ଟିକଟ୍ ବୂକିଙ୍ଗ ଓ ରିଫଣ୍ଡ ଜଡିତ ନିୟମଗୁଡିକରେ railway କରିଲା ବଡ଼ ପରିବର୍ତ୍ତନ ।

Spread the love

ଯଦି ଆପଣ ବା ଆପଣଙ୍କ ପରିବାର ଟ୍ରେନ ରେ ଯାତ୍ରା କରିଥାନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଭାରତୀୟ railway ତରଫରୁ ଟିକଟ୍ ବୂକିଙ୍ଗ ଓ ରିଫଣ୍ଡ ଜଡିତ ନିୟମ ମାନଙ୍କରେ railway ବଡ଼ ପରିବର୍ତ୍ତନ କରିଲେ ।

Railway ର ନୂଆ ନିୟମ ଅନୁଯାୟୀ ଟ୍ରେନ ଡେରି ହେଲେ କନେକଟିଙ୍ଗ ଟ୍ରେନ କୁ ନପହଞ୍ଚି ପାରିଲେ ତୁମକୁ ଭଡା ର ରିଫଣ୍ଡ ମିଳିପାରିବ । Railway ତରଫରୁ ଏହି ପରିବର୍ତ୍ତନ କୋଟି ରେଳ ଯାତ୍ରୀ ମାନଙ୍କୁ ସୁବିଧାଜନକ ହେବାପାଇଁ ଏଭଳି କରାଗଲା । ଏହା ହିସାବରେ ଏବେ ମୁଖ୍ୟ ଓ କନେକଟିଙ୍ଗ ଟ୍ରେନ ପାଇଁ ଗୋଟିଏ ହିଁ ପି.ଏନ୍.ଆର୍ ଜାରି କରାଯିବ । ଯଦି ଆପଣଙ୍କ ଟ୍ରେନ ଡେରି ହେବା କାରଣରୁ କନେକଟିଙ୍ଗ ଟ୍ରେନ ନପାଇଥାଅ ତେବେ ଆପଣଙ୍କୁ କନେକଟିଙ୍ଗ ଟ୍ରେନ ର ପୁରା ଭଡା ରିଫଣ୍ଡ ମିଳିବ ।

କନେକଟିଙ୍ଗ ଟ୍ରେନ ପ୍ରସ୍ଥାନ ହୋଇଥିଲେ ମିଳିବ ରିଫଣ୍ଡ –

Railwayର ନୂଆ ବ୍ୟବସ୍ତା ଅନୁଯାୟୀ ଯାତ୍ରୀ ମାନଙ୍କର ଇ-ଟିକେଟ୍ ଓ ଯାତ୍ରୀ ଆରକ୍ଷଣ ପ୍ରଣାଳୀ ଦୁଇ ନିୟମ ଅନୁଯାଇ ବୂକିଙ୍ଗ କରାଯାଇଥିବା ଟିକେଟ୍ ପାଇଁ ରିଫଣ୍ଡ ର ସୁବିଧା ମିଳିବ । କିନ୍ତୁ ଏହାପାଇଁ ଭିନ୍ନ-ଭିନ୍ନ ଉପାୟ ଅପଣାଇବାକୁ ପଡ଼ିବ । ପି.ଆର୍.ଏସ୍ ରୁ କିଣିଥିବା ଟିକେଟ୍ ର ମାମଲାରେ ଟ୍ରେନ ଡେରି ହେଲେ ମୁଖ୍ୟ ଟ୍ରେନ ର ଯାତ୍ରା ଯେଉଁ ଷ୍ଟେସନ ପାଖରେ ଶେଷ ହୋଇଥାଏ ସେହି ଷ୍ଟେସନ ର କାଉଣ୍ଟର ପାଖରେ ରିଫଣ୍ଡ ର ଦାବି ତିନି ଘଣ୍ଟା ଭିତରେ ପି.ଆର୍.ଏସ୍ ଠାରେ କରିବାକୁ ହେବ । ଇ-ଟିକେଟ୍ ମାମଲାରେ କରେଣ୍ଟ କାଉଣ୍ଟର ଠାରେ ତିନି ଘଣ୍ଟ ମଧ୍ୟରେ ମୁଖ୍ୟ ଟ୍ରେନ ଡେରି ହେବାର କାରଣ କହି ଡ଼ି. ଟି.ଆର୍ କରିବାକୁ ହେବ ।

ଯାତ୍ରୀକୁ ଫାଇଲ୍ କରିବାକୁ ହେବ ଡ଼ି.ଟି.ଆର୍ –

କୌଣସି କାରଣରୁ କରେଣ୍ଟ ଏକାଉଣ୍ଟ ଉପଲବ୍ଧ ନଥିଲେ ସେହି ସ୍ଥିତିରେ ତିନି ଘଣ୍ଟା ଭିତରେ ସେହି ଷ୍ଟେସନ ରେ ଡ଼ି.ଟି.ଆର୍ ଫାଇଲ୍ କରାଯାଇ ପାରିବ । ଯାତ୍ରୀ ତରଫରୁ ଡ଼ି. ଟି.ଆର୍ ଫାଇଲ୍ କରାଯିବା ପରେ ସମ୍ବନ୍ଧିତ ଜୋନ୍ ର ମୁଖ୍ୟ ବଣିଜ୍ୟ ପରିଚାଳକ କାର୍ଯ୍ୟାଳୟ ବା ରିଫଣ୍ଡ ଅଫିସ ର ତରଫରୁ ପୂର୍ଣରୂପେ check କରାଯିବା ପରେ ଯାତ୍ରୀ ଙ୍କ ଖାତାକୁ ଭଡ଼ା ର ଟଙ୍କା ପଠେଇ ଦିଆଯିବ ।

ଏହି କାରଣରୁ ମିଳୁଥିଲା ରିଫଣ୍ଡ –

ଏବେ ପର୍ଯ୍ୟନ୍ତ ଇ-ଟିକେଟ୍ ବା କାଉଣ୍ଟର ଠାରୁ ଟିକେଟ୍ ନେଇଥିଲେ ମୁଖ୍ୟ ଟ୍ରେନ ଓ କନେକଟିଙ୍ଗ ଟ୍ରେନ ଭିନ୍ନ-ଭିନ୍ନ ପି.ଏନ୍.ଆର୍ ଜାରି ହେଉଥିଲା । confirm ସିଟ ହେବାପରେ ଯଦି ଟ୍ରେନ ଯାତ୍ରୀ ଆସିବା ଭିତରେ ଚାଲିଯାଉଥିଲା ତେବେ ଯାତ୍ରୀକୁ କିଛି ମଧ୍ୟ ରିଫଣ୍ଡ ମିଳୁନଥିଲା । ଏହାକୁ ଧ୍ୟାନରେ ରଖି railway ଏହି ନିୟମରେ ପରିବର୍ତ୍ତନ କରିଲେ ।