ଫିଲ୍ମରେ ସଫଳତା ପାଇବା ପାଇଁ ଏହି ତାରକାମାନେ ନିଜର ପ୍ରକୃତ ନାମ ବଦଳାଇ ଥିଲେ । ପୂର୍ବୁରୁ ଅଲଗା ପରିଚୟ ଥିଲା ।

Spread the love

ବଲିଉଡର ତାରକାମାନଙ୍କୁ ଆପଣ ଯେଉଁ ନାମରେ ଜାଣନ୍ତି, ସେହି ନାମ ସେମାନଙ୍କର ପାର୍ସପୋର୍ଟରେ ସେହି ନାମ ନାହିଁ ।

ବଲିଉଡରେ କାମ କରିବାର ଇଚ୍ଛା ସମସ୍ତଙ୍କର ଥାଏ କିନ୍ତୁ ଜରୁରୀ ନୁହଁ ଯେ ସମସ୍ତଙ୍କୁ ଏପରି ସୁଯୋଗ ମିଳିଯିବ । ପୁଣି ସୁଯୋଗ ମିଳିଗଲେ ମଧ୍ୟ ସଫଳତା ମିଳିବ, ତାର କୌଣସି ଭରସା ନଥାଏ । ଫିଲ୍ମରେ କାମ କରି ଦର୍ଶକଙ୍କର ହୃଦୟ ଜିତିବାର କଳା ସମସ୍ତଙ୍କ ପାଖରେ ନଥାଏ, କିଛି ତାରକାଙ୍କ ଭିତରେ ଏହି ପ୍ରତିଭା ଥାଏ । କିନ୍ତୁ ସେମାନଙ୍କର ଅଜବ ନାମ ଯୋଗୁଁ ଫିଲ୍ମ ନିର୍ମାତା ମାନଙ୍କୁ ଚିନ୍ତିତ ହେବା ପାଇଁ ଲାଗିଥିଲା, ସେଥିପାଇଁ ଫିଲ୍ମରେ ସଫଳତା ପାଇବା ପାଇଁ ଏହି ତାରକାମାନେ ନିଜର ନାମକୁ ବଦଳାଇ ଦେଇଥିଲେ, ଏମାନଙ୍କ ମଧ୍ୟରୁ ବହୁତ ତାରକାଙ୍କ ନାମ ପୂର୍ବରୁ କିଛି ଅଲଗା ଥିଲା ।

ସଫଳତା ମିଳିବା ପାଇଁ ଏହି ତାରକାମାନେ ନିଜର ନାମ ବଦଳାଇ ଥିଲେ :

ମିଥୁନ ଚକ୍ରବର୍ତ୍ତୀ :

ବଲିଉଡର ନୃତ୍ୟ ସମ୍ରାଟ ମିଥୁନ ଚକ୍ରବର୍ତ୍ତୀ ଫିଲ୍ମରେ ଆସିବା ପୂର୍ବରୁ ନକସଲ ମାନଙ୍କ ସହ କାମ କରୁଥିଲେ । ତାଙ୍କର ପ୍ରକୃତ ନାମ “ଗୌରାଙ୍ଗ ଚକ୍ରବର୍ତ୍ତୀ” ଥିଲା କିନ୍ତୁ ଫିଲ୍ମରେ ଆସିବା ସମୟରେ ଫିଲ୍ମ ନିର୍ମାତାମାନଙ୍କୁ ତାଙ୍କର ନାମ ପସନ୍ଦ ହୋଇନଥିଲା ଏବଂ ସେଥିପାଇଁ ତାଙ୍କୁ ନିଜର ନାମ ମିଥୁନ ରଖିବାକୁ ପଡିଥିଲା ।

ଅମିତାଭ ବଚ୍ଚନ :

ବଲିଉଡର ମହାନାୟକ କୁହାଯାଉଥିବା ଅମିତାଭ ବଚ୍ଚନଙ୍କ ପ୍ରକୃତ ନାମ “ଇନକଲାବ ଶ୍ରୀବସ୍ତାଵ” ଅଟେ କିନ୍ତୁ ଫିଲ୍ମରେ ଆସିବା ପରେ ଲୋକେ ତାଙ୍କୁ “ବୀଗ ବି” ଅର୍ଥାତ ଅମିତାଭ ବଚ୍ଚନ ବୋଲି ଜାଣିଲେ ।

ପ୍ରଭାସ :

ଫିଲ୍ମ ବାହୁବଳିରୁ ଦୁନିଆ ସାରା ଲୋକପ୍ରିୟ ହୋଇଥିବା ପ୍ରଭାସଙ୍କ ପ୍ରକୃତ ନାମ “ବେଙ୍କଟା ସତ୍ୟନାରାୟଣ ପ୍ରଭାସ ରାଜୁ ଉପାଲପତି” ଅଟେ । କିନ୍ତୁ ନିର୍ମାତା ତାଙ୍କୁ କେବଳ ପ୍ରଭାସ ନାମ ଦେଇଥିଲେ ଏବଂ ଏହି ନାମରେ ତାଙ୍କର ଅନ୍ତର୍ଜାତୀୟ ପରିଚୟ ପତ୍ର ପ୍ରସ୍ତୁତ ହୋଇଛି ।

ଗୋବିନ୍ଦା :

ଫିଲ୍ମରେ ନୃତ୍ୟ ଏବଂ ହାସ୍ୟାତ୍ମକରେ ଜୀବନ ଭରି ଦେଇଥିବା ତାରକା ଗୋବିନ୍ଦା ମଧ୍ୟ କୌଣସି ପରିଚୟର ଅଧିକାର ନଥିଲା କିନ୍ତୁ ଆପଣମାନେ ଜାଣି ରଖନ୍ତୁ ଯେ, ଗୋବିନ୍ଦା ବିହାର ସହ ସମ୍ବନ୍ଧ ରଖନ୍ତି । ତାଙ୍କର ନାମ “ଗୋବିନ୍ଦା ଆହୁଜା” ଅଟେ ।

ଜନ ଅବ୍ରହାମ :

ବଲିଉଡର କାମୋଧ୍ୟିପକ ପୁରୁଷ କୁହାଯାଉଥିବା ଜନ ଅବ୍ରହାମଙ୍କର ଶରୀର ଏବଂ ହସରେ ଦୁନିଆ ପାଗଳ ଅଟେ । ବର୍ତ୍ତମାନ ସେ ଦେଶାତ୍ମବୋଧକ ଫିଲ୍ମ ଅଧିକ କରୁଛନ୍ତି କିନ୍ତୁ ଖୁବ କମ୍ ଲୋକ ଜାଣନ୍ତି ଯେ, ତାଙ୍କର ପ୍ରକୁତ ନାମ “ଫରହାନ ଅବ୍ରହାମ” ଅଟେ ।

ଜନି ଲିବର :

ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ହସାଉଥିବା ହାସ୍ୟକାରୀ ଜନି ଲିବରଙ୍କ ନାମ ଆପଣ ମାନେ ବୋଧେ ଶୁଣିଥିବେ । ତାଙ୍କର ପ୍ରକୃତ ନାମ “ଜନ ରାବ ପ୍ରକାଶ ରାବ ଜାନୁମଲା” ଅଟେ ।

ଟାଇଗର ଶ୍ରାଫ :

ନିଜର ଫିଲ୍ମରେ ଏକସନ ଏବଂ ନୃତ୍ୟର ତଡକା ଲଗାଉଥିବା ଟାଇଗର ଶ୍ରାଫଙ୍କର ମହିଳା ପ୍ରଶଂସକ ଅଧିକ ଅଛନ୍ତି । ଯଦି ସେମାନଙ୍କୁ ଟାଇଗରଙ୍କର ପ୍ରକୃତ ନାମ ଜଣା ନାହିଁ, ତେବେ ତାଙ୍କର ପ୍ରଶଂସକ ହେବା ବେକାର ଅଟେ । ଆମେ ଆପଣଙ୍କୁ କହୁଛୁ, ଟାଇଗରଙ୍କର ପ୍ରକୃତ ନାମ “ଜୟ ହେମନ୍ତ ଶ୍ରାଫ” ଅଟେ ।

ସଲମାନ ଖାନ :

ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ପାଗଳ ପ୍ରେମୀ ସବୁ ସ୍ଥାନରେ ଅଛନ୍ତି । ତାଙ୍କର ଫିଲ୍ମର ରୋଜଗାର ଜଣାଏ ଯେ, ତାଙ୍କର କେତେଜଣ ପ୍ରଶଂସକ ଥିବେ । ସେ ବର୍ଷରେ ଗୋଟେ କିମ୍ବା ଦୁଇଟି ଫିଲ୍ମ ଆଣନ୍ତି ଏବଂ ବାକି ସବୁ ଫିଲ୍ମ ତାରକାଙ୍କର ଫିଲ୍ମକୁ ବୃଥା କରି ଦିଅନ୍ତି । ତେବେ ଆପଣ ଜାଣି ନିଅନ୍ତୁ ଯେ, ଆପଣଙ୍କର ପସନ୍ଦିୟ ସଲମାନ ଖାନଙ୍କର ପ୍ରକୃତ ନାମ “ଅବଦୁଲ ରାସିଦ ସଲିମ ସଲମାନ ଖାନ” ଅଟେ ।

ସନି ଦେଓଲ :

ପଞ୍ଜାଵର ଗର୍ବ କୁହାଯାଉ ଥିବା ତାରକା ସନ୍ନି ଦେଓଲ ନିଜର ଫିଲ୍ମରେ ଦେଉଥିବା ଗର୍ଜନରେ ପାକିସ୍ତାନକୁ ମଧ୍ୟ ଥରହର କରିଦିଅନ୍ତି । ବର୍ତ୍ତମାନ ସେ ପଞ୍ଜାଵର ଗୁରୁଦାସପୁରର ସାଂସଦ ଅଛନ୍ତି । ବିଜେପି ତାଙ୍କୁ ଏହି ବର୍ଷ ଲୋକସଭା ନିର୍ବାଚନ ପାଇଁ ଟିକଟ ଦେଇଥିଲା । ଆପଣ ଜାଣିନିଅନ୍ତୁ ଯେ, ତାଙ୍କର ପ୍ରକୃତ ନାମ “ଅଜୟ ସିଂ ଦେଓଲ” ଅଟେ ।

ଆଶା କରୁଛୁ ଯେ, ଆମର ଏହି ଅନୁଛେଦ ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିବା ପରେ ଏହାକୁ ଲାଇକ ଏବଂ ସେୟାର ନିଶ୍ଚୟ କରନ୍ତୁ ।