୩୦୦୦ କୋଟିର ମାଲିକ ଏହି ସୁପରଷ୍ଟାର ନିଜ ବୋହୁ ସହ ରୋମାନ୍ସ କରିଛନ୍ତି । ନିକଟ ଅତୀତରେ ନିଜ ପୁଅ ସହ ବିବାହ ହୋଇଥିଲା ।

Spread the love

୩୦୦୦ କୋଟିର ସମ୍ପତ୍ତି ସହ ନାଗାର୍ଜୁନ ସାଉଥର ଧନୀ ଅଭିନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ଫିଲ୍ମର କଳାକାରଙ୍କୁ କାହାଣୀ ଅନୁସାରେ କାମ କରିବା ପାଇଁ ପଡିଥାଏ । କିଛି କଳାକାରଙ୍କ ସମ୍ପର୍କ ଅସଲ ଜୀବନରେ କିଛି ଭିନ୍ନ ହୋଇଥାଏ କିନ୍ତୁ ପରଦା ଉପରେ କୌଣସି ଭିନ୍ନ ସମ୍ପର୍କକୁ ଅଭିନୟ କରିବା ପାଇଁ ପଡିଥାଏ । ଅନେକ ସମୟରେ ଏହିଭଳି ହୋଇଥାଏ ଯେ, ପ୍ରଥମ ଥର ସାଥିରେ କାମ କରୁଥିବା କଳାକାରଙ୍କ ସହ ସମ୍ପର୍କ ନଥାଏ କିନ୍ତୁ ଭବିଷ୍ୟତରେ ଯାଇ ସେମାନେ ସମ୍ପର୍କୀୟ ହୋଇଯାଇଥାନ୍ତି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏକ ମଜାଳିଆ ବିଷୟରେ ଅବଗତ କରାଇବୁ ଯେଉଁଠି ଶଶୁର ନିଜ ବୋହୁଙ୍କ ସହ ଫିଲ୍ମରେ ରୋମାନ୍ସ କରିଛନ୍ତି । କିନ୍ତୁ କଥା ଭିନ୍ନ ଅଟେ ଯେ, ଫିଲ୍ମ କରିବା ସମୟରେ ଦୁହିଁଙ୍କ ଶଶୁର ଓ ବୋହୂଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥିଲା ।

ଶଶୁର, ବୋହୁ ସହ ରୋମାନ୍ସ କରିଥିଲେ :

ନାଗାର୍ଜୁନଙ୍କ ନାମ ସାଉଥ ସୁପରଷ୍ଟାର ମଧ୍ୟରେ ସାମିଲ ଅଛି । ନାଗାର୍ଜୁନଙ୍କ ପୁଅଙ୍କ ନାମ ଚୈନନ୍ୟ ଅଟେ । ଚୈନନ୍ୟ ମଧ୍ୟ ସାଉଥ ଫିଲ୍ମର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି । ନିକଟରେ ସେ ସାଉଥର ଅଭିନେତ୍ରୀ ସମଥା ପ୍ରଭୁଙ୍କ ସହ ବିବାହ କରିଥିଲେ । ଦୁହିଁଙ୍କ ଯୋଡି ସାଉଥର ଅନେକ ଫିଲ୍ମରେ ଏକତ୍ର ଦେଖିବା ପାଇଁ ମିଳିଛି । ସେହି ଫିଲ୍ମ ମଧ୍ୟରୁ ଗୋଟିଏ ଫିଲ୍ମ ଏହି ପରିବାର ପାଇଁ ଖାସ ଅଟେ । କହିବା ପାଇଁ ଚାହୁଁଛୁ ୨୦୧୪ରେ ଗୋଟିଏ ଫିଲ୍ମ ଆସିଥିଲା “ମନାମ” ଯାହା ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ ଥିଲା । ଏହି ଫିଲ୍ମର ମୁଖ୍ୟ ବିଷୟ ହେଉଛି ଏଥିରେ ନାଗାର୍ଜୁନଙ୍କ ସମ୍ପୂର୍ଣ୍ଣ ପରିବାର ସାମିଲ ଥିଲା । ଫିଲ୍ମରେ ନାଗାର୍ଜୁନ, ବୋହୁ ସମନଥା ପୁଅ ଚୈନନ୍ୟ ଏବଂ ନାଗେଶ୍ୱର ରାଓ ଅକ୍କିନେନି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ବିକ୍ରମ କେ କୁମାର ନିର୍ଦ୍ଦେଶନା ଦେଇଥିଲେ ଏବଂ ପ୍ରଡ୍ୟୁସର ନିଜେ ଅକ୍କିନେନି ପରିବାର ଥିଲା ।

ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ନାଗାର୍ଜୁନ ଏବଂ ସମାନଥା ଅନେକ ଫିଲ୍ମରେ ଏକତ୍ର ଅଭିନୟ କରି ସାରିଛନ୍ତି । ଦୁହେଁ “ରାଜୁ ଗାଡି ଗାଡି-2″ରେ ଏକତ୍ର ଅଭିନୟ କରିଥିଲେ । ନାଗାର୍ଜୁନଙ୍କ ପୁଅ ଚେନନ୍ୟ ଏବଂ ସମନଥା ବିଗତ ୧୦ ବର୍ଷ ହେବ ପରସ୍ପରକୁ ଡେଟ କରୁଥିଲେ ଏବଂ ପରେ ବିବାହ କରିବା ପାଇଁ ନିଷ୍ପତ୍ତି କରିଥିଲେ । କହିବା ପାଇଁ ଚାହୁଁଛୁ; ସମନଥା ଏବଂ ଚେନନ୍ୟ ଦୁଇବର୍ଷ ପୂର୍ବରୁ ୨୦୧୭ରେ ବିବାହ କରିଥିଲେ । ସମନଥା ଏବଂ ଚେନନ୍ୟଙ୍କ ସାକ୍ଷାତ ୨୦୦୯ରେ ଫିଲ୍ମ “ୟେ ମାୟା ଚେସାଵର” ସୁଟିଙ୍ଗ ସମୟରେ ହୋଇଥିଲା । ଧୀରେ ଧୀରେ ଦୁହିଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥିଲା । ଏହି ପରିବାରର ନାମ ସାଉଥର ସବୁଠୁ ଧନୀ ପରିବାର ସୂଚୀରେ ସାମିଲ ହୋଇଥିଲା । ନାଗାର୍ଜୁନଙ୍କ ପାଖରେ ହାଇଦ୍ରାବାଦର ଯୁବଳୀ ହିଲସରେ ୪୦ କୋଟି ମୁଲ୍ୟର ଏକ ବଙ୍ଗଳା ରହିଛି । ଏହା ବ୍ୟତୀତ ନାଗାର୍ଜୁନଙ୍କୁ କାର ବହୁତ ପସନ୍ଦ ଅଟେ ଏବଂ ନାଗାର୍ଜୁନଙ୍କ ଘରେ ଦାମୀ କାର ରହିଛି । ଏକ ରିପୋର୍ଟ ଅନୁସାରେ ନାଗାର୍ଜୁନ ୩୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

ଏହି ବଲିଉଡ ଫିଲ୍ମରେ କାମ କରିଛନ୍ତି ନାଗାର୍ଜୁନ :

କହିବା ପାଇଁ ଚାହୁଁଛୁ; ବଲିଉଡର କିଛି ଫିଲ୍ମରେ ଅଭିନୟ କରିସାରିଛନ୍ତି ନାଗାର୍ଜୁନ । ସେ ୧୯୯୦ରେ ରାମଗୋପାଳ ବର୍ମାଙ୍କ ଫିଲ୍ମ “ଶିବା”ରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ୧୯୯୨ରେ ଆସିଥିବା ଫିଲ୍ମ “ଖୁଦା ଗବାହ”, ୧୯୯୨ରେ “ଦ୍ରୋହୀ”, 1995ରେ “କ୍ରିମିନାଲ”, ୧୯୯୮ରେ “ଜଖ୍ମ”, ୨୦୦୨ରେ “ଅଗ୍ନି ବର୍ଷା” ଏବଂ ୨୦୦୩ରେ “LOC କରଗିଲ”ରେ ଅଭିନୟ କରିସାରିଛନ୍ତି ।