ଘରେ ଥିବା ତୁଳସୀ ଗଛ ମୂଳରେ ଏହି ଜିନିଷକୁ ପୋତିଦିଅନ୍ତୁ, ଧନର ଅଭାବ ରହିବ ନାହିଁ ।

Spread the love

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ମହତ୍ତ୍ୱ ଦିଆଯାଏ । ତୁଳସୀ ଗଛକୁ ଦେବୀର ମାନ୍ୟତା ଅଛି । ତୁଳସୀ ଗଛ କେବଳ ଧାର୍ମିକ ମହତ୍ତ୍ୱ ନୁହେଁ ଏହା ବୈଜ୍ଞାନିକଙ୍କ ଦୃଷ୍ଟିରେ ଦେଖିଲେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । କିନ୍ତୁ ଆପଣ ଜାଣନ୍ତି କି ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ତୁଳସୀ ଗଛ ଘରେ ରହିବା ବହୁତ ଲାଭଦାୟକ ହୋଇଥାଏ ।

କୁହାଯାଏ କି ତୁଳସୀ ଗଛ ଘର ଦାଣ୍ଡରେ ବା ଘର ଉପରେ ଥିଲେ ସେଠାକାର ପୁରା ପରିବେଶ ସକାରାତ୍ମକ ହୋଇଯାଇଥାଏ । ଏହି ତୁଳସୀ ଗଛ ଘରର ନକରାତ୍ମକ ଉର୍ଜ୍ଜାକୁ ବାହାର କରିଦିଏ । ଏହାସହ ତୁଳସୀ ଗଛ ଘରେ ଥିଲେ, ଘରେ ସବୁବେଳେ ଖୁସିର ବାତାବରଣ ରହିଥାଏ । ତୁଳସୀ ଗଛ ପାଖରେ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଅଗରବତୀ ଲଗେଇବା ନିହାତି ଆବଶ୍ୟକ । ଏହାସହ ସନ୍ଧ୍ୟାରେ ତୁଳସୀ ଗଛ ପାଖରେ ଗୋଟିଏ ଦୀପ ମଧ୍ୟ ନିଶ୍ଚୟ ଜଳାନ୍ତୁ । ଏଭଳି କରିଲେ ତୁଳସୀ ମାତା ପ୍ରସନ୍ନ ହୋଇଥାନ୍ତି ଓ ଘରକୁ କିଛି ଅସୁବିଧା ଆସିବାକୁ ଦେଇନଥାନ୍ତି ।

ଏହି ସବୁ ବିଷୟରେ ଆପଣ କାହାଠାରୁ ହେଲେବି ଶୁଣିଥିବେ, କିନ୍ତୁ ଆମେ ଆଜି ଆପଣଙ୍କୁ ତୁଳସୀ ଗଛ ସମ୍ବନ୍ଧୀୟ ଗୋଟିଏ ଏଭଳି କଥା କହିବାକୁ ଯାଉଛୁ; ଯାହା ବିଷୟରେ ବହୁତ କମ୍ ଲୋକ ହିଁ ଜାଣିଥିବେ । ତୁଳସୀ ଗଛ ଘରେ ସକାରାତ୍ମକ ଉର୍ଜ୍ଜା ଦେବା ସହ ଧନର ମଧ୍ୟ ଲାଭ ହୋଇଥାଏ । କମ୍ ଟଙ୍କାରେ ଘରକୁ ସମ୍ଭାଳିବା ବହୁତ କଷ୍ଟ ହୋଇଥାଏ । ତେଣୁ ଆପଣଙ୍କ ଧନ ବଢ଼ିବା ବା ରୋଜଗାର ବଢାଇବା ପାଇଁ ଏହି ଉପାୟ ପ୍ରୟୋଗ କରିପାରିବେ ।

ଧନ ବଢ଼େଇବା ପାଇଁ ତୁଳସୀ ଗଛ ପାଖରେ ଗାତ କରି ଏହି ଜିନିଷକୁ ପୋତିଦିଅନ୍ତୁ –

ତୁଳସୀ ମାତାଙ୍କ କୃପାରୁ ଆପଣ ଯଦି ଟଙ୍କା ପ୍ରାପ୍ତ କରିବାକୁ ଚାହୁଁଛନ୍ତି; ତେବେ ଯେଉଁଠାରେ ତୁଳସୀ ଗଛ ଲଗାଯାଇଛି, ସେଠାରେ ଛୋଟ ଗାତ କରି ସେଠାରେ ଗୋଟିଏ ରୁପାର ମୁଦ୍ରାକୁ ପୋତଦିଅନ୍ତୁ । ଏହାକୁ ପୋତିବାରେ ମଧ୍ୟ ଗୋଟିଏ ନିୟମ ଅଛି ଯାହାକୁ ପାଳନ କରିବା ଆବଶ୍ୟକ । ସର୍ବପ୍ରଥମେ ବଜାରରୁ ଗୋଟିଏ ରୁପାର ମୁଦ୍ରା କିଣି ଆଣନ୍ତୁ । ଶୁକ୍ରବାର ଦିନ ଏହି ମୁଦ୍ରାକୁ ଲଷ୍ମୀ ମାଙ୍କ ଚରଣ ପାଖରେ ରଖନ୍ତୁ । ଏହାପରେ ମାଙ୍କ ପାଖରେ ଦୁଇଟି ଘିଅ ଦୀପ ଜଳାନ୍ତୁ ଓ ଚାରଟି ଅଗରବତୀ ଜଳାନ୍ତୁ । ଏବେ ଗୋଟିଏ ଦୀପରେ ମାଙ୍କର ଆରତୀ କରନ୍ତୁ । ପରେ ମାଙ୍କ ଚରଣ ପାଖରେ ରଖା ଯାଇଥିବା ମୁଦ୍ରାକୁ ହଳଦୀ, ସିନ୍ଦୁର ଓ ଚାଉଳ ଦ୍ୱାରା ପୂଜା କରନ୍ତୁ । ଏବେ ସେଠାରୁ ଗୋଟିଏ ଦୀପ ଓ ଦୁଇଟି ଅଗରବତୀ ବାହାର କରନ୍ତୁ ଓ ଏହାକୁ ତୁଳସୀ ମାତାଙ୍କ ପାଖରେ ରଖନ୍ତୁ । ଏହାପରେ ମାଆଙ୍କ ଚରଣ ପାଖରେ ରଖାଯାଇଥିବା ମୁଦ୍ରାକୁ କାଢି ତୁଳସୀ ଗଛ ପାଖରେ ପୋତିଦିଅନ୍ତୁ । ଠିକ୍ ଏହା ଉପରେ ଅଗରବତୀ ଲଗାଇ ଦିଅନ୍ତୁ । ଗୋଟିଏ କଥା ମନେ ରଖିବେ, ଏଭଳି କରିବା ସମୟରେ ଅନ୍ୟ କେହି ଯେଭଳି ନ ଦେଖିବେ ଏ ବିଷୟରେ ବିଶେଷ ରୂପେ ଧ୍ୟାନ ରଖିବେ । ଖାସ୍ କରି ଏହି ବିଷୟରେ ଘରର ବାହାର ଲୋକମାନେ ଯେଭଳି କି ନ ଜାଣିବେ ତାହା ଧ୍ୟାନ ଦେବେ ।

ଏହି ଉପାୟ କରିବା ଅଳ୍ପ କେତେକ ମାସରେ ହିଁ ଆପଣଙ୍କ ଘରେ ଟଙ୍କାର ଅଭାବ ଆଉ ରହିବ ନାହିଁ ।