ତିନିଥର ଛାଡପତ୍ର ପାଇଥିବା ରେଶମା ବର୍ତ୍ତମାନ ଦୀପକ ରଥୋରଙ୍କ ସହ ବିବାହ କରି ରାଣୀ ହୋଇଗଲା । ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଲେ ।

Spread the love

ତିନିଥର ଛାଡପତ୍ରକୁ କେନ୍ଦ୍ରସରକାର ଅଧ୍ୟାଦେଶ ଆଣିବା ପରେ ମଧ୍ୟ ମହିଳାମାନେ ଏବେ ସୁରକ୍ଷିତରେ ନାହାନ୍ତି । ତିନିଥର ଛାଡପତ୍ର ପାଇ ପୀଡ଼ିତା ମହିଳା, ଯିଏକି ବୁଧୁବାର ଦିନ ନିଜ ଧର୍ମ ପରିବର୍ତ୍ତନ କରି ବରେଲି ରାମଜାନିକ ମନ୍ଦିରରେ ଯାଜ୍ଞ ବେଦୀ ସମ୍ମୁଖରେ ଗୋଟିଏ ହିନ୍ଦୁ ପୁଅ ସହିତ ବିବାହ କରିଥିଲା । ରେସମାରୁ ରାଣୀ ରାଠୋର ହୋଇଥିବା ପୀଡ଼ିତା କହିଲା କି ସେ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରୁଛି । କିନ୍ତୁ ବିପଦର ଆଶଙ୍କାକୁ ଦେଖି ନବଦମ୍ପତ୍ତି ଏଡ଼ିଜି ଓ ଡ଼ିଆଇଜିଙ୍କୁ ସେମାନଙ୍କୁ ସୁରକ୍ଷା କରିବାକୁ କହିଥିଲେ ।

୨୯ ବର୍ଷର ରାଣୀ ରାଠୋର (ରେଶମା) ପିଲିଭିତର ଦେଶନଗର ର ଜୟ ସନ୍ତରୀ ଦେବୀଙ୍କ ମନ୍ଦିର ପାଖରେ ତାଙ୍କର ଘର ଅଟେ । ତାଙ୍କର ବାପାଙ୍କ ନାମ ହେଉଛି ମ. ଇସ୍ଲାମ୍ ଅଟେ । ରେଶମାକୁ ତାଙ୍କ ସ୍ୱାମୀ ୫ ଅପ୍ରେଲ ୨୦୧୯ରେ ତିନିଥର ଛାଡପତ୍ର ଦେଇଥିଲା । ଏହାପରେ ତାକୁ ମାଡ଼ ମାରି ଘରରୁ ବାହାର କରିଦେଲେ । ରେଶମା ଓ ତାଙ୍କ ମା’ ବାପା ବହୁତ ଥର ବୁଝାଇବାକୁ ଚେଷ୍ଟା କରିଲେ କିନ୍ତୁ ଶଶୁର ଘରର କେହି ସେମାନଙ୍କ କଥା ଶୁଣିଲେ ନାହିଁ । କିନ୍ତୁ ବହୁତ ଦାବି କରିବା ପରେ ଶଶୁର ଘରର ଲୋକମାନେ ବହୁତ କିଛି ସର୍ତ୍ତ ରଖିଥିଲେ । ଏହାପରେ ରେଶମା ମୋ. ପକଡ଼ିଆ ନୌଗୱାରେ ହିନ୍ଦୁ ସଂଘଟନ ସହିତ ଯୋଡ଼ି ଦୀପକ ରାଠୋରଙ୍କ ସମ୍ପର୍କରେ ଆସିଲେ । ଦୁହେଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଗଲା । ସେମାନେ ଦୁହେଁ ବିବାହ କରିବାକୁ ନିର୍ଣ୍ଣୟ ନେଲେ । କିନ୍ତୁ ସମାଜର ନୀତି ନିୟମ ଓ ଧାର୍ମିକ ବନ୍ଧନ ଦୁହେଁଙ୍କ ମଧ୍ୟରେ କଣ୍ଟା ଭଳି ଦଣ୍ଡାୟମାନ ହୋଇଥିଲା । ପରେ କୁରିତିୟୋ, ପରମ୍ପରାକୁ ଭାଙ୍ଗି ଦୀପକ ଓ ରେଶମା ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରଦେଶ ଉପସଭାଧ୍ୟକ୍ଷ ପଣ୍ଡିତ କେ.କେ ଶଙ୍ଖଧାର ସହିତ ମିଶିଲେ । ରେଶମା ଓ ଦୀପକ ଦୁହେଁ ତାଙ୍କୁ ଅନୁରୋଧ କରିଲେ ଯେ, ତାଙ୍କ ବିବାହ କରାଇବା ପାଇଁ ।

ବାରେଲିର ରାମଜାନିକ ମନ୍ଦିରରେ ହିଁ ଧର୍ମ ପରିବର୍ତ୍ତନ କରିଥିଲେ –

ବୁଧୁବାର ଦିନ ପ୍ରେମ ନଗରରେ ରାମଜାନିକ ମନ୍ଦିରରେ ରେଶମାର ଧର୍ମ ପରିବର୍ତ୍ତନ କରେଇ ତାକୁ ରାଣୀ ନାମ ଦିଆଗଲା । ଏହାପରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଯଜ୍ଞର ବେଦୀରେ ରାଣୀ ଦୀପକ ସହ ବିବାହ କରିଲେ । ଦୁହେଁ, ଉପସଭାଧ୍ୟକ୍ଷ ପଣ୍ଡିତ କେ.କେ ଶଙ୍ଖଧାରଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ।

ରେଶମାର ଦୁଇ ବର୍ଷର ଗୋଟିଏ ଝିଅ ଥିଲା । ସ୍ୱାମୀ ପ୍ରଥମେ ତିନିଥର ଛାଡପତ୍ର ଦେଇ ସ୍ତ୍ରୀକୁ ଘରରୁ ବାହାର କରିଲା ଓ ବହୁତ ଅତ୍ୟାଚାର ମଧ୍ୟ କରୁଥିଲା । ରେଶମାର ଝିଅକୁ ମଧ୍ୟ ସେମାନେ ନେଇଗଲେ ।

ବୁଧୁବାର ଦିନ ରେସମାର ଇଚ୍ଛା ଅନୁସାରେ ଧର୍ମ ପରିବର୍ତ୍ତନ କରିଥିଲା । ଏହାପରେ ରେଶମା ଓ ଦୀପକ ରାଠୋର ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଯାଇଥିଲେ ।