ଭାରତ ଇତିହାସରେ ଦିନେ ଏଭଳି ଗୁପ୍ତ ଅଭିକର୍ତ୍ତା ମଧ୍ୟ ଥିଲେ ଯାହାକୁ ଟାଇଗର୍ ବୋଲି ନାମ ଦିଆଯାଇଥିଲା ।

Spread the love

ଭାରତ ଇତିହାସରେ ଦିନେ ଏଭଳି ଗୁପ୍ତ ଅଭି କର୍ତ୍ତା ମଧ୍ୟ ଥିଲେ ଯାହାକୁ କି, ଟାଇଗର୍ ବୋଲି ନାମ ଦିଆଯାଇଥିଲା । ଭାରତରେ ଆଜିପର୍ଯ୍ୟନ୍ତ ସେଭଳି ଆଉ କିଏ ନାହାଁନ୍ତି ଓ ଭବିଷ୍ୟତରେ ମଧ୍ୟ କେବେ ପାଇବେ ନାହିଁ ?

ଆପଣ ନିଶ୍ଚୟ ଭାବୁଥିବେ ଏହି ବ୍ଲାକ୍ ଏଣ୍ଡ ୱାଇଟ୍ ଫୋଟ ଆପଣଙ୍କୁ କାହିଁକି ଦେଖାଉଛୁ ? ଏହି ବ୍ୟକ୍ତି କୌଣସି ସାଧାରଣ ଲୋକ ନଥିଲେ । ଆସନ୍ତୁ ଏହାଙ୍କ ବିଷୟରେ ଜାଣିବା ।

ଯେତେବେଳେ ଏକ ସ୍ଵଛ ମନ ଥିବା ବ୍ୟକ୍ତିର କଥା ହୋଇଥାଏ, ସେହି ମୁହୂର୍ତ୍ତରେ ଏହି ବ୍ୟକ୍ତିଙ୍କ ଚେହେରା ସାମ୍ନାକୁ ଆସିଥାଏ । ଭାରତୀୟ ଗୁପ୍ତ ଅଭିକର୍ତ୍ତା ଏହାଙ୍କୁ TIGER (ଟାଇଗର୍) ନାମ ଦେଇଥିଲେ । ଏହି ଟାଇଗର୍ ଯିଏକି ଭାରତର ବାଘ ଥିଲେ ଓ ଯିଏକି ଏକା ହିଁ ପାକିସ୍ଥାନକୁ ଥରବର କରି ଦେଇଥିଲେ ଓ ଟାଇଗର୍ ଭାରତର ଏକ ମୂଲ୍ୟବାନ ରତ୍ନ ଥିଲେ । ଟାଇଗର୍ ସିଏ ଥିଲେ ଯିଏକି ହସି-ହସି ନିଜ ଯୁବାବସ୍ଥାକୁ ତ୍ୟାଗକରି ଧରିତ୍ରୀ ମାଙ୍କ ସେବାପାଇଁ ସମୟ ଦେଇଥିଲେ । ଟାଇଗର୍ ସିଏ ଥିଲେ, ଯିଏକି ସବୁକିଛି ତ୍ୟାଗକରି ଆମ ଭାରତର ଧରିତ୍ରୀ ପାଇଁ କାମ କରିଲେ ।

୧୯୬୨ ମସିହା ଶ୍ରୀଗଙ୍ଗାନଗର, ରାଜସ୍ଥାନ ଏଠାରେ ପାଠପଢି ବଡ଼ ହୋଇଥିଲେ tiger । ଏହାଙ୍କ ନାମଥିଲା ରବୀନ୍ଦ୍ର କୌଶିକ । ରବୀନ୍ଦ୍ର କୌଶିକଙ୍କ ପାଇଁ କୁହାଯାଏ କି, ଭାରତର ଇତିହାସରେ ଏଭଳି ଗୁପ୍ତ ଅଭିକର୍ତ୍ତା ନା କେବେ ହେଇଥିଲେ ନା ହେବେ ମଧ୍ୟ ହେବେ । ଭାରତର ବଡ଼ରୁ ବଡ଼ ଗୁପ୍ତ ଅଭିକର୍ତ୍ତା ରବୀନ୍ଦ୍ର କୌଶିକଙ୍କୁ ନିଜ ଗୁରୁ ବୋଲି ମାନିଥାନ୍ତି । ପାକିସ୍ଥାନ ଜେଲ୍ ରେ ଗୁପ୍ତ ଅଭିକର୍ତ୍ତା ଯୋଗୁଁ ଦଣ୍ଡ ପାଇଥିବା ରୂପଲାଲ୍ ମଧ୍ୟ ରବୀନ୍ଦ୍ର କୌଶିକଙ୍କୁ ନିଜଗୁରୁ ବୋଲି ମାନୁଥିଲେ । ରୂପଲାଲ୍ ଦିନେ କହୁଥିଲେ; “ମୁଁ ସବୁଠାରୁ ବଡ଼ ଗୁପ୍ତ ଅଭିକର୍ତ୍ତା ଅଟେ । କିନ୍ତୁ ପଛେ ଜଣାପଡିଲା, ରବୀନ୍ଦ୍ର କୌଶିକଙ୍କ ଠାରେ ମୁଁ କିଛି ନୁହଁ ।”

ରବୀନ୍ଦ୍ର କୌଶିକଙ୍କୁ ଛୋଟ ବେଳରୁ ହିଁ ଅଭିନୟ କରିବାପାଇଁ ବହୁତ ଭଲ ପାଉଥିଲେ । ଏହି ଭଲ ପାଇବା ହି ରବୀନ୍ଦ୍ର କୌଶିକ ଗୁପ୍ତ ଅଭିକର୍ତ୍ତା ଆଡ଼କୁ ଏକ ପାଦ ଆଗେଇଲେ । ୧୯୭୨ ମସିହାରେ ରବୀନ୍ଦ୍ର କୌଶିକ ଗୋଟିଏ ୟୁଥ୍ ଫେଷ୍ଟିୱାଲ୍ ରେ ଯୋଗ ଦେଇଥିଲେ । ଏହି ଫେଷ୍ଟିୱାଲ୍ ରେ ରବୀନ୍ଦ୍ର କୌଶିକ ଏକ ଭାରତୀୟ ଗୁପ୍ତ ଅଭିକର୍ତ୍ତାର ଅଭିନୟ କରିଥିଲେ । ଯିଏ କି ଚୀନରେ ଫସିଯିବେ ଓ ବହୁତ କଷ୍ଟ ସହନ କରୁଥିବେ । ରବୀନ୍ଦ୍ର କୌଶିକଙ୍କ ଅଭିନୟକୁ ଦେଖି ସେନାର କିଛି ଅଧିକାରୀମାନେ ବହୁତ ପ୍ରଭାବିତ ହୋଇଥିଲେ । ଏଥିଯୋଗୁଁ କୌଶିକଙ୍କୁ ମିଲିଟାରୀ ଇଣ୍ଟେଳିଯେନ୍ସର ସଦସ୍ୟ ହେବାପାଇଁ ସୁଯୋଗ ପାଇଥିଲେ ।

ରବୀନ୍ଦ୍ର କୌଶିକଙ୍କୁ ପ୍ରଥମ ମିଶନ୍ ଏଭଳି ଏକ ଦେଶକୁ ପଠାଯାଇଥିଲା; ଯାହାକି ସେହି ସମୟରେ ଭାରତର ସବୁଠାରୁ ବଡ଼ଶତ୍ରୁ ଥିଲା । ସେ ହେଉଛି ପାକିସ୍ଥାନ । ରବୀନ୍ଦ୍ର କୌଶିକଙ୍କୁ ରେସିଡେଣ୍ଟ ଏଜେନ୍ସି ରୂପରେ ପାକିସ୍ଥାନ ପଠାଯାଇଥିଲା । କୌଶିକଙ୍କ କାମ ଥିଲା ଭାରତ ବିରୋଧରେ କରୁଥିବା ଷଡଯନ୍ତ୍ର ଗୁଡ଼ିକୁ ହାସଲ କରିବା । ରବୀନ୍ଦ୍ର କୌଶିକ ଏକ ବଡ଼ ମିଶନ୍ ରେ ସଫଳତା ପାଇଥିଲେ ଓ ପୁଣି ଏହାଙ୍କୁ ୧୯୭୫ ସସିହାରେ ମିଶନ୍ ପାଇଁ ପଠେଇଥିଲେ । ଏହି ମିଶନ୍ ପାଇଁ ରବୀନ୍ଦ୍ରଙ୍କୁ ଏକ ନୂଆ ନାମ ଦିଆଗଲା । ସେହି ନାମ ଯାହାକି ପାକିସ୍ଥାନର ଭବିଷ୍ୟତରେ ଏକ ବଡ଼ ପରିଚୟ ହେବାକୁ ଯାଉଥିଲା । ସେହି ନାମ ହେଉଛି ନବି ଅହମଦ ସାକିବ । ପାକିସ୍ଥାନକୁ ଯିବାପରେ ନବି ଅହମଦ ସାକିବ ମାନେ କୌଶିକ ଧୀରେ-ଧୀରେ ସେଠାରେ ମିଳିମିଶି ରହିବାକୁ ଲାଗିଲେ ଓ ରହିବା ପାଇଁ ଲାହୋରକୁ ବାଛିଲେ । ମିଶନ୍ ବହୁତ ବଡ଼ଥିଲା; ତେଣୁ ରବୀନ୍ଦ୍ର ସଭିଙ୍କ ନଜରଠାରୁ ସୁରକ୍ଷାରେ ରହିବାପାଇଁ, ସେ ଗୋଟିଏ ବଡ଼ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ । ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା, ତୁରନ୍ତ ଜାଳି କାଗଜପତ୍ର ପ୍ରସ୍ତୁତି କରିଦେଲେ ଓ ସେହି ବିଶ୍ଵବିଦ୍ୟାଳୟରୁ ଏଲ୍.ଏଲ୍.ବି ହାସଲ କରିଥିଲେ । କୌଶିକ ପାକିସ୍ଥାନରେ କେବଳ ନିଜ ପରିଚୟକୁ ହିଁ ଲୁଚାଉ ନଥିଲେ, ସେ ସେଠାରେ ଡିଗ୍ରୀ ମଧ୍ୟ ହାସଲ କରୁଥିଲେ । ଏକ ଭରତୀୟକୁ ପାକିସ୍ଥାନରେ ଏଭଳି କାମ କରିବା କଦାପି ସହଜ ନଥିଲା । ତଥାପି ରବୀନ୍ଦ୍ର କୌଶିକ ଦିନକୁ ଦିନ ସଫଳତାର ସିଢି ଚଢ଼ିବାରେ ଲାଗୁଥିଲେ । ରବୀନ୍ଦ୍ର କୌଶିକ ପ୍ରୟାସ କରୁଥିଲେ କି ଏକ ନୂଆ ମିଶନ୍ ରେ ଯୋଗଦେବା ଓ ସେହି ମିଶନ୍ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାକିସ୍ଥାନର ସେନାଙ୍କ ସଦସ୍ୟ ହେବା ।