13 ଜୁନ 2019 ଗୁରୁବାର :ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି ମାଆ ଲକ୍ଷ୍ମୀଙ୍କ କୃପାରୁ ଆନନ୍ଦଉଲ୍ଲାସ ଦିନ ଅତିବାହିତ କରିବେ ଓ ଦୂର ହେବ ଆର୍ଥିକ ଅନଟନ

Spread the love

13 ଜୁନ 2019 ଗୁରୁବାର :ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି ମାଆ ଲକ୍ଷ୍ମୀଙ୍କ କୃପାରୁ ଆନନ୍ଦଉଲ୍ଲାସ ଦିନ ଅତିବାହିତ କରିବେ ଓ ଦୂର ହେବ ଆର୍ଥିକ ଅନଟନ ….

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବେଶ ଶୁଭଦାୟକ । ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ଯାତ୍ରାରେ ଲକ୍ଷ୍ୟ ପୂରଣ କରାଇବ । ଯେଉଁ କାର୍ଯ୍ୟ ହାତକୁ ନେବେ, ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ । କର୍ମକ୍ଷେତ୍ରରେ ଉଦ୍ୟମ ଓ ଚେଷ୍ଟାଦ୍ୱାରା ସାଫଲ୍ୟ ହେବ । ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ । ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ପାରିବାରିକ ଜୀବନରେ ସୁଖ-ଶାନ୍ତି ଲାଭ ହେବ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବାର ସମ୍ଭାବନା ରହିଛି । ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: କାରବାରରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରିବେ । ଶେଷ କରିବାକୁ ଭାବୁଥିବା କାମଟି ବିଭିନ୍ନ ସମସ୍ୟା ହେତୁ ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇଯାଇପାରେ । ଶୁକ୍ର ପ୍ରଭାବରୁ କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ । ବ୍ୟବସାୟରେ ଅର୍ଥକ ସ୍ଥିତି ମାଧ୍ୟମ ସ୍ଥିତିର ରହିବ । ଅଫିସ୍ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ବିବାଦୀୟ ଘଟଣାରେ ଅଯଥା ବିଭିନ୍ନ ମନ୍ତବ୍ୟ ଦେଇ ପରୋକ୍ଷ ଶତ୍ରୁତା ସୃଷ୍ଟି କରିପାରନ୍ତି । ବନ୍ଧୁମିଳନ, ମନୋରଞ୍ଜନ, ଯାତ୍ରା ପ୍ରଭୃତି ପ୍ରୀତିଦାୟକ ରହିବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମିଥୁନ: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ । ଉତ୍ସାହର ସହିତ ସବୁ କାମ କରିବେ । ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ଆଜି ଯାହା କରନ୍ତୁନା କାହିଁକି କୌଣସି କାମରେ ପଛକୁ ହଟିବେ ନାହିଁ । ବ୍ୟବସାୟରେ ଉନ୍ନତି ହେବ । ନୂଆ ଜିନିଷପତ୍ର କିଣିବା ପାଇଁ ସମୟ ଶୁଭ । ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । କର୍ମକ୍ଷେତ୍ରରେ ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି । ପିଲାଙ୍କ ଅଭିଯୋଗକୁ ଅଦେଖା ଅଶୁଣା କରିବା ଆଗାମୀ ଦିନ ପାଇଁ ସମସ୍ୟାର କାରଣ ହୋଇପାରେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

କର୍କଟ: ଆତ୍ମା ବିଶ୍ଵାସ ଦୃଢ଼ ରହିବ । ଯିବାକୁ ଥିବା ଯାତ୍ରା ଆପଣଙ୍କ ଲାଗି ଲାଭଦାୟକ ହେବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ନୂତନ କର୍ମାରମ୍ଭ କ୍ଷେତ୍ରରେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ । ପ୍ରକାଶନ, ପ୍ରଶାସନ, ଯାନବାହନ, ସଭାସମିତି ତଥା ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ସ୍ଵାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା କାରଣରୁ ମନ ପ୍ରଫୁଲ୍ଲିତ ହୋଇଯିବ । ମହିଳାମାନେ ପରିଧାନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ ।

ସିଂହ: ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ବ୍ୟବସାୟରେ ସୁଧାର ଆଣିବେ । ବହୁମୂଲ୍ୟ ବସ୍ତୁ କିଣି ପାରନ୍ତି । ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ପାରିବେ । ରବି ଦଶମ କେନ୍ଦ୍ରରେ ଥିବାରୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହାୟତା ଅବଶ୍ୟ ଲାଭ କରିବେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ । କଳା, ନୃତ୍ୟ ଓ ସଙ୍ଗୀତ ସମାରୋହରେ ନିଜକୁ ପ୍ରତିଷ୍ଠିତ କରାଇପାରିବେ । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । ବିଶେଷ କରି ମହିଳାମାନେ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା ଆଖଣ୍ତଳମଣି ।

କନ୍ୟା: ଆପଣଙ୍କ ପାଇଁ ଦିନଟି ମାଧ୍ୟମ ଫଳ ପ୍ରଦାନ କରିବ । ତୃତୀୟ ଅଷ୍ଟମାଧିପ ମଙ୍ଗଳ ରାଶ୍ୟାଧିପତିଙ୍କ ସହ ଅବସ୍ଥାନ କରି ସ୍ଵାସ୍ଥ୍ୟ ଓ ବନ୍ଧୁ ସମ୍ପର୍କକୁ କ୍ଷୁଣ୍ଣ କରିପାରେ । ଆଶା ମୁତବକ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ନାହିଁ । କିନ୍ତୁ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ପାଇବ । ଅଫିସରେ କାର୍ଯ୍ୟଭାର ବଢିପାରେ । ଉଚ୍ଚଧିକାରୀ ଆପଣଙ୍କ ଉପରେ କ୍ଷୁବ୍ଧ ହୋଇପାରନ୍ତି । ଆର୍ଥିକ ସାହାଯ୍ୟ ଓ ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ । ନିଜର କୌଣସି ତ୍ରୁଟି ନ ଥିଲେ ମଧ୍ୟ ଆତ୍ମୀୟ ସ୍ଵଜନଙ୍କ ଭୁଲ୍‌ ବିଚାର ପାଇଁ ଚିନ୍ତା ବଢ଼ିପାରେ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ତୁଳା: ସକାରାତ୍ମକ ମନୋଭାବ ନେଇ କାମ କରନ୍ତୁ; ସଫଳତା ପାଇବେ । କର୍ମାଧିପ ନିଜ ରାଶିରେ ଅନ୍ୟ ଗ୍ରହର ଦୃଷ୍ଟି ଆଢୁଆଳରେ ରହୁଥିବାରୁ ଆଜି ନିଜର ମନ ଅନୁଯାୟୀ କାମ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟଦାୟକ ହେବ । ସାମାଜିକ ଆୟୋଜନରେ ସହଭାଗିତା କରିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଲୋଚନା କ୍ଷେତ୍ର କିମ୍ବା ସଭାସମିତିରେ ନିଜର ପ୍ରାଧାନ୍ୟତା ବଜାୟ ରହିବ । ସତର୍କତା ଅଭାବରେ ଯାନବାହନ ଚାଳନାରେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । ଭୋଗବିଳାସ ଓ ଆନନ୍ଦରେ ସମୟ କାଟିବେ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ବିଛା: ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ; ସର୍ବ କାର୍ଯ୍ୟରେ ସିଦ୍ଧି ହେବେ । ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମହତ୍‌ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଓ ଅଷ୍ଟମସ୍ଥ ରବି କାର୍ଯ୍ୟକୁ ଏପଟ ସେପଟ କରି ଦେଇପାରେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ଘଟିପାରେ । ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ । ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଅପ୍ରିୟ ସତ୍ୟକଥା ପ୍ରକାଶ କରିବା ଦ୍ୱାରା ଭଲ ସମ୍ପର୍କ ଥିବା ବ୍ୟକ୍ତିମାନେ ଭୁଲ୍‌ ଧାରଣା ପୋଷଣ କରି ପାରନ୍ତି । ଆବଶ୍ୟକତା ପୂରଣ ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟହେବେ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ସାଇରାମ ।

ଧନୁ: ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ଓ ଲାଭଦାୟକ ରହିବ । ଏକାଦଶ ଚନ୍ଦ୍ର ପ୍ରଭାବରୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ କର୍ମକ୍ଷେତ୍ରର ସ୍ଥିତି ପ୍ରାୟତଃ ଭଲ ରହିବ । ବ୍ୟବସାୟରେ ଆଶାତୀତ ଲାଭବାନ ହେବେ । ପରୀକ୍ଷା ଓ ପ୍ରତିଯୋଗୀତାରେ ସଫଳତା ହାସଲ ସହ ପ୍ରଶଂସିତ ହୋଇପାରନ୍ତି । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ପାଇବାର ସୌଭାଗ୍ୟ ପ୍ରାପ୍ତ ହେବ । ଚାକିରିରେ ସାମାନ୍ୟ ଅଶାନ୍ତିର ସାମନା କରିବେ । ପାରିବାରିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ବୁଧ ନକ୍ଷତ୍ରସ୍ଥ ବୃହସ୍ପତି ପ୍ରଭାବରୁ ଜଞ୍ଜାଳ ବୃଦ୍ଧି ପାଇବ, ଯାହା ଦୁଶ୍ଚିନ୍ତାର କାରଣ ହୋଇପାରେ । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ମହିଳାମାନେ ବ୍ୟୟୋଜ୍ୟେଷ୍ଟଙ୍କ ଠାରୁ ପ୍ରଶଂସିତ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଦୁର୍ଗା ।

ମକର: ଦିନଟି ଆପଣଙ୍କ ପାଇଁ ରୋମାଞ୍ଚକର ରହିବା । ଆଜି ଚନ୍ଦ୍ରଙ୍କ ଶୁଭସଂସ୍ଥାନରୁ ଯେଉଁ କାମରେ ହାତ ଦେଲେ ମଧ୍ୟ ସେଥିରେ ସଫଳତା ନିଶ୍ଚିତ । ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ । କୋର୍ଟ କଚେରି ମାମଲାରେ ବିଜୟୀ ହେବେ । ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କ ସହ ଆଜି ମନୋରଞ୍ଜନ ପ୍ରୀତିପ୍ରଦ ହେବ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । ସହକର୍ମୀ କିମ୍ବା ବନ୍ଧୁବର୍ଗଙ୍କ ସାହାଯ୍ୟ ଲାଭକରି କାମଗୁଡ଼ିକୁ ତ୍ୱରାନ୍ବିତ କରିପାରିବେ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ନୂତନ ବସ୍ତ୍ର, ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ଉପଢ଼ୌକନ ଲାଭ ଯୋଗ ରହିଛି । ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ: ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ପ୍ରତିଟି କାମ ସୁରୁଖୁରୁରେ କରିବେ । ରବିଙ୍କ ଚତୁର୍ଥଭାବ ସ୍ଥିତି ପରିବାର, ଲୋକସମ୍ପର୍କ ଓ କର୍ମସଂସ୍ଥାନ ପ୍ରତି କିଛିଟା ବ୍ୟତିକ୍ରମ ସୃଷ୍ଟି କରିବାର ଆଶଙ୍କା ରହିଛି । ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚଅଧିକାରୀ ଗୁରୁତ୍ଵର ସହିତ ବିଚାର କରିବେ । ଘରୋଇ କ୍ଷେତ୍ରରେ ନିଜ ଲୋକମାନେ ଅଯଥା ସମସ୍ୟା ସୃଷ୍ଟି କରିପାରନ୍ତି । ଆନୁଷ୍ଠାନିକ କାର୍ଯ୍ୟ ସକାଶେ କର୍ମ ପରିସରକୁ ବ୍ୟାପକ କରିପାରନ୍ତି । ଶିଳ୍ପ, ବ୍ୟବସାୟ ଓ ପରିବହନରେ ଲାଭାଂଶ ମାନ୍ଦା ହେବନାହିଁ । ମହିଳାମାନେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିଣୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମୀନ: କୌଣସି କାର୍ଯ୍ୟରେ ବିଚଳିତ ହୁଅନ୍ତୁ ନାହିଁ; ନିଜ ଉପରେ ବିଶ୍ବାସ ରଖନ୍ତୁ । ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ଆପଣଙ୍କ ପୂର୍ବ ସ୍ଥିରୀକୃତ କାମକୁ ଯଥା ସମୟରେ ସମ୍ପନ୍ନ କରିବା କଷ୍ଟକର ହେବ ।ଟେନସନ୍‌ ଲାଗି ରହିବା କାରଣରୁ ଆଲୋଚନା, ସଭାସମିତି, ପ୍ରଶାସନ, ରାଜନୀତି କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ । ଆର୍ଥିକ ସ୍ଥିତି ବୃଦ୍ଧି କରିବାକୁ ଯଥା ସମ୍ଭବ ଚେଷ୍ଟା କରିବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।