ଚାଣକ୍ୟ ନୀତି: ଜୀବନରେ ସଫଳ ହେବାକୁ ହେଲେ ଏହି ସବୁ ଜିନିଷ ପ୍ରତି ସନ୍ତୁଷ୍ଟ ହୁଅନ୍ତୁ ।

Spread the love

ଆଚାର୍ଯ୍ୟ ଚାଣକ୍ୟକୁ କିଏ ନ ଜାଣନ୍ତି: କୁହାଯାଏ କି ଆଚାର୍ଯ୍ୟ ଚାଣକ୍ୟ ସବୁ ବିଷୟରେ ପାରଙ୍ଗମ ଥିଲେ । ଆଚାର୍ଯ୍ୟ ଚାଣକ୍ୟ ଗୋଟିଏ ଛୋଟ ବାଳକକୁ ସମଗ୍ର ଭାରତ ବର୍ଷର ସମ୍ରାଟ କରି ଦେଇଥିଲେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଗୁଡିକ ବିଷୟରେ ।

ଆଚାର୍ଯ୍ୟ ଚାଣକ୍ୟ ଆଜକୁ ବହୁ ବର୍ଷ ପୂର୍ବେ କିଛି ଏପରି କଥା କହିଥିଲେ, ଯାହା ଏକ ସାଧରଣ ବ୍ୟକ୍ତିକୁ ଅସାଧାରଣରେ ପରିଣତ କରିଦେଇଥାଏ । ଆଚାର୍ଯ୍ୟ ଚାଣକ୍ୟ ସାଧାରଣ ବ୍ୟକ୍ତିଙ୍କ ଭାବ ବିଚାର ତଥା ବ୍ୟକ୍ତିଙ୍କ ଚରିତ୍ରକୁ ବହୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଚାଲନ୍ତୁ ଜାଣିବା, ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସଫଳ ବ୍ୟକ୍ତି କେଉଁ ତିନୋଟି ଜିନିଷରେ ଅସନ୍ତୁଷ୍ଟ ରୁହନ୍ତି ।

ମନୁଷ୍ୟକୁ ଏହି ତିନୋଟି ଜିନିଷରେ ସନ୍ତୁଷ୍ଟ ରହିବା ଉଚିତ : ଭୋଜନ, ନିଜ ପତ୍ନୀ ଓ ଦାନ ।

ନିଜ ପତ୍ନୀ :

ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ପତ୍ନୀ ଠାରେ ସନ୍ତୁଷ୍ଠ ହେବ ଉଚିତ ଏବଂ ତାଙ୍କୁ ହିଁ ସମସ୍ତେ ପ୍ରେମ ଓ ଭଲ ପାଇବା ଉଚିତ । ଯଦି ଅନ୍ୟ କୌଣସି ସ୍ତ୍ରୀଙ୍କ ପଛରେ ପଡ଼ନ୍ତି; ତାହା ହେଲେ ଜୀବନ ବର୍ବାଦ ହେବ ସହ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥାଏ । ଅନ୍ୟ ସ୍ତ୍ରୀ ପଛରେ ଦୌଡିବା ଉଚିତ ନୁହେଁ । ଯେଉଁ ପୁରୁଷମାନେ ଅନ୍ୟ ସ୍ତ୍ରୀ ପଛରେ ଦଉଡୁଛନ୍ତି; ସେମାନେ ନିଜ ସ୍ତ୍ରୀକୁ କଦାପି ଖୁସିରେ ରଖିପାରନ୍ତି ନାହିଁ । ତେଣୁ ବୈବାହିକ ଜୀବନରେ ଖୁସି କାଏମ ରଖିବା ପାଇଁ ନିଜ ପତ୍ନୀକୁ ଅତ୍ୟଧିକ ପ୍ରେମ କରନ୍ତୁ ଏବଂ ପତ୍ନୀଙ୍କ ପ୍ରେମରେ ସନ୍ତୁଷ୍ଟ ରୁହନ୍ତୁ ।

ଭୋଜନ :

ଆମକୁ ଯେଉଁ ଖାଦ୍ୟ ଘରେ ମିଳେ; ସେଥିରେ ସନ୍ତୁଷ୍ଟ ହେବା କଥା । ଅନ୍ୟ ଥାଳିକୁ ଦେଖିଲେ ଭୋକରେ ରହିବାକୁ ପଡିବ । ଘରର ଖାଦ୍ୟ ଛାଡ଼ି ବାହାରର ଖାଦ୍ୟକୁ ମନ ବଳାଉଥିବା ଵ୍ୟକ୍ତି ଶୀଘ୍ର ଅତି ଶୀଘ୍ର ରୋଗରେ ଘଣ୍ଟି ହୋଇଥାଏ । କେବଳ ପଟି ସ୍ଵାଦ ନିମନ୍ତେ ଏହିପରି ବ୍ୟକ୍ତିମାନେ ନିଜ ଶରୀରକୁ ମଧ୍ୟ ଖାତିରି ନ କରି ଅନ୍ୟର ଖାଦ୍ୟାରେ ଦୃଷ୍ଟି ଦିଅନ୍ତି ।

ଧନ :

ପୁରୁଷ ନିଜ ସାମର୍ଥ୍ୟ ବଳରେ ଯେତିକି ଅର୍ଜନ କରେ, ସେତିକିରେ ସନ୍ତୁଷ୍ଠ ହେବ ଉଚିତ । ଅନ୍ୟ ଧନରେ ଲୋଭ କରିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତିର ନଜର ଅନ୍ୟର ଧନ ଉପରେ ଥାଏ, ସେ ସର୍ବଦା ଅନ୍ୟର ଧନ ପାଇବା ପାଇଁ ଯୋଜନା କରନ୍ତି । ଏପରି ମନୁଷ୍ୟ କିଛି ଭୁଲ୍ କାମ କରିବାକୁ ପଛ ଘୁଞ୍ଚା ଦେବେ ନାହିଁ । ଏହି କାରଣରୁ ସେମାନେ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ ।

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ସବୁ କଥାରେ ଆପଣ କେତେ ସନ୍ତୁଷ୍ଠ ଅଛନ୍ତି । କଣ ଆପଣଙ୍କୁ ଲାଗୁଛି କି ଆଚାର୍ଯ୍ୟ ଚାଣକ୍ୟ କଥା ଆଜି ମଧ୍ୟ ସତ ପ୍ରମାଣିତ ହେବ ।ତଳେ ଦିଆଯାଇଥିବା କମେଣ୍ଟ ଘରେ ଆମକୁ ନିଶ୍ଚୟ ଜଣାନ୍ତୁ ଆପଣଙ୍କ ମତାମତ ।