ଅନ୍ୟ କଳାକାରଙ୍କୁ ଚାହା ପିଆଉଥିବା ପିଲାଟି; ଆଜି ଜଣେ ସୁପରଷ୍ଟାର ହୋଇଯାଇଛି । ବର୍ତ୍ତମାନ ଏହି ପିଲାଟିର ବ୍ରାଣ୍ଡ ଭେଲ୍ୟୁ ହେଉଛି ୩୦୦ କୋଟି ।

Spread the love

ବଲିଉଡର ଏହି ସୁପରଷ୍ଟାର ଏକଦା ଅନ୍ୟ କଳାକାରଙ୍କୁ ଚାହା ପିଆଉଥିଲା କିନ୍ତୁ ଆଜି ଦୁନିଆରେ ଜଣେ ସୁପରଷ୍ଟାର ପାଲଟି ଯାଇଛି ।

ରଣବୀର ସିଂହ ବଲିଉଡର ଏପରି ଜଣେ ଅଭିନେତା ଯିଏ ନିଜର ସଚ୍ଚୋଟ ପଣିଆ ଯୋଗୁଁ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ନିକଟରେ ତାଙ୍କର “ଗୋଲି ବଏଜ୍” ଚଳଚିତ୍ର ହିଟ୍ ହୋଇଛି । ଚଳଚିତ୍ରରେ ରଣବୀର ଓ ଆଲିୟାଙ୍କ ଅଭିନୟ, ଦର୍ଶକ ବହୁତ ପସନ୍ଦ କରିଛନ୍ତି । କିଛି ବର୍ଷ ମଧ୍ୟରେ ହିଁ ରଣବୀର ଅଭିନୟରେ ଜଗତରେ ପ୍ରଖ୍ୟାତ ହୋଇ ପଡ଼ିଛନ୍ତି । ନିଜ ଚରିତ୍ରକୁ ଏଭଳି ନିଖୁଣ ରୂପେ କରିଥାନ୍ତି ଯେ ଦର୍ଶକ ଆଶ୍ଚର୍ଯ୍ୟ ହୋଇପଡନ୍ତି । ନିକଟରେ ରଣବୀର ଦୀପିକା ପାଦୁକୋଣଙ୍କୁ ବିବାହ କରିଛନ୍ତି । ଏହି ସ୍ଥାନରେ ପହଁଚିବା ପାଇଁ ରଣବୀରଙ୍କୁ ବହୁତ ପରିଶ୍ରମ କରିବା ପାଇଁ ପଡିଛି । କିନ୍ତୁ ଆପଣ ଜାଣି ନ ଥିବେ, ରଣବୀରଙ୍କର ଏକଦା ଏପରି ସମୟ ଥିଲା; ଅନ୍ୟ କଳାକାର ମାନଙ୍କୁ ଚାହା ପିଆଉଥିଲେ । ବଲିଉଡରେ ଏଣ୍ଟ୍ରି ମାରିବା ପୂର୍ବରୁ ରଣବୀର “ଥିଏଟର୍”ରେ କଳାକାରମାନଙ୍କୁ ଚାହା ପିଆଉଥିଲେ ।

କଣ୍ଟେଣ୍ଟ ରାଇଟର୍ ହେବା ପାଇଁ ଚାହୁଁଥିଲେ :

ପ୍ରାରମ୍ଭିକ ଅବସ୍ଥାରେ ରଣବୀରଙ୍କୁ ଅଭିନେତା ହେବା ପାଇଁ କୌଣସି ଇଛା ନ ଥଲା । ସେହି ସମୟରେ ସେ କଣ୍ଟେଣ୍ଟ ରାଇଟର୍ ହେବା ପାଇଁ ଚାହୁଁଥିଲେ । ଏଥିପାଇଁ ସେ ଆମେରିକା ଯାଇ ମାସ କମ୍ୟୁନିକେସନ୍ ପଢିଥିଲେ । କିନ୍ତୁ ଆମେରିକାରେ ପଢିବା ସମୟରେ ଯେତେବେଳେ ସେ କ୍ଲାସ ରୁମରେ “ଦିବାର୍” ଚଳଚିତ୍ରର ଡାଇଲଗ୍ କହିଥିଲେ, ସମସ୍ତେ ଶୁଣିବା ପରେ ପ୍ରଶଂସା କରିଥିଲେ । ନିଜର ଅଭିନୟର ପ୍ରଶଂସା ଶୁଣିବା ପରେ ସେ ହିରୋ ହେବା ପାଇଁ ଚିନ୍ତା କରିଥିଲେ । କିନ୍ତୁ ଫିଲ୍ମରେ ଅଭିନୟ କରିବା ପାଇଁ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ପରିଶ୍ରମ କରିବା ପାଇଁ ପଡିଥିଲା । ଏହି ସମୟରେ ଏକ ଏଜେନ୍ସିରେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ଏହା ପରେ ସେ ଥିଏଟରରେ ଯୋଗ ଦେଇଥିଲେ ଏବଂ ଫିଲ୍ମ ପାଇଁ ଚେଷ୍ଠା ଚଳାଇଥିଲେ । ଥିଏଟରରେ କାର୍ଯ୍ୟ କରିବା ସମୟରେ ତାଙ୍କୁ ଚାହା ଆଣିବା, ଚୌକି ଲଗେଇବା, ରିହସର୍ଲ କରାଇବା ପରି ଛୋଟମୋଟ କାର୍ଯ୍ୟ କରିବା ପାଇଁ କୁହାଯାଇଥିଲା । ଯାହାକୁ ରଣବୀର ହୃଦୟର ସହ କରୁଥିଲେ । ପରେ ୨୦୧୦ ମସିହାରେ ୟଶରାଜଙ୍କ ଫିଲ୍ମ “ବ୍ୟାଣ୍ଡ ବାଜା ବାରାତି” ଜରିଆରେ ତାଙ୍କୁ ବଲିଉଡରେ ବ୍ରେକ୍ ମିଳିଥିଲା । ଆଜି ରଣବୀରଙ୍କ ସଫଳତା କାହାକୁ ଅଛପା ହୋଇ ରହିନାହିଁ ।

ଘରେ ରଣବୀରଙ୍କୁ ଭବାନୀ ନାମରେ ଡକାନ୍ତି :

୬ ଜୁଲାଇ ୧୯୮୫ରେ ରଣବୀର ଭବାନୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ରଣବୀରଙ୍କ ପିତାଙ୍କ ନିଜସ୍ୱ ବ୍ୟବସାୟ ଅଛି ଏବଂ ମାଆ ଘରର ଦେଖାଶୁଣା କରନ୍ତି ।ରଣବୀରଙ୍କ ପିତାଙ୍କ ନାମ ଜଗଜିତ ସିଂହ ଭବାନୀ ଅଟେ । ବହୁତ କମ ଲୋକେ ଜାଣିଥିବେ ରଣବୀରଙ୍କୁ । ଘର ଲୋକେ ଭବାନୀ ନାମରେ ଡାକନ୍ତି ଏବଂ ନାମଟି ତାଙ୍କର ଭଉଣୀଙ୍କ ନାମରେ ନାମିତ ଅଟେ । ରଣବୀରଙ୍କ ଦୁଷ୍ଟାମୀ ବିଷୟରେ ଆପଣମାନେ ସମସ୍ତେ ଜାଣିଛନ୍ତି । ରଣବୀର ସ୍କୁଲ ସମୟରେ ମଧ୍ୟ ଏହି ପରି ଦୁଷ୍ଟାମୀ କରୁଥିଲେ । ରଣବୀର ସିଂହ ଅକ୍ଷୟ କୁମାରଙ୍କ ପ୍ରଶଂସକ ଅଟନ୍ତି । ବର୍ତ୍ତମାନ ସମୟରେ ରଣବୀର ନିଜର ଚଳଚିତ୍ର “୮୩” ପାଇଁ ଖୁବ ବ୍ୟସ୍ତ ଅଛନ୍ତି । ଏହି ଚଳଚିତ୍ରରେ ସେ କ୍ରିକେଟର୍ କପିଲ ଦେବଙ୍କ ଭୂମିକାରେ ନଜରକୁ ଆସିବେ ।