ବିବାହ ପାଇଁ ମୁସଲମାନରୁ ହିନ୍ଦୁ ସାଜିଥିବା ଏହି ଟିଭି ଅଭିନେତ୍ରୀ ଜଣକ, ସ୍ୱାମୀଙ୍କ ପାଇଁ ଛାଡି ଦେଇଥିଲେ ନିଜ ସୁପରହିଟ କ୍ୟାରିୟର ।

Spread the love

ଆମ ଦେଶ ଭାରତରେ ପ୍ରାୟତଃ ହିନ୍ଦୁ ମୁସଲିମ ଘଟଣା ଉପରେ ବିବାଦ ଚାଲିଥାଉଛି । ଏମିତିରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ଅଛନ୍ତି; ଯେଉଁମାନେ କି ହିନ୍ଦୁରୁ ମୁସଲିମ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି । ଏହି କଳାକାରମାନଙ୍କ ପାଇଁ ହିନ୍ଦୁ ମୁସଲିମ ହେବାର କିଛି ମହତ୍ୱ ନାହିଁ ଏବଂ ଏହି କଥା ଆମେ ସେଥିପାଇଁ କହୁଛୁ କାହିଁକି ନା ଏମାନେ ନିଜ ପ୍ରେମ ପାଇଁ ଧର୍ମ ମଧ୍ୟ ପରିବର୍ତ୍ତନ କରିଦେଇଛନ୍ତି । ସେମାନଙ୍କୁ ଏହି ବିଷୟରେ କିଛି ଫରକ ପଡେ ନାହିଁ ଯେ, ତାଙ୍କର ଜୀବନସାଥି ହିନ୍ଦୁ ହେଉ ଅବା ମୁସଲିମ । ଏପରି ହିଁ ଏକ ଅଭିନେତ୍ରୀ ହେଉଛନ୍ତି ଆମନା ଶରିଫ । ଏକ ସମୟ ଏପରି ଥିଲା; ଯେତେବେଳେ ଆମନା ଶରିଫ ଟିଭିର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଥିଲେ । କିନ୍ତୁ ବିବାହା ପରେ ଆମନା ଛୋଟ ପରଦାରୁ ଦୂରେଇ ଯାଇଛନ୍ତି । ଆଜିକାଲି ସେ ତାଙ୍କର ପୁରା ସମୟ ନିଜ ପରିବାରର ଦେଖାଶୁଣାରେ ବିତାଉଛନ୍ତି ।

ମୁସଲିମରୁ ହିନ୍ଦୁ ହେଲେ ଆମନା :

ଅଧିକାଂଶ ଘଟଣା ହିନ୍ଦୁରୁ ମୁସଲିମ ହେବାର ଶୁଣିଥିବେ । କିନ୍ତୁ ଆମନା ନିଜ ପ୍ରେମିକ ସହ ବିବାହ କରିବା ପାଇଁ ମୁସଲିମରୁ ହିନ୍ଦୁ ହେଇଗଲେ । ନିଜ ପ୍ରେମିକଙ୍କ ସହ ବିବାହ କରିବା ପାଇଁ ଆମନା ନିଜ ଧର୍ମ ପରିବର୍ତ୍ତନ କରି ଦେଲେ । ଆମନା ୨୦୧୩ରେ ଅମିତ କାପୁରଙ୍କ ସହ ବିବାହ କରିଥିଲେ; ଯିଏକି ଜଣେ ଚଳଚ୍ଚିତ୍ର ପ୍ରଯୋଜକ ଅଟନ୍ତି । ଆମନା ଏବଂ ଅମିତଙ୍କର ଗୋଟିଏ ସୁନ୍ଦର ପୁଅ ଅଛି; ଯାହାର ନାମ ଆର୍ଯ୍ୟନ କାପୁର ଅଟେ ।

‘କଶିଶ’ ଚରିତ୍ର ତାଙ୍କୁ ବିଖ୍ୟାତ କରାଇଥିଲା :

ଆମନା ସରିଫ ୨୦୦୩ ମସିହାରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ ଧାରାବାହିକ ‘କାହିଁ ତୋ ହୋଗା’ରେ କଶିଶ ଭୂମିକାରେ ଅଭିନୟ କରିଥିଲେ । ଏହି ଧରବାହିକଟି ବହୁତ ପ୍ରସିଦ୍ଧ ହୋଇଥିଲା । ଧାରାବାହିକରେ ଆମନା ଏବଂ ରାଜୀବ ଖଣ୍ଡେଲବାଲଙ୍କ ଯୋଡି ବହୁତ ବଡ଼ ହିଟ ହୋଇଥିଲା । ଏହାପରେ ସେ ‘ଜୁଦା ନା ହଙ୍ଗେ ହାମ’ ଓ ‘ନାୟିକା’ ଭଳି ଧାରାବାହିକରେ ଅଭିନୟ କରିଥିଲେ । ଏହାପରେ ସେ ବଲିଉଡ ଚଳଚ୍ଚିତ୍ର ‘ଆଲୁ ଚାଟ’ରେ ନଜର ଆସିଥିଲେ । ଏହା ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ର ଥିଲା ଏବଂ ଏଥିରେ ତାଙ୍କ ସହିତ ଆଫତାବ ଶିବଦଶାନି ଥିଲେ । ଭଲ ହାସ୍ୟସ୍ପଦ ଏବଂ ଲିଖନୀ ସତ୍ୱେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ ।

ଟିଭି ଜଗତରୁ ନେଲେ ବିରତି :

ଆମନା ବୟଫ୍ରେଣ୍ଡ ଅମିତ ସହ ବିବାହ କରିବା ପରେ ଟିଭି ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ । ବିବାହା ପରେ ଆମନା ହିନ୍ଦୁ ଧର୍ମକୁ ନିଜର କରିନେଲେ । ଆଜିକାଲି ଆମନାର ପୁରା ଧ୍ୟାନ ନିଜ ପରିବାର ଉପରେ ରହିଛି । ସେ ସୋସିଆଲ ମିଡିଆରେ କ୍ରିୟାଶୀଳ ରୁହନ୍ତି ଏବଂ ପ୍ରାୟତଃ ସବୁବେଳେ ନିଜ ପରିବାର ସହ ଫୋଟଗୁଡିକୁ ସେୟାର କରୁଥାନ୍ତି । ବିବାହ ପୂର୍ବରୁ ଆମନାଙ୍କ ନାମ ଅନେକ ଅଭିନେତାମାନଙ୍କ ସହ ଯୋଡ଼ା ଯାଇଥିଲା । ସବୁଠୁ ଅଧିକ ରାଜୀବ ଖଣ୍ଡେଲବାଲଙ୍କ ସହ ତାଙ୍କ ଅଫେରର ଖବର ବେଶି ପ୍ରଚାରିତ ହୋଇଥିଲା । ଚଳଚ୍ଚିତ୍ର ‘ଆଲୁ ଚାଟ’ ପରେ ତାଙ୍କ ନାମ ଆଫତାବ ଶିବଦଶାନିଙ୍କ ସହିତ ମଧ୍ୟ ଯୋଡ଼ା ଯାଇଥିଲା । ଟିଭି ଏବଂ ଫିଲ୍ମ ବ୍ୟତୀତ ଆମନା ଅନେକ ସଙ୍ଗୀତ ଆଲବମରେ ମଧ୍ୟ କାମ କରିଛନ୍ତି । ଶେଷଥର ପାଇଁ ସେ ୨୦୧୪ ମସିହାରେ ଆସିଥିବା ଚଳଚ୍ଚିତ୍ର ‘ଏକ ବିଲେନ’ରେ ନଜର ଆସିଥିଲେ । ଏଥିରେ ସେ ରିତେଶ ଦେଶମୁଖଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିଥିଲେ । ‘ଆମନା ଆଓ ବିସ୍ କର’, ‘ଶକଲ ପେ ମତ ଯାଅ’ ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି ।