ଏହି ଧଳା ପଦାର୍ଥ ଶରୀର ପାଇଁ ବିଷତୁଲ୍ୟ ହୋଇଥାଏ, ଆପଣଙ୍କ ରୋଷେଇ କକ୍ଷରୁ ଏହାକୁ ତୁରନ୍ତ ବାହାର କରିଦିଅନ୍ତୁ ।

Spread the love

ଲୋକମାନେ ଫାଷ୍ଟ ଫୁଡ଼୍ କୁ ଖାଇବାକୁ ଅଧିକ ପସନ୍ଦ କରନ୍ତି । ଯାହାକି ମଇଦାରୁ ତିଆରି ହୋଇଥାଏ । ମଇଦା ମନୁଷ୍ୟ ଜୀବନରେ ଏକ ଅଭିଶାପ ହୋଇଯାଇଛି; ଯାହାକି ଅତି ଧୀର ଗତିରେ ମନୁଷ୍ୟ ଶରୀରକୁ ଫମ୍ପା କରିଦେଉଛି ଓ ବେମାର ଗୁଡ଼ିକୁ ନିମନ୍ତ୍ରଣ କରୁଅଛି । ମଇଦାକୁ ଅଧିକ ପରିମାଣରେ ଖାଇଲେ ଏହା ଇମ୍ୟୁନ୍ ସିଷ୍ଟେମ୍ ର କାମରେ ଅବରୋଧ କରିବାରେ ଲାଗିଥାଏ, ଯାହାଫଳରେ ଅନେକ ବେମାରର କାରଣ ହୋଇଥାଏ । ମଇଦା ଖାଇଲେ କେଉଁ ଅସୁବିଧା ଗୁଡ଼ିକ ହୋଇଥାଏ, ଆସନ୍ତୁ ସେହି ବିଷୟରେ ଜାଣିବା ।

ମଇଦାରେ ଗ୍ଲୁଟନ୍ ଥାଏ, ଯାହାକି ଶରୀର ଭିତରେ ଏଲର୍ଜି ପରି ରୋଗକୁ ସୃଷ୍ଟି କରିଥାଏ । ଏଥିରେ ଅଧିକ ପରିମାଣରେ ଗ୍ଲୁଟନ୍ ପାଇଥାଉ ଯାହାକି ସ୍ମୁଥ୍ ଓ ଅଠାଳିଆ କରିଥାଏ । ଯେତେବେଳେ କି ଅଟାରେ ଆମେ ଫାଇବେର ଓ ପ୍ରୋଟିନ ପାଇଥାଉ ।

ମଇଦା ଖାଇଲେ ଅନ୍ୟ ଏକ ବଡ଼ ଅସୁବିଧା ହୋଇଥାଏ, ତାହା ହେଉଛି ପେଟରେ ଅନେକ ପ୍ରକାରର ରୋଗକୁ ସୃଷ୍ଟି କରିଥାଏ । ମଇଦାରେ ଫାଇବେର୍ ଆଦୌ ନ ଥାଏ । ଯାହା ଯୋଗୁଁ, ଏହା ଠିକ୍ ରେ ହଜମ ହୋଇନଥାଏ ଏବଂ ପେଟ ଜନିତ ରୋଗ ଯେପରି କି ପେଟ ବ୍ୟଥା ହୋଇଥାଏ ଓ ଏହା ବ୍ୟତୀତ ପେଟରେ ଅନେକ ରୋଗ ଗୁଡ଼ିକ ହେବାର ସମ୍ଭାବନା ବଢିଯାଏ ।

ମଇଦା ପ୍ରସ୍ତୁତି ସମୟରେ ଏଥିରୁ ପ୍ରୋଟିନ ବାହାରି ଯାଇଥାଏ ଓ ଏହା ଏସିଡ଼ିକ୍ ହୋଇଯାଇ ଥାଏ, ଯାହାକି ହାଡ଼ରୁ କ୍ୟାଲସିଅମ୍ ଟାଣି ନେଇଥାଏ । ଏହା ଯୋଗୁଁ ହାଡ଼ ଦୁର୍ବଳ ହୋଇଯାଇଥାଏ ଓ ଶରୀରର ଓଜନ ବଢିବାକୁ ଲାଗିଥାଏ । ଏତିକି ହିଁ ନୁହଁ; ଏହା ଯୋଗୁଁ କଲେଷ୍ଟ୍ରଲର ମାତ୍ର ବଢିଯାଏ ଓ ରକ୍ତରେ ଟ୍ରାଇଗ୍ଲିସାଇଡ଼ ମଧ୍ୟ ବଢିଯାଏ ।

ମଇଦାକୁ ଅଧିକ ପରିମାଣରେ ଖାଇଲେ ଶରୀରର ଗଣ୍ଠିମାନଙ୍କରେ ବ୍ୟଥା ହୋଇପାରେ । କାରଣ ଏହା ଗଣ୍ଠିମାନଙ୍କରେ ଥିବା କ୍ୟାଲସିଅମ୍ ଗୁଡ଼ିକୁ ଟାଣି ନେଇ ଯାଇଥାଏ । ତେଣୁ ଯେତେ ସମ୍ଭବ ହେବ ଆପଣ ମଇଦା ଠାରୁ ସେତେ ଦୂରରେ ରୁହନ୍ତୁ ।

ମଇଦା ଖାଇଲେ ମଧୁମେହ ବଢିଥାଏ । କେବଳ ଏତିକି ହିଁ ନୁହଁ; ଯେଉଁମାନଙ୍କୁ ମଧୁମେହ ରୋଗରେ ପୀଡିତ ହୋଇ ନାହାନ୍ତି, ସେମାନେ ମଇଦା ଖାଇଲେ ଭବିଷ୍ୟତରେ ମଧୁମେହ ପରି ରୋଗର ଶିକାର ହୋଇପାରନ୍ତି । ମଇଦା ଶରୀରର ବ୍ଲୋଡ଼ ସୁଗାରକୁ ବଢ଼ାଇ ଦେଇଥାଏ । ଯେଉଁ କାରଣରୁ ଶରୀରରେ ଇନ୍ସୁଲିନ୍ ତିଆରି ହେବା ବନ୍ଦ ହୋଇଯାଏ । ଏହି କାରଣରୁ ମନୁଷ୍ୟକୁ ମଧୁମେହ ହୋଇଥାଏ ।