ଏହି ଶିକ୍ଷୟତ୍ରୀ ଜଣକ ସରକାରୀ ପ୍ରାଇମେରୀ ସ୍କୁଲ ଏତେ ସ୍ମାର୍ଟ ତିଆରି କରି ଦେଇଛନ୍ତି ଯେ ଏଡମିସନ୍ ପାଇଁ ଧାଡି ଲାଗୁଛି ।

Spread the love

ଅନେକ ଅର୍ଥ ବ୍ୟୟ ପରେ ମଧ୍ୟ ଭାରତର ପ୍ରାଇମେରୀ ସ୍କୁଲ ଗୁଡିକର ଅବସ୍ଥାରେ କୌଣସି ପରିବର୍ତ୍ତନ ଦେଖା ଯାଉନାହିଁ । ଆଜିର ଏହି ଦୁନିଆରେ କୌଣସି ବ୍ୟକ୍ତି ଆର୍ଥିକ ସ୍ବଚ୍ଛଳ ହେବା ପରେ ନିଜ ପିଲାଙ୍କୁ ପ୍ରାଇମେରୀ ସ୍କୁଲ ଅପେକ୍ଷା ପ୍ରାଇଭେଟ୍ କିମ୍ବା ଦାମୀ ସ୍କୁଲରେ ପଢ଼ାଇବା ପାଇଁ ଚେଷ୍ଠା କରିଥାନ୍ତି । କୌଣସି ମଧ୍ୟ ଅଭିଭାବକ ଚାହିଁ ନ ଥାନ୍ତି, ସେମାନଙ୍କ ପିଲା ସରକାରୀ ପ୍ରାଇମେରୀ ସ୍କୁଲରେ ପଢୁ । କିନ୍ତୁ ମେରଠର ରାଜପୁରା ଅଂଚଳରେ ସରକାରୀ ବିଦ୍ୟାଳୟର ଶିକ୍ଷୟତ୍ରୀ ପୁଷ୍ପା ଯାଦବ ଲୋକଙ୍କ ମାନସିକତା ବଦଳାଇ ଦେଇଛନ୍ତି ।

ଏହା ସରକାରୀ ପ୍ରାଇମେରୀ ବିଦ୍ୟାଳୟ ଅଟେ । କିନ୍ତୁ ଏହି ଅଂଚଳର ପ୍ରାଇଭେଟ ସ୍କୁଲ ଗୁଡିକୁ ପଛରେ ପକାଇ ଦେଇଛି । ଏହି ସ୍କୁଲରେ ପିଲାମାନେ ତଳେ ବସନ୍ତି ନାହିଁ, କାନ୍ଥରେ ଟାଇଲ ଲାଗିଛ, କବାଟ ଗୁଡିକରେ ଭଲ ରଙ୍ଗ ଲାଗିଛି ଏବଂ ଏହି ସ୍କୁଲକୁ ଦେଖିବା ପରେ ଆପଣ ଜାଣି ପାରିବେ ନାହିଁ ଏହା ଏକ ସରକାରୀ ସ୍କୁଲ ଅଟେ । ଏହି ସ୍କୁଲରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଅନେକ ସୁବିଧା ରହିଛି । ଏହି ସ୍କୁଲରେ ଗ୍ରୀଷ୍ମ ଅବକାଶରେ ସମର କ୍ୟାମ୍ପ ଲାଗେ ଏବଂ ଏହି ସ୍କୁଲରେ ପିଲାଙ୍କ ପାଇଁ ପାଠାଗାର ବ୍ୟବସ୍ଥା ମଧ୍ୟ ରହିଛି । ଏହି ସ୍କୁଲରେ ହେଲଥ କ୍ୟାମ୍ପ ମଧ୍ୟ ଲାଗେ ଏବଂ ରୋଜଗାର କରିବା ପାଇଁ ତାଲିମ ମଧ୍ୟ ଦିଆଯାଏ । ଉତ୍ତରପ୍ରଦେଶର ପ୍ରଥମ ଏପରି ସରକାରୀ ପ୍ରାଇମେରୀ ସ୍କୁଲ ଯେଉଁଠି ଏଲିଡି ମାଧ୍ୟମରେ ସ୍ମାର୍ଟ କ୍ଲାସେସ୍ ଚାଲେ । ଏହି କାରଣରୁ ଅଭିଭାବକ ପ୍ରାଇଭେଟ୍ ସ୍କୁଲରୁ ନିଜ ପିଲାଙ୍କୁ ବାହାର କରି ଏହି ବିଦ୍ୟାଳୟରେ ଭର୍ତି କରିବା ପାଇଁ ଲମ୍ବା ଧାଡି ଲଗାଉଛନ୍ତି ।

ଏହି ପ୍ରକାରର ବଦଳି ଯାଇଥିଲା ଚିତ୍ର :

ମେରଠର ରାଜପୁରା ପ୍ରାଇମେରୀ ବିଦ୍ୟାଳୟର ଅବସ୍ଥା ଅନ୍ୟ ପ୍ରାଇମେରୀ ବିଦ୍ୟାଳୟ ପରିଥିଲା । କିନ୍ତୁ ଏହି ବିଦ୍ୟାଳୟର ଚିତ୍ର ବଦଳିବାର ମୁଖ୍ୟ କାରଣ ହେଉଛି ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପା ଯାଦବ । ପୁଷ୍ପା ଯାଦବ କହିଛନ୍ତି; ୨୦୧୩ରେ ଯେତେବେଳେ ମୁଁ ଏଠାର ମୁଖ୍ୟ ଶିକ୍ଷୟତ୍ରୀ ହୋଇଥିଲି ସେହି ସମୟରେ ଏହାର ଅବସ୍ଥା କିଛି ଭିନ୍ନ ଥିଲା । ସ୍କୁଲ ଭିତରେ ଗୃହପାଳିତ ପଶୁ ରହୁଥିଲେ, ଏହି ସ୍କୁଲରେ କାନ୍ଥ ମଧ୍ୟ ନ ଥିଲା, ଦୂରରୁ ଦେଖିଲେ ଏହା ଭଙ୍ଗା ଜର୍ଜରିତ ଅବସ୍ଥା ଦେଖିବାକୁ ମିଳୁଥିଲା । ଉଚ୍ଚ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ଏହି ସ୍କୁଲର ଅବସ୍ଥା ବଦଳାଇବା ପାଇଁ ଚେଷ୍ଟା କରିଥିଲେ । ପରେ ନିଜ ପ୍ରଚେଷ୍ଟା ଫଳରେ ଏହି ସ୍କୁଲର ରୂପରେଖା ବଦଲାଇ ଦେଇଥିଲେ ।

ଭାଉଜଙ୍କ ସହ ମିଶି କାନ୍ଥ ଗୁଡିକରେ ରଙ୍ଗ ଲଗାଇଥିଲେ :

ପୁଷ୍ପା କହିଛନ୍ତି, ଏହି ସ୍କୁଲର ବଡ଼ ଗେଟଟି ନିଜସ୍ୱ ଖର୍ଚ୍ଚରେ ଲଗାଇଛନ୍ତି ଏବଂ କାନ୍ଥ ଗୁଡିକରେ ନିଜ ଭାଉଜଙ୍କ ସହ ମିଶି ରଙ୍ଗ ଲଗାଇଥିଲେ । ସ୍ଥାନୀୟ ଜନପ୍ରତିନିଧି ଏବଂ ସାମାଜିକ ସଂଗଠନ ଗୁଡିକ ସହ ସମ୍ପର୍କ କରିବା ଫଳରେ ସେମାନେ ସ୍କୁଲର ଆସବାଵ ପତ୍ର, ଏଲିଡି ଏବଂ ଅନ୍ୟ ଜିନିଷ ଯୋଗାଇ ଦେଇଥିଲେ । ପାଠାଗାରରେ ପଢିବା ପାଇଁ ପିଲାଙ୍କୁ ଭିନ୍ନ ଭିନ୍ନ ସମୟ ଦିଆଯାଏ । ପାଠାଗାରର ପୁସ୍ତକ ସେ ନିଜେ ଯୋଗାଡ଼ କରିଛନ୍ତି । ଏଠାରେ ପିଲାଙ୍କୁ ଖେଳକୁଦ ସହ ରୋଜଗାର ସମ୍ବନ୍ଧୀୟ ଶିକ୍ଷା, ଝିଅମାନଙ୍କୁ ସିଲେଇ, ଆତ୍ମରକ୍ଷା ପାଇଁ ମଧ୍ୟ ପ୍ରଶିକ୍ଷଣ ଦିଆଯାଏ ।

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ବ୍ୟବସ୍ଥା ରହିଛି :

ପୁଷ୍ପା କହିଛନ୍ତି; ଗାଆଁର ଅନେକ ଦିବ୍ୟାଙ୍ଗ ପିଲା ଥିଲେ ଯେଉଁମାନେ ସ୍କୁଲ ଯାଇ ପାରୁନଥିଲେ । ନିଜ ଚେଷ୍ଠାରେ ସେମାନଙ୍କୁ ସାଇକେଲର ସୁବିଧା ଯୋଗାଇ ଦେଇଥିଲେ ଏବଂ ଫିଜିଓ ଥୋରାପୀ ଜରିଆରେ ସେମାନଙ୍କ ଚିକିତ୍ସା ଚାଲିଛି । ସ୍କୁଲରେ ୧୫୫ ଏଡ଼ମିଶନ ରହିଛି ଏବଂ ଶତପ୍ରତିଶତ ଉପସ୍ଥିତି ଏଠାରେ ରୁହେ ।

ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ସମ୍ମାନୀତ ହୋଇଛନ୍ତି ପୁଷ୍ପା ଯାଦବ । ତାଙ୍କୁ ୨୦୧୭ରେ ବିଜେପି ସରକାରଙ୍କ ଦ୍ୱାରା ସଂମ୍ମାନୀତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଦ୍ୱାରା ମଧ୍ୟ ତାଙ୍କୁ ଭଲ ଶିକ୍ଷକର ଆୱାର୍ଡ ମିଳିଛି ।