ଯଦି ଏହି ରୋଗରୁ ନିବୃତ୍ତ ପାଇବା ପାଇଁ ଚାହୁଁଛନ୍ତି, ତେବେ ବ୍ରାହ୍ମୀର ବ୍ୟବହାର କରନ୍ତୁ । ସୁନିଶ୍ଚିତ ଆରୋଗ୍ୟ ପାଇବେ ।

Spread the love

ଆୟୁର୍ବେଦରେ ପାଖାପାଖି ସବୁ ରୋଗର ଚିକିତ୍ସା ହୋଇଥାଏ । ପ୍ରାକୃତିକ ଉପାୟରେ ଏମିତି ବଡ଼ ବଡ଼ ରୋଗର ଚିକିତ୍ସା ହୋଇଥାଏ, ଯାହା ଦାମୀ ଔଷଧ କରିପାରେ ନାହିଁ । ଆୟୁର୍ବେଦ ଉପଚାରରେ ଧର୍ଯ୍ୟ ଧରିବାକୁ ପଡିବ । ଏହାର ପ୍ରଣାଳୀ ଲମ୍ବା ହୋଇପାରେ କିନ୍ତୁ ଫଳାଫଳ ଭଲ ହୋଇଥାଏ । ଆୟୁର୍ବେଦରେ ପ୍ରାକୃତିକ ଔଷଧର ବ୍ୟବହାର ହୁଏ । ଆଜି ଆମେ ଯେଉଁ ଔଷଧ ବିଷୟରେ କହିବାକୁ ଯାଉଛୁ, ତାକୁ ବ୍ରାହ୍ମୀ ବୋଲି କୁହାଯାଏ । ବ୍ରାହ୍ମୀକୁ ଲୋକେ ମସ୍ତିଷ୍କ ଅଭିବୃଦ୍ଧି ଶକ୍ତି ମଧ୍ୟ କହନ୍ତି । ଏହି ଗଛର ଉତ୍ପତ୍ତି ଓଦା ମାଟିରେ ଆପେ ଆପେ ହୋଇଥାଏ । ଏଥିରେ ଛୋଟ ଛୋଟ ପାଖୁଡା ବିଶିଷ୍ଟ ବାଇଗଣୀ ଓ ଧଳା ରଙ୍ଗର ଫୁଲ ମଧ୍ୟ ଫୁଟେ । ସ୍ମରଣ ଶକ୍ତି ବଢେଇବାର ମଧ୍ୟ ବ୍ରାହ୍ମୀର ମହତ୍ୱପୂର୍ଣ୍ଣ ଭୂମିକା ଥାଏ । ଆଜି ଆମେ ବ୍ରାହ୍ମୀରୁ ମିଳୁଥିବା ଅନ୍ୟ କିଛି ଉପକାରିତା ବିଷୟରେ କହିବୁ ।

ବ୍ରାହ୍ମୀରୁ ମିଳୁଥିବା ଉପକାରିତା :

ଯଦି ଆପଣ ଆପଣଙ୍କ ଶରୀରରେ କୋର୍ଟିସଲ (ଏହା ଏକ ହରମୋନ ଯାହା ଭୋକ ବଢାଇ ଥାଏ)ର ମାତ୍ରା କମେଇବାକୁ ଚାହାଁନ୍ତି; ତେବେ ବ୍ରାହ୍ମୀର ବ୍ୟବହାର ଆପଣଙ୍କ ପାଇଁ ରାମବାଣ ସଦୃଶ ପ୍ରମାଣିତ ହେବ । କୋର୍ଟିସଲ ଏକ ପ୍ରକାରର ଚାପକାରୀ ହରମୋନ । ଏହାର ବ୍ୟବହାର ଚାପ ଓ ଚିନ୍ତାରୁ ମୁକ୍ତ ପାଇଁ କରାଯାଏ ।

ବ୍ରାହ୍ମୀର ବ୍ୟବହାର ଅଲଜାଇମର୍ସ (ମାନସିକ ରୋଗ) ରୋଗକୁ ନିୟନ୍ତ୍ରିତ କରିଥାଏ । ଏଥିରେ ଥିବା ଏମିଲାଇଡ଼ ଯୌଗିକ ଆମ ମସ୍ତିଷ୍କରେ ହେବାକୁ ଥିବା କ୍ଷତିରୁ ଆମକୁ ରକ୍ଷା କରେ ।

ବ୍ରାହ୍ମୀରେ ଆଣ୍ଟିଅକ୍ସିଡାଣ୍ଟ (ପ୍ରତିଉପଚାରକ) କ୍ଷମତା ଅଧିକ ମାତ୍ରାରେ ଥାଏ । ତେଣୁ ଏହାର ପ୍ରୟୋଗ ସୁସ୍ଥ ଜୀବନ ପାଇଁ ଅତି ଆବଶ୍ୟକ । ବ୍ରାହ୍ମୀ ଶରୀରରେ ଥିବା ସେହି ମୂଳତତ୍ତ୍ୱକୁ ମଧ୍ୟ ନଷ୍ଟ କରିଦିଏ, ଯାହା କ୍ୟାନସର କୋଷକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ହଜମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ବ୍ରାହ୍ମୀ ଦ୍ୱାରା ଭଲ ହୋଇଥାଏ । ଏହାର ନିୟମିତ ବ୍ୟବହାର ପାଚନତନ୍ତ୍ରକୁ ଶକ୍ତ କରିଥାଏ ।

ଯଦି ଆପଣ ହାଡ଼ ସମ୍ବନ୍ଧିତ ରୋଗରେ ଗ୍ରାସିତ ଅଛନ୍ତି; ତେବେ ବ୍ରାହ୍ମୀ ଆପଣଙ୍କୁ ଆରାମ ଦେଇପାରିବ । ଏହାଛଡା ଗ୍ୟାସ, ଅଲସର ଓ ଅନ୍ତନଳୀ ଜନିତ ରୋଗରୁ ନିବୃତ୍ତ କରିଥାଏ । ବ୍ରାହ୍ମୀ ଶରୀରରେ ରକ୍ତସୁଗରର ମାତ୍ରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏତିକି ହିଁ ନୁହେଁ ହାଇପଗ୍ଲୋମେସିଆ (କମ ରକ୍ତ ସୁଗର) ଲକ୍ଷଣରୁ ମଧ୍ୟ ଆରାମ ପ୍ରଦାନ କରିଥାଏ ।

ବ୍ରାହ୍ମୀ ଦ୍ୱାରା ବାଳର ରୂପି ଓ କୁଣ୍ଡିଆ ସମସ୍ୟା ମଧ୍ୟ ଦୂର କରାଯାଏ । ସୌନ୍ଦର୍ଯ୍ୟ ସମ୍ବନ୍ଧିତ ସମସ୍ୟାରେ ମଧ୍ୟ ବ୍ରାହ୍ମୀର ବ୍ୟବହାର କରାଯାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିଦିଏ ।