ଏଠାର ରାଜକୁମାରି ହେଉଛନ୍ତି ଏହି ଟିଭି ଅଭିନେତ୍ରୀ । ଅତିଶୀଘ୍ର ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ମନ୍ତ୍ରୀଙ୍କ ଘରର ବୋହୂ ! ଜାଣନ୍ତୁ କିଏ ଅଟନ୍ତି ସେହି ଅଭିନେତ୍ରୀ…

Spread the love

ଆମେ ଏହିପରି କହିପାରିବା ନାହିଁ ଯେ, ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ଅଭିନେତ୍ରୀ କୌଣସି ନା କୌଣସି କାରଣ ବଶତଃ ଯୋଗୁଁ ଇଣ୍ଡଷ୍ଟ୍ରିକୁ ଆସିଥାନ୍ତି । କିଛି ଅଭିନେତ୍ରୀ ନିଜର ସଉକ ପାଇଁ ମଧ୍ୟ ଅଭିନୟ କରିଥାନ୍ତି ଏବଂ ଏଥିରେ କେବଳ ଜଣେ ନୁହେଁ ବରଂ ଏମିତି ଅନେକ ସାମିଲ ଅଛନ୍ତି । କିନ୍ତୁ ଏଠାରେ ଆମେ ଆଜି ମୋହିନା କୁମାରୀ ସିଂହଙ୍କ ବିଷୟରେ କଥା ହେବାକୁ ଯାଉଛୁ; ଯିଏ କି ୧୪ ଅକ୍ଟୋବରରେ ଉତ୍ତରାଖଣ୍ଡର ଏହି କ୍ୟାବିନେଟ ମନ୍ତ୍ରୀଙ୍କ ବୋହୂ ହୋଇ ସାରିଛିନ୍ତି । କଣ ଆପଣ ଜାଣିଛନ୍ତି କି ଏଠାର ରାଜକୁମାରୀ ହେଉଛନ୍ତି ଏହି ଟିଭି ଅଭିନେତ୍ରୀ ! ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା ଜାଣିବା ।

ଏଠାର ରାଜକୁମାରୀ ହେଉଛନ୍ତି ଏହି ଟିଭି ଅଭିନେତ୍ରୀ :

ଅଭିନେତ୍ରୀ ମୋହିନା କୁମାରୀ ସିଂହ ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ଏବଂ ଆଧ୍ୟାତ୍ମିକ ଗୁରୁ ସତପାଲ ମହାରାଜଙ୍କ ସାନ ପୁଅ ସୁ୍ୟଶ ରାବତଙ୍କ ସହିତ ବିବାହ କରି ସାରିଛନ୍ତି । ତାଙ୍କର ବାହାଘରର ସମସ୍ତ ରୀତିନୀତି ଉତ୍ତରାଖଣ୍ଡର ହରିଦ୍ଵାରରେ ହୋଇଥିଲା ଏବଂ ଏହି ବିବାହକୁ ଭବ୍ୟ ବନେଇବା ପାଇଁ ସତପାଲ ମହାରାଜ ଅନେକ ଖର୍ଚ୍ଚ ମଧ୍ୟ କରିଥିଲେ । ଦୁହେଁଙ୍କ ପରିବାରର ସମ୍ପର୍କୀୟ ଏବଂ ବନ୍ଧୁଗଣଙ୍କ ବ୍ୟତୀତ କିଛି ଅତିଥି ବିଦେଶରୁ ମଧ୍ୟ ଆସିଥିଲେ । ମୋହିନା ନିଜେ ଜଣେ ଏକ ରାଜ ପରିବାରର ଅଟନ୍ତି ।

ଅଭିନୟ କରିବା ପୂର୍ବରୁ ମୋହିନା ରୀୟାଲିଟି ଶୋ’ “ଡାନ୍ଶ ଇଣ୍ଡିଆ ଡାନ୍ଶ”ରେ ପ୍ରଥମ ଥର ନଜର ଆସିଥିଲେ ଏବଂ ସେ କୋରୀୟଗ୍ରାଫର ଟେରେନ୍ସ ଲୁଇସଙ୍କ ଟିମରେ ଥିଲେ । ଏହାପରେ ମୋହୀନା ଅଭିନୟ ଆରମ୍ଭ କରିଥିଲେ ଏବଂ ଟିଭି ଧାରାବାହିକ “ୟେ ରିସ୍ତା କ୍ୟା କେହେଲାତା ହେ”ରେ ସେ କୀର୍ତ୍ତି ସିଂଘାନୀୟାର ଚରିତ୍ରକୁ ଜବରଦସ୍ତ ଭାବେ ତୁଲାଇଥିଲେ । ମୋହଘନା ଟିଭି ବ୍ୟତୀତ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ରେମୋ ଦିଶୁଜାଙ୍କ “ଏବିଶିଡି : ଏନି ବୋଡି କେନ ଡାନ୍ଶ” ଥିଲା, ଯେଉଁଥିରେ ସେ ବଡ଼ ସ୍କ୍ରିନ ଉପରେ କାମ କରିଥିଲେ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ମୋହିନା ରାଜପରିବାର ସହ ସମ୍ବନ୍ଧ ରଖୁଛନ୍ତି । ସେ ରିବା (ମଧ୍ୟ ପ୍ରଦେଶ)ର ରାଜକୁମାରୀ ଅଟନ୍ତି । ତାଙ୍କ ପିତା ମହାରାଜା ପୁଷ୍ପରାଜ ସିଂହ ଯୁଦେବ ଅଟନ୍ତି ଏବଂ ମୋହିନା ଏକ ରୋୟାଲ ଜୀବନ ବିତାଉଛନ୍ତି । ମୋହିନା ଏହି ବର୍ଷ ୮ ଫେବୃଆରୀରେ ସୁ୍ୟଶଙ୍କ ସହ ଏଙ୍ଗେଜମେଣ୍ଟ କରିଥିଲେ ଏବଂ ଏଙ୍ଗେଜମେଣ୍ଟର ଆୟୋଜନ ରିୱାରେ ହୋଇଥିଲା । ଏହି ଏଙ୍ଗେଜମେଣ୍ଟର ଫୋଟୋ ସୋସିଆଲ ମିଡ଼ିଆରେ ବହୁତ ଚର୍ଚ୍ଚାରେ ଥିଲା ଏବଂ ମୋହିନା ଏକ ବେଚଲର ପାର୍ଟି ମଧ୍ୟ ଆୟୋଜନ କରିଥିଲେ ଏବଂ ଏହି ପାର୍ଟି ଏମ୍ସଟର୍ଡମରେ ରଖା ଯାଇଥିଲା ।

ରାଜକୀୟ ଢଙ୍ଗରେ ହୋଇଥିଲା ମୋହିନାଙ୍କ ବାହାଘର :

କିଛି ରିପୋର୍ଟସଙ୍କ ମତରେ ମୋହିନା ନିଜ ବାହାଘରରେ ସବ୍ୟସାଚୀଙ୍କ ଡିଜାଇନରେ ହୋଇଥିବା ଡ୍ରେସ ପିନ୍ଧିଥିଲେ ଏବଂ ତାଙ୍କର କପଡାକୁ ଖାସ କରି ରାଜପୁତି ଟଚ ଦିଆଯାଇଥିଲା । ଗୋଟିଏ ଏଣ୍ଟରଟେନମେଣ୍ଟ ୱେବସାଇଟରୁ ଖବର ଆସିଛି ଯେ, ମୋହିନା ନିଜର ଜେଜେମା ଏବଂ ମାଆଙ୍କ ବାହାଘରର ଫୋଟୋ ଦେଖି ଦେଖି ବଡ଼ ହୋଇଛନ୍ତି ଏବଂ ସେ କେବଳ ନିଜର ବାହାଘରରେ ହିଁ ନାହିଁ ବରଂ ଅନ୍ୟାନ୍ୟ ଫଙ୍କସନରେ ମଧ୍ୟ ସେ ରୟାଲ ଆଉଟଫିଟସ ହିଁ ପିନ୍ଧିଥାନ୍ତି । ବାହାଘର ପରେ ମୋହିନା ଅଭିନୟ କରିବେ ନାହିଁ । ମୋହିନା କହିଥିଲେ, “ବାହାଘର ପରେ ମୁଁ ମୁମ୍ବାଇ ଏବଂ ଅଭିନୟ ଦୁଇଟା ଯାକ ଛାଡ଼ିଦେବି । ମୋ ଜୀବନଶୈଳୀ ୧୮୦ଡିଗ୍ରୀ ବଦଳିବାକୁ ଯାଉଛି ମୁଁ ଖୁସି ହେବା ବଦଳରେ ଅଳ୍ପ ଚିନ୍ତାରେ ମଧ୍ୟ ଅଛି । ଟିଭି ଛାଡ଼ିବାର ନିଷ୍ପତ୍ତି ମୋର କିଛି ବନ୍ଧୁଙ୍କୁ ଠିକ ଲାଗୁନାହିଁ କିନ୍ତୁ ମୁଁ ସବୁବେଳେ ମୋ ହୃଦୟର କଥା ହିଁ ଶୁଣୁଥାଏ ।”