ଏହି ତିନୋଟି କଥାକୁ ଜାଣିବା ଲୋକ ଜୀବନରେ କେବେ ହାରନ୍ତି ନାହିଁ ।

Spread the love

ଆମ ଭିତରୁ ଅଧିକାଂଶ ଲୋକମାନେ ନିଜ ପାଇଁ, ନିଜ ପରିବାର ପାଇଁ କିମ୍ବା ସମାଜ ପାଇଁ ବହୁତ କିଛି କରିବାକୁ ଚାହିଁଥାନ୍ତି କିନ୍ତୁ ହାରିଯିବା ଭୟରେ କିମ୍ବା କିଛି ଭୁଲ ହୋଇଯିବା ଭୟରେ ସେମାନେ ସେମାନଙ୍କ ଇଚ୍ଛାକୁ ପୂରଣ କରିପାରନ୍ତି ନାହିଁ । ଆପଣଙ୍କୁ ଲାଗୁଛି କି, ଆପଣଙ୍କ ଦ୍ୱାରା ସବୁବେଳେ ଭୁଲ୍ ହେଉଛି; ତେବେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ଵାରା କୁହାଯାଇଥିବା, ଏହି ତିନୋଟି କଥା ଆପଣଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳେଇ ଦେବ । ସ୍ୱାମୀଜୀଙ୍କ ଦ୍ୱାରା କୁହାଯାଇଥିବା; ଏହି ତିନୋଟି କଥା ଆପଣ ଶିଖି ଯିବା ପରେ, ଆପଣଙ୍କ ସହିତ ଆଉ କେବେ ବି କୌଣସି ଭୁଲ୍ ହେବ ନାହିଁ । ତେବେ ଚାଲନ୍ତୁ ଜାଣିବା ସ୍ୱାମୀଜୀଙ୍କ କିଛି ଏଭଳି କଥା, ଯାହା ଆପଣଙ୍କ ଭାଗ୍ୟକୁ ସଂପୂର୍ଣ୍ଣ ରୂପେ ବଦଳେଇ ଦେବ ।

୧) ପ୍ରଥମ ଶିକ୍ଷା –

କେବଳ ଶୁଣିକରି ବିଶ୍ୱାସ ନ କରିବା :

ସ୍ୱାମୀ ବିବେକାନନ୍ଦ କେବେବି ଗୋଟିଏ କଥାକୁ କେବଳ ଶୁଣି କରି ବିଶ୍ୱାସ କରୁନଥିଲେ । ଉକ୍ତ ବିଷୟରେ ସବିଶେଷ ବିବରଣୀ ଜାଣିବା ପରେ ହିଁ ସେହି କଥାକୁ ବିଶ୍ୱାସ କରୁଥିଲେ । ଚାଲନ୍ତୁ ଏହାକୁ ଗୋଟିଏ କାହାଣୀ ଦ୍ୱାରା ଜାଣିବା ପାଇଁ ଚେଷ୍ଟା କରିବା ।

ସ୍ୱାମୀଜୀ ଛୋଟ ବେଳେ ତାଙ୍କର ଏକ ମିତ୍ର ଘରକୁ ପ୍ରତିଦିନ ଖେଳିବାକୁ ଯାଉଥିଲେ ଓ ସର୍ବଦା ବଗିଚାରେ ଲାଗିଥିବା ଗୋଟିଏ ଗଛ ଉପରେ ଚଢି ଯାଉଥିଲେ । ଏହି ଦୃଶ୍ୟ ଦେଖି ସେହି ପିଲାର ଜେଜେବାପା ବହୁତ ଚିନ୍ତିତ ହୋଇଗଲେ, ସେ ଚାହୁଁଥିଲେ ଯେପରିକି ଦୁହେଁକୁ କେବେ କଷ୍ଟ ନ ଆସୁ । ତେଣୁ ସେ କହିଦେଲେ କି ଏହି ଗଛରେ ଗୋଟିଏ ଭୁତ ରହୁଛି ଓ ଗଛ ଉପରେ ଚଢୁଥିବା ଲୋକକୁ ଏହି ଭୁତ ଧରି ନେଇଯାଉଛି । ସ୍ୱାମୀଜୀଙ୍କ ମିତ୍ର ଏହି କଥା ଶୁଣି ବହୁତ ଡରିଗଲେ କିନ୍ତୁ ସ୍ୱାମୀଜୀ ଟିକେ ବି ଡରିଲେ ନାହିଁ । ସେ ନିର୍ଣ୍ଣୟ ନେଲେ, ଏହି କଥାର ସତ୍ୟତା ଜାଣିବା ପାଇଁ । ଗୋଟିଏ ଦିନ ସ୍ୱାମୀଜୀ ଚୁପଚାପ ଆସି ସେହି ଗଛ ଇପରେ ଚଢ଼ି ଗଲେ । ଗୋଟିଏ ଦିନ ଓ ଗୋଟିଏ ରାତି ସେହି ଭୁତ ଆସିବ ବୋଲି ଅପେକ୍ଷା କରି ବସି ରହିଲେ । କେହି ବି ଆସିଲେ ନାହିଁ; ଏହି କଥା ସ୍ବାମୀଜୀ ତାଙ୍କ ମିତ୍ରକୁ କହିଲେ କି ଏହା ମିଥ୍ୟା କଥା ଅଟେ । ସ୍ୱାମୀଜୀଙ୍କ ଭଳି ଆମକୁ ମଧ୍ୟ କେବଳ ଶୁଣି ବିଶ୍ୱାସ କରିବା ଉଚିତ ନୁହଁ ବରଂ ସେହି ବିଷୟରେ ଭଲ ରୁପେ ଜାଣି ସାରିବା ପରେ ହିଁ ବିଶ୍ୱାସ କରିବା ଉଚିତ । ଏହି ଅଭ୍ୟାସ ଯଦି ଆମ ଭିତରେ ଆସିଗଲା; ତେବେ ଆମର ଅଧା ଅସୁବିଧା ଜନ୍ମ ହେବା ଆଗରୁ ହିଁ ନଷ୍ଟ ହୋଇଯିବ ।

୨) ଦ୍ୱିତୀୟ ଶିକ୍ଷା –

ନିଜ ଉପରେ ବିଶ୍ୱାସ କରିବା :

ସ୍ୱାମୀଜୀଙ୍କ ସବୁଠାରୁ ବଡ଼ ଶକ୍ତି ହେଲା ନିଜ ଉପରେ ବିଶ୍ୱାସ କରିବା । ପରିସ୍ଥିତି ଯେପରି ବି ଥାଉ ନା କାହିଁକି; ସେ ନିଜ ଉପରୁ ବିଶ୍ୱାସ ହରାଉ ନଥିଲେ ।

୧୮୮୩ ମସିହାରେ ଚିକାଗୋରେ ହୋଇଥିବା ବିଶ୍ୱ ଧର୍ମ ସମ୍ମିଳନୀକୁ ସ୍ୱାମୀଜୀ ଯିବାକୁ ଇଚ୍ଛା କରିଥିଲେ । ଯାହାଦ୍ୱାରା ସ୍ୱାମୀଜୀ, ରାମ କୃଷ୍ଣଙ୍କ ଠାରୁ ମିଳିଥିବା ଜ୍ଞାନକୁ ସାରା ବିଶ୍ୱ ଦରବାରରେ ଉପସ୍ଥାପନ କରିପାରିବେ । ଚିକାଗୋରେ ପହଞ୍ଚିବା ପରେ ଜଣାପଡିଲା କି, ସମ୍ମିଳନୀ ୨ ମାସ ଆଗକୁ ଘୁଞ୍ଚିଗଲା । ସେଠାରେ ପଇସା ଓ ଘର ବିନା ଦୁଇମାସ ରହିବା ବହୁତ କଷ୍ଟକର ଅଟେ । କିନ୍ତୁ ସ୍ୱାମୀଜୀ ହାର୍ ମାନିଲେ ନାହିଁ । ସେ ବହୁତ ଥର ରାସ୍ତା କଡ଼ରେ ଶୋଇଥିଲେ । ନ ଖାଇ, ନ ପିଇ ଭୋକ ଉପବାସରେ ରହୁଥିଲେ । ତାଙ୍କୁ ଦେଖି ସେଠାର ଲୋକମାନେ ବହୁତ ଥଟ୍ଟା କରୁଥିଲେ । କିନ୍ତୁ ସ୍ୱାମୀଜୀ ନିଜର ବିଶ୍ୱାସକୁ ହରେଇଲେ ନାହିଁ । କାରଣ ସ୍ବାମୀଜୀ ନିଜ ଲକ୍ଷ୍ୟ ନିକଟକୁ ଯେକୌଣସି ଉପାୟରେ ମଧ୍ୟ ପହଞ୍ଚିବାକୁ ଚାହୁଁଥିଲେ । ଶେଷରେ ଯେତେବେଳେ ବିଶ୍ୱ ସମ୍ମିଳନୀ ହେଲା; ତେବେ ସ୍ୱାମୀଜୀଙ୍କ ଭାଷଣ ଶୁଣି ସାରା ବିଶ୍ୱ ମୁଣ୍ଡ ନୁଆଇଁ ଦେଲା । ଯଦି ନିଜ ଉପରେ ବିଶ୍ୱାସ ଅଛି; ତେବେ ଖରାପ ପରିସ୍ଥିତି ଆପଣଙ୍କର କିଛି ବି କରିପାରିବ ନାହିଁ । ଏହି କଥାକୁ ସ୍ୱାମୀଜୀ ଥରେ ନୁହେଁ ବରଂ ଅନେକ ଥର ପ୍ରମାଣ କରି ଦେଖାଇଛନ୍ତି ।

୩) ତୃତୀୟ ଶିକ୍ଷା –

ଯାହା କହିବ ତାହାକୁ କାମରେ କରି ଦେଖାଇବା :

ସ୍ୱାମୀଜୀ ଗୋଟିଏ ଏଭଳି ଲୋକ ଥିଲେ ଯାହାଙ୍କ କହିବା ଓ କରିବାରେ କିଛି ପାର୍ଥକ୍ୟ ରହୁନଥିଲା । ଥରେ ଗୋଟିଏ ସୁନ୍ଦର ବିଦେଶୀ ମହିଳା ସ୍ୱାମୀଜୀଙ୍କ ପାଖକୁ ଆସିଲେ ଓ କହିଲେ ମୁଁ ଆପଣଙ୍କୁ ବିବାହ କରିବାକୁ ଚାହୁଁଛି । ସ୍ୱାମୀଜୀ କହିଲେ, ଏହା କିପରି ହୋଇପାରିବ, “ମୁଁ ତ’ ଜଣେ ସନ୍ୟାସୀ ଅଟେ ।” ମହିଳା କହିଲେ, ମୁଁ ଚାହୁଁଚି ମୋତେ ଆପଣଙ୍କ ଭଳି ଗୋଟିଏ ସୁନ୍ଦର ପୁତ୍ରଟି ହେଉ ଓ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆପଣ ମୋ ସହିତ ବିବାହ କରିବେ । ଏହା ଶୁଣି ସ୍ୱାମୀଜୀ କହିଲେ, ଏଥିପାଇଁ ମୁଁ ମୋ ସଂକଳ୍ପ କାହିଁକି ଭାଙ୍ଗିବି ? ମୁଁ ସ୍ୱୟଂ ଆପଣଙ୍କର ପୁତ୍ର ହୋଇଯିବି । ସ୍ୱାମୀଜୀଙ୍କ ଏପରି ଏକ ମହାନ ଭାବନା ଦେଖି; ସେହି ମହିଳାଟି ମୁଣ୍ଡ ନୁଆଇଁ ଦେଲେ ।

ଯଦି ଆପଣ ଦୁନିଆରେ ଉଠିବାକୁ ଚାହୁଁଛନ୍ତି, ଯାହା ଆପଣ କହୁଛନ୍ତି, ଯାହା ଆପଣ ଭାବୁଛନ୍ତି, ଯାହା ଆପଣ ନିର୍ଣ୍ଣୟ ନେଉଛନ୍ତି ତାହାର ପଛରେ ହି ଲାଗି ରୁହନ୍ତୁ । ସଫଳତା ନିଶ୍ଚୟ ମିଳିବ ।