ନିଜ ବାପାଙ୍କ ଠାରୁ ମାତ୍ର ୧୪ ବର୍ଷ ଛୋଟ ସୁପରଷ୍ଟାରଙ୍କ ଉପରେ ଫିଦା ହୋଇଛନ୍ତି, ବାଗି ଗାର୍ଲ ଶ୍ରଦ୍ଧା କପୂର !

Spread the love

ବଲିଉଡ଼ ଜଗତର ଆଶିକି ଗାର୍ଲ କୁହାଯାଉଥିବା ଶ୍ରଦ୍ଧା କପୂର ଶକ୍ତି କପୂରଙ୍କ ଝିଅ ଅଟନ୍ତି । ବର୍ତ୍ତମାନ ଶ୍ରଦ୍ଧା ଚଳଚ୍ଚିତ୍ର ଜଗତର ଏକ ଜଣାଶୁଣା ଅଭିନେତ୍ରୀ ପାଲଟି ଯାଇଛନ୍ତି । କିନ୍ତୁ ଶ୍ରଦ୍ଧା କପୂର ବାଲ୍ୟ କାଳରୁ ହିଁ ସଲମାନ ଖାନଙ୍କ ଉପରେ ଫିଦା ଥିଲେ । ତାଙ୍କ ଉପରେ ସର୍ବଦା ସଲମାନ ଖାନଙ୍କ କ୍ରସ ଥିଲା । ଗୋଟିଏ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ, ସେ ସଲମାନ ଖାନଙ୍କ ସହିତ କାମ କରିବାକୁ ଚାହଁନ୍ତି ।

ଶ୍ରଦ୍ଧା କପୂର ସୁପରଷ୍ଟାର ସଲମାନ ଖାନଙ୍କ ସହିତ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଚାହଁନ୍ତି । ଯେବେ ଶ୍ରଦ୍ଧା କପୂର ୧୬ ବର୍ଷର ଥିଲେ, ତେବେ ସେ ସ୍କୁଲରେ ଅଭିନୟ କରୁଥିଲେ । ତେବେ ତାଙ୍କର ଅଭିନୟକୁ ସଲମାନ ଖାନ ପସନ୍ଦ କରିଥିଲେ ଏବଂ ତାଙ୍କୁ ଗୋଟିଏ ଚଳଚ୍ଚିତ୍ରରେ କାମ କରିବା ପାଇଁ ସୁଯୋଗ ଦେଇଥିଲେ । ସେହି ସମୟରେ ଶ୍ରଦ୍ଧା କପୂର ସ୍କୁଲରେ ପଢ଼ୁଥିଲେ, ଏଥିପାଇଁ ସେ ସଲମାନ ଖାନଙ୍କ ଏତେ ବଡ଼ ସୁଯୋଗକୁ ମଧ୍ୟ ନା ବୋଲି କହିଥିଲେ । କିନ୍ତୁ ଏବେ ସଲମାନ ଖାନଙ୍କ ସହିତ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅଭିନେତ୍ରୀ ଶ୍ରଦ୍ଧା କପୂରଙ୍କୁ ଏହି ବିଷୟରେ ପଚାରଗଲା, କି କଣ ଏହା ସତ ? ତେବେ ଶ୍ରଦ୍ଧା କପୂର କହିଲେ ଯେ, ସଲମାନ ଖାନଙ୍କ ଅଫିସରୁ ମୋର ମାତାପିତାଙ୍କୁ ଫୋନ ଆସିଥିଲା, କିନ୍ତୁ ସେହି ସମୟରେ ମୁଁ ବହୁତ ଛୋଟ ଥିଲି । ତେଣୁ ଚଳଚ୍ଚିତ୍ରରେ କାମ କରି ପାରିଲି ନାହିଁ । ଶ୍ରଦ୍ଧା କପୂରଙ୍କ ପିତା ଶକ୍ତି କପୂର ନିଜ ଝିଅଙ୍କୁ ବହୁତ ଭଲପାନ୍ତି । ସଲମାନ ଖାନ ଶ୍ରଦ୍ଧା କପୂରଙ୍କ ପିତା ଶକ୍ତି କପୂରଙ୍କ ଠାରୁ କେବଳ ୧୪ ବର୍ଷରେ ଛୋଟ ଅଟନ୍ତି ।

ସଲମାନ ଖାନଙ୍କ ସହିତ କାମ କରିବାକୁ ଚାହଁନ୍ତି, କିନ୍ତୁ ସଲମାନ ଖାନ ତାଙ୍କୁ ହିଁ ଚୟନ କରିଥାନ୍ତି ଯିଏକି ତାଙ୍କୁ ଭଲ ଲାଗନ୍ତି । ଏବେ ଦେଖିବାର ବିଷୟ ଏହା ଯେ, ଶ୍ରଦ୍ଧା କପୂରଙ୍କୁ ସଲମାନ ଖାନଙ୍କ ସହିତ ଚଳଚ୍ଚିତ୍ରରେ କାମ କରିବାକୁ ସୁଯୋଗ ମିଳୁଛି କି ନାହିଁ ? ଜଣାଇ ଦେଉଛୁ ଯେ, ଶ୍ରଦ୍ଧା କପୂର ଶୀଘ୍ର ହିଁ ଚଳଚ୍ଚିତ୍ର ‘ଶାହୋ’ରେ ପ୍ରଭାସଙ୍କ ସହିତ ନଜର ଆସିବେ ।