ସମୁଦ୍ର କୂଳରେ ଟାଇଟାନିକ ପୋଜରେ ଫୋଟ ଉଥାଉଥିବା ସମୟରେ ହଠାତ୍ଵ ଲହଡି ଆସିଥିଲା । ଆଉ ତାହାପରେ କଣ ହେଲା ? ଜାଣନ୍ତୁ ପୁରା ଘଟଣା….. ।

Spread the love

ସମୁଦ୍ର କୂଳରେ ଠିଆ ହୋଇ ଜଣେ ମହିଳା ଫୋଟ ଉଥାଉଥିଲେ, ଯେଉଁଥିରେ ସେ ଟାଇଟାନିକ ଭଙ୍ଗୀରେ ପୋଜରେ ଫୋଟ ଉଥାଉଥିବା ସମୟରେ ସମୁଦ୍ର ଲହରୀ ମାଡି ଆସିଥିଲା । ଏହି ନୂତନ ଦୁନିଆରେ କିଛି ପରିବର୍ତନ ହେଉ କିମ୍ବା ନ ହେଉ ଲୋକଙ୍କ ମଧ୍ୟରେ ଫୋଟ ଉଠାଇବା ଇଚ୍ଛା ବଢି ଚାଲିଛି । ଲୋକମାନେ ବିଭିନ୍ନ ପ୍ରକାରରେ ଫୋଟ ଉଠାଇବା ପାଇଁ ପସନ୍ଦ କରନ୍ତି । ଖାସ୍ କରି ଚଳଚିତ୍ର ଷ୍ଟାଇଲରେ ଫୋଟ ଉଠାଇବା ପାଇଁ ଲୋକ ଖୁବ୍ ପସନ୍ଦ କରନ୍ତି ଓ ମନେ ପକାନ୍ତୁ, ସେହି ଟାଇଟାନିକ ପୋଜ କଥା; ସେହି ପୋଜରେ ବହୁ ଲୋକ ଫୋଟୋ ଉଠାଇବା ପାଇଁ ପସନ୍ଦ କରନ୍ତି । ଏହିପରି ଏକ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ସୋସିଆଲ ମିଡିଆରେ ଆଜିକାଲି ଏକ ଫୋଟ ଭାଇରଲ ହେବାରେ ଲାଗିଛି । ଯେଉଁଠି ଜଣେ ମହିଳା ଜଣକ ଟାଇଟାନିକ୍ ପୋଜରେ ଫୋଟ ଉଠାଉଥିବା ସମୟରେ ହଠାତ୍ ଏକ ଲହଡି ଆସିଥିଲା ଓ ମହିଳା ଜଣକ ଦେଖୁ ଦେଖୁ ଗାୟବ ହୋଇଯାଇଥିଲେ । ପ୍ରଥମ ଥର ଏହି ଭିଡ଼ିଓ ଦେଖିବା ସମୟରେ ଜଣାପଡୁଛି ମହିଳା ଜଣକ ସମୁଦ୍ର କୂଳରେ ଟାଇଟାନିକ୍ ପୋଜରେ ଫୋଟ ଉଠାଉଥିଲେ; ହଠାତ ସାମୁଦ୍ରିକ ତରଙ୍ଗ ଆସିଥିଲା ଓ ମହିଳା ଜଣକ ଦେଖୁ ଦେଖୁ କେଉଁ ଆଡେ ଗାୟବ ହୋଇଯାଉଛନ୍ତି ।

ଟାଇଟାନିକ ପୋଜରେ ଫୋଟ ଉଠାଉଥିଲେ :

ଟାଇଟାନିକ୍ ପୋଜ ଲୋକଙ୍କ ମଧ୍ୟରେ ଭାରି ଲୋକେ ପ୍ରିୟ ଅଟେ । ଯେବେ ବି କେହି ସମୁଦ୍ର କୂଳକୁ ଯାଆନ୍ତି, ଏହି ପୋଜରେ ଲୋକେ ଫୋଟୋ ଉଠାଇବା ଭୁଲନ୍ତି ନାହିଁ । କିନ୍ତୁ ବେଳେବେଳ ଏହି ଇଚ୍ଛା ବିପଦଜନକ ହୋଇଥାଏ,ଏଥିପାଇଁ ପାଇଁ ଆପଣଙ୍କୁ ସାବଧାନ ହେବ ଜରୁରୀ ଅଟେ । ଏହି ଭିଡ଼ିଓରେ ମହିଳା ଜଣକ ଗାୟବ ହୋଇ ଯାଇଛନ୍ତି ଓ ତାଙ୍କର ଜୀବନ ବିପଦରେ ଅଛି । ଯଦି ଆପଣଙ୍କୁ ଏପରି କିଛି କରିବାର ଇଚ୍ଛା ଥାଏ, ତେବେ ସାବଧାନ ରହିବା ନିହାତି ଜରୁରୀ ଅଟେ ।

ବହୁତ କଷ୍ଟ ପରେ ମହିଳାଙ୍କ ଜୀବନ ବଞ୍ଚିଥିଲା :

ମିଡ଼ିଆ ରିପୋର୍ଟ ଅନୁସାରେ, ଏହି ଭିଡ଼ିଓଟି ଇଣ୍ଡୋନେସିଆର ନୁସା ଲେମ୍ବୋଙ୍ଗନର ଏକ ଦ୍ୱୀପ ଡେବିଲ୍ସ ଟିୟରର ଅଟେ । ଯେଉଁଠି ଏକ ମହିଳା ଖୁବ୍ ଖୁସିରେ ଫୋଟ ଉଠାଉଥିଲେ, କିନ୍ତୁ ହଠାତ୍ ଏକ ସାମୁଦ୍ରିକ ତରଙ୍ଗ ଆସିଥିଲା ଓ ମହିଳାଙ୍କୁ ନେଇ ବହୁ ଦୂରରେ ପିଙ୍ଗି ଦେଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକମାନେ ବହୁତ କଷ୍ଟରେ ସେହି ମହିଳାଙ୍କ ଜୀବନ ବଞ୍ଚାଇଥିଲେ । Instagramରେ ଏହି ଭିଡ଼ିଓଟି ଭାଇରଲ ହୋଇଛି କିନ୍ତୁ ଏହି ମହିଳାଙ୍କ ଫୋଟୋ ଉଠାଇବା ସଉକ ଫଳରେ ମହିଳାଙ୍କ ଜୀବନ ଚାଲି ଯିବାର ସମ୍ଭାବନା ଥିଲା ।

ସାବଧାନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ :

ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେଉଛି, ଯେଉଁଥିରେ ଏହା ମଧ୍ୟ କୁହାଯାଉଛି ଭିଡ଼ିଓ ଦେଖି ନିଜ ଜୀବନ ସହ ଏହି ପରି ବିପଦଜନ ପରିସ୍ଥିତିରୁ ଦୁରେଇ ରୁହନ୍ତୁ, ଏହିପରି ବିପଦଜନକ ଫୋଟ ପୋଜରୁ ଦୁରେଇ ରହିବା ଜରୁରୀ ଅଟେ । ଯଦି ଆପଣଙ୍କୁ କୌଣସି ବି ପୋଜ କରିବାର ଅଛି; ତେବେ ସୁରକ୍ଷିତ ସ୍ଥାନରେ ରହି କରନ୍ତୁ । ସମୁଦ୍ର କୂଳରେ ଏହିପରି ପୋଜ ଦିଆନ୍ତୁ ନାହିଁ ନଚେତ ଆପଣ ମଧ୍ୟ ଏହି ମହିଳାଙ୍କ ପରି ନିଜ ଜୀବନକୁ ବିପଦରେ ପକାଇବେ ।