଏ ଏବଂ ବାର୍ଦ୍ଧକ୍ୟ ଦୁରେଇ ଯାଏ ।

କହିବାକୁ ଗଲେ ପ୍ରତ୍ୟେକ ବ୍ୟକ୍ତି ନିଜ ଚେହେରାକୁ ସୁନ୍ଦର ଓ ସତେଜ କରିବା ପାଇଁ ଚାହିଁଥାନ୍ତି ଏବଂ ଏଥିପାଇଁ ସେମାନେ ଭିନ୍ନ ଭିନ୍ନ ଉପାୟମାନ ଅବଲମ୍ବନ କରିଥାନ୍ତି । ଆଜି ଆମେ ସେହିପରି ଏକ ବିଷୟ ନେଇ ଆସିଛୁ, ତାହା ହେଉଛି ହଳଦୀ ପଣି । ଆସନ୍ତୁ ଜାଣିବା ହଳଦୀ ପାଣି ପିଇଲେ ମିଳୁଥିବା ଲାଭ ବିଷୟରେ । ହଳଦୀ ଯୁକ୍ତ ଉଷୁମ ପାଣି ପିଇଲେ ସ୍ମରଣ ଶକ୍ତି ଓ ବୃଦ୍ଧି ବଢ଼ିଥାଏ । ଯଦି ପ୍ରତ୍ୟେକ ଦିନ ସକାଳେ ଆପଣ ଉଷୁମ ହଳଦୀ ପାଣି ପିଅନ୍ତି; ତେବେ ରକ୍ତରେ ଥିବା ମଇଳା ସଫା ହୋଇଯାଏ ।
ଯଦି ଆପଣଙ୍କ ଚେହେରାରେ ଭ୍ରଣ ହୋଇଥାଏ, କାଛୁ କୁଣ୍ଡିଆ ହୁଏ; ତେବେ ଆପଣ ସବୁଦିନ ସକାଳେ ଖାଲି ପେଟରେ ଉଷୁମ ହଳଦୀ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ, ଏହା ସହିତ ଉଷୁମ ହଳଦୀ ପାଣି ପିଇଲେ ସ୍ମରଣ ଶକ୍ତି ବଢିବା ସଙ୍ଗେ ସଙ୍ଗେ ବୃଦ୍ଧି ମଧ୍ୟ ବଢ଼ିଥାଏ ଏବଂ ହୃଦ୍ ରୋଗରୁ ବଞ୍ଚିତ ମଧ୍ୟ ହୋଇପାରିବେ ।
ଯେଉଁ ବ୍ୟକ୍ତିମାନେ ହୃତପିଣ୍ଡ ସମ୍ବନ୍ଧିତ ରୋଗର ସମସ୍ୟାରେ ଥିବା, ସେହି ବ୍ୟକ୍ତିମାନେ ହଳଦୀ ପାଣି ପିଇବା ଆବଶ୍ୟକ । କାରଣ ହଳଦୀ ରକ୍ତ ଜମାଟ ବାନ୍ଧିବାରୁ ରକ୍ଷା କରେ, ଯାହାଦ୍ୱାରା ହାର୍ଟ ଆର୍ଟକ ସମ୍ଭାବନା କମିଯାଇ ଥାଏ ।
ଲିଭର୍ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ହଳଦୀ ପାଣି କୌଣସି ଔଷଧରୁ କମ ନୁହେଁ । ହଳଦୀ ପାଣି ଲିଭର୍ ର କୋଷ ଗୁଡିକୁ ପୁଣିଥରେ ଠିକ୍ କରି ଦେଇଥାଏ । ହଳଦୀ ଏବଂ ପାଣିରେ ଥିବା ଗୁଣ ଲିଭର୍ କୁ ସଂକ୍ରମଣରୁ ରକ୍ଷା କରିଥାଏ ।
ଯେବେ ହଳଦୀ ପାଣିରେ ଲେମ୍ବୁ ମିଶାଇ ପିଅନ୍ତି; ତେବେ ଶରୀରରେ ଅଟକି ରହି ଯାଇଥିବ ବିଷାକ୍ତ ପଦାର୍ଥକୁ ବାହାର କରିଦିଏ । ଏହା ପିଇବା ଫଳରେ ଶରୀରର ବଢୁଥିବା ବୟସର ଛବି ଜଣ ପଢେ ନାହିଁ ଏବଂ ବାର୍ଦ୍ଧକ୍ୟର ଲକ୍ଷଣ ଦୁରେଇ ଯାଇଥାଏ ।
ହଳଦୀରେ ଫ୍ରୀ ରେଡିକଲ ଥିବାରୁ ତାହା ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଵୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତ୍ୟେକ ଦିନ ହଳଦୀ ପାଣି ପିଇଲେ ଚେହେରାରେ ଚମକ ଅନେକ ଗୁଣରେ ବଢ଼ିଥାଏ ଏବଂ ଚେହେରାରେ ଝୁରିଆ ପଡ଼େ ନାହିଁ ଏବଂ ଆଖି ତଳେ ହୋଇଥିବା କଳା ଦାଗ ଧିରେ ଧିରେ ଦୂରଇ ଯାଇଥାଏ ।
ଯଦି ଆପଣ ମଧ୍ୟ କିଛି ସ୍ୱାସ୍ଥ୍ୟ କିମ୍ବା ସୌନ୍ଦର୍ଯ୍ୟ ଉପଚାର ସାମସ୍ୟରେ ଦୁଃଖିତ ଅଟନ୍ତି, ତେବେ ଆମକୁ କମେଣ୍ଟ ବକ୍ସରେ ନିଜ଼ ହିତ ରୂପେ କୁହନ୍ତୁ ।