33 ନମ୍ବର ପାଇବା ପାଇଁ ଛାତ୍ରୀ ଜଣଙ୍କ କରିଥିଲେ ଏହିପରି କିଛି କାମ । ବିଷୟ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଆମ ଦେଶର ଜ୍ଞାନୀ ଛାତ୍ର ସମାଜ ନିଜ କୋଠର ପରିଶ୍ରମ ଫଳରେ ପ୍ରତିଟି ବିଷୟରେ ଶତ ପ୍ରତିଶତ ନମ୍ବର ରଖନ୍ତି । କିଛି ଛାତ୍ରଛାତ୍ରୀ ଏହିପରି ଅଛନ୍ତି; ଯେଉଁମାନେ ୧୦୦ରୁ କିଛି କମ ମାର୍କ ରଖିଲେ ଚିନ୍ତିତ ହୋଇ ଯାଇଥାନ୍ତି । ଏହି କଥାରେ ସେମାନେ ଚିନ୍ତିତ ହୁଅନ୍ତି ଯେ, କେଉଁଭଳି ରୂପେ ଆମର ମାର୍କ କମ ହେଲା । ଆମେ ତ ପରିଶ୍ରମ କରିଥିଲୁ କିନ୍ତୁ ମାର୍କ କମ ହେବାର କାରଣ କଣ ଥିଲା ? ଏହା ଭାବି ଭାବି ଚିନ୍ତିତ ହୁଅନ୍ତି ଓ ଦୁଃଖ ପ୍ରକାଶ ମଧ୍ୟ କରନ୍ତି । ଅନ୍ୟ ପକ୍ଷରେ କିଛି ଏହିଭଳି ଛାତ୍ର ଅଛନ୍ତି, ଯେଉଁମାନେ ବର୍ଷ ତମାମ ପରିଶ୍ରମ କରନ୍ତି ନାହିଁ । ଏହି କାରଣରୁ ପରୀକ୍ଷାରେ କିଛି ଲେଖି ପାରନ୍ତି ଏବଂ ଦିନ ରାତି ଭଗବାନଙ୍କୁ ପ୍ରାର୍ଥନା କରନ୍ତି ଯେ, ସେମାନଙ୍କୁ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ମିଳିଯାଉ, ସେମାନେ ପାସ ହୋଇ ଯାଅନ୍ତୁ ।

ଏହିଥର ଯେଉଁଭଳି ରୂପେ ପରୀକ୍ଷା ହୋଇଥିଲା କପି କରିବା ସମ୍ଭବ ହୋଇନଥିଲା; ଯାହାଫଳରେ ପିଲାଙ୍କ ରେଜଲ୍ଟ ଖରାପ ହୋଇ ଯାଇଥିଲା । ଅନେକ ପିଲା ପାସ୍ ମଧ୍ୟ ହୋଇ ପାରିନଥିଲେ । ଆଜି ଆମେ ଆପଣଙ୍କୁ ଦଶମ ଶ୍ରେଣୀର ପିଲାଙ୍କ ଉତ୍ତରପତ୍ର ଦେଖାଇବୁ ଯାହାକୁ ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପିଲାମାନେ ବର୍ଷ ତମାମ ପଢ଼ାପଢ଼ି କରିନଥିଲେ । ଯାହାଫଳରେ ପରୀକ୍ଷାରେ ପାସ୍ ହେବା ପାଇଁ ସେମାନେ ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥିଲେ । ଯେପରି କିଛି ବିଦ୍ୟାର୍ଥୀ ନିଜର ଉତ୍ତରପତ୍ରରେ ନୋଟ ଲଗାଇ ଥିବା ବେଳେ, କିଛି ବିଦ୍ୟାର୍ଥୀ ନିଜ ମାତାପିତାଙ୍କ ସ୍ୱାସ୍ଥ୍ୟ ଖରାପ ଅଛି ବୋଲି କହି ଶିକ୍ଷକଙ୍କ ପାଖରେ ପାସ୍ ହେବା ପାଇଁ ଗୁହାରି ଲଗାଇଛନ୍ତି ।

ପ୍ରଥମେ ବିଦ୍ୟାର୍ଥୀ କେବଳ ଅଧ୍ୟାପକଙ୍କୁ ଗୁହାରି ଲଗାଉଥିଲେ ଯେ, ସେମାନଙ୍କୁ ପାସ୍ କରିଦିଅନ୍ତୁ କିନ୍ତୁ ଆଜିର ଯୁବ ପିଢ଼ି ଏକ ପାଦ ଆଗକୁ ଯାଇଛନ୍ତି । ଆଜିର ଛାତ୍ର ସମାଜ ପାସ୍ ହେବା ପାଇଁ ଶିକ୍ଷକଙ୍କୁ ଗୁହାରି ଲଗାଇ ନାହାଁନ୍ତି ବରଂ ସେମାନେ ଶିକ୍ଷକଙ୍କୁ ଲାଞ୍ଚ ଦେବା ପାଇଁ ଚେଷ୍ଟା କରିଛନ୍ତି । ଏହା ସହ ସେମାନେ ଶିକ୍ଷକଙ୍କୁ ପାର୍ଟି ଦେବାପାଇଁ ମଧ୍ୟ କହିଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଦିନ ଗୁଡିକରେ କିଛି ଏହିପରି ଛାତ୍ରଙ୍କ ଉତ୍ତରପତ୍ର ଭାଇରଲ ହେବାରେ ଲାଗିଛି; ଯେଉଁଥିରେ ଛାତ୍ରଛାତ୍ରୀ ମାନେ ଶିକ୍ଷକଙ୍କୁ ମାତ୍ର ୩୩ ପ୍ରତିଶତ ମାର୍କ ଦେଇ ପାସ କରାଇଦେବା ପାଇଁ ଗୁହାରି ଲଗାଇଛନ୍ତି । ଏହା ପ୍ରତିବଦଳରେ ସେମାନେ ଶିକ୍ଷକଙ୍କୁ ପାର୍ଟି ଦେବା ପାଇଁ ମଧ୍ୟ କହିଛନ୍ତି ।ହରିୟାଣା ବୋର୍ଡର ଉତ୍ତରପତ୍ରରେ ଛାତ୍ରମାନେ ଏହିପରି କିଛି କଥାର ଉଲ୍ଲେଖ କରିଛନ୍ତି ଯାହାକୁ ପଢିବା ପରେ ଆପଣ ହସି ହସି ଗଡିଯିବେ ।

ଏହି ଉତ୍ତରପତ୍ର ଗୁଡିକରେ ଜଣେ ଶିକ୍ଷକ ୧୦ମ ଶ୍ରେଣୀର ଜଣେ ଛାତ୍ରର ଉତ୍ତରପତ୍ର ଦେଖାଇଛନ୍ତି; ଯେଉଁଥିରେ ଛାତ୍ରଟି ଲେଖିଛି ସାର୍ ଦୟାକରି ମୋତେ କ୍ଷମା କରି ଦିଅନ୍ତୁ; କାରଣ ପିତାମାତା ମଧ୍ୟ କହୁଛନ୍ତି ମୁଁ ଫେଲ୍ ହୋଇଯିବି । ଏହିପରି ମୋ ଉପରେ ବହୁତ ବୋଝ ରହିଛି । ଯଦି ଆପଣ ପାସ୍ କରିଦେବେ, ତାହା ହେଲେ ବହୁତ କୃପା ହେବ । ଏହା ବ୍ୟତୀତ ଅନ୍ୟ ଜଣେ ଶିକ୍ଷକ ଅନ୍ୟ ଜଣେ ପିଲାର ଉତ୍ତରପତ୍ର ଦେଖାଛନ୍ତି; ଯେଉଁଥିରେ ଲେଖା ହୋଇଥିଲା ସାର୍ ଯଦି ଆପଣ ମୋତେ ପାସ୍ କରି ଦେବେ; ତେବେ ମୁଁ ଆପଣଙ୍କୁ ପାର୍ଟି ଦେବି । ଏହା ସହ ମୁଁ ଆପଣଙ୍କୁ ୬୦୦ ଟଙ୍କା ମଧ୍ୟ ଦେବି ।

ଏହା ବ୍ୟତୀତ ଖଣ୍ଡୱା ସ୍ଥିତ ଗଭରାନ୍ସ ସ୍କୁଲର ବିଜ୍ଞାନ ଶିକ୍ଷକ ଯୋଗେଶ କହିଛନ୍ତି; ଜଣେ ବିଦ୍ୟାର୍ଥୀର ଉତ୍ତରପତ୍ରରେ ପ୍ରସିଦ୍ଧ ସାୟାର ଗାଲିବଙ୍କ ସାୟାରୀ ଲେଖା ହୋଇଥିଲା ଏବଂ ସାୟାରୀ ସହ ଏହା ମଧ୍ୟ ଲେଖା ହୋଇଥିଲା, ଦୟାକରି ମୋତେ ପାସ କରି ଦିଅନ୍ତୁ । ଏହା ବ୍ୟତୀତ ସେ ଉତ୍ତରପତ୍ରରେ କିଛି ଲେଖି ନ ଥିଲା । ଏହା ସହ ବସାଇ ସ୍ଥିତ ଗଭରମେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ରସାୟନ ଶିକ୍ଷକ, ଜଣେ ଛାତ୍ରର ଉତ୍ତରପତ୍ର ଦେଖାଇଛନ୍ତି; ସେଥିରେ କେବଳ ସାୟାରୀ ଏବଂ କବିତା ହିଁ ଲେଖା ହୋଇଥିଲା । ଯାହାପରେ ପିଲାଟିକୁ ଶୂନ ଦିଆଯାଇଥିଲା ଏବଂ ପିଲାଟିକୁ ଫେଲ୍ କରି ଦିଆଯାଇଥିଲା ।