ଶୁକ୍ରବାର ଦିନ ମଣିପ୍ଲାଣ୍ଟ ଗଛରେ ଲୁଚିକରି ଏହି ଖାସ୍ ଜିନିଷକୁ ବାନ୍ଧିଦିଅନ୍ତୁ, ଆପଣଙ୍କ ସମ୍ପତ୍ତି ୧୦ ଗୁଣ ବଢିଯିବ ।

Spread the love

ଆଜିକାଲି ସମୟରେ ସଭିଁଙ୍କ ପାଇଁ ଟଙ୍କା ଅର୍ଜିତ କରିବା ବହୁତ ଜରୁରୀ ହୋଇଯାଇଛି । ପିଲାଠୁ ବଡ ପର୍ଯ୍ୟନ୍ତ ସଭିଏଁ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଚେଷ୍ଟିତ କରିଥାନ୍ତି । ଯାହା ପାଖରେ ଅଧିକ ଟଙ୍କା ଥାଏ, ସେମାନେ ନିଜକୁ ସୁରକ୍ଷିତରେ ଅଛୁ ବୋଲି ଭାବିଥାନ୍ତି । ଟଙ୍କା ଗୋଟିଏ ଏଭଳି ଜିନିଷ ଯାହାକି ଜୀବନର ସବୁ ସମସ୍ୟାର ସମାଧାନ କରିପରେ । ଯେଉଁ ଲୋକଙ୍କ ପାଖରେ ଅଧିକ ଟଙ୍କା ଥାଏ, ସେମାନଙ୍କ ଆତ୍ମବିଶ୍ୱାସ ବଢିଥାଏ । ସେମାନଙ୍କୁ କୌଣସି ଜିନିଷ ପାଇଁ ଅଧିକ ଚିନ୍ତା କରିବାକୁ ପଡିନଥାଏ । ଏହି କାରଣରୁ ଅଧିକାଂଶ ଲୋକମାନେ ଟଙ୍କା ପଛରେ ଦୌଡ଼ିଥାନ୍ତି ଓ ଦିନରାତି କଠିନ ପରିଶ୍ରମ କରିଥାନ୍ତି ।

କହିବାକୁ ଗଲେ ଟଙ୍କା ସଭିଁଙ୍କ ଭାଗ୍ୟରେ ନଥାଏ । ଅନେକ ସମୟରେ ଆପଣ ଅଧିକ ପରିଶ୍ରମ କରିଲେ ମଧ୍ୟ ଆପଣଙ୍କୁ କମ ଟଙ୍କା ମିଳିଥାଏ । ଯଦି ଭୁଲରେ କୌଣସି କାରଣରୁ ଅଧିକ ଟଙ୍କା ପାଇଲେ, ତାହା କୌଣସି ନା କୌଣସି କାରଣରୁ ଶୀଘ୍ର ଖର୍ଚ୍ଚ ହୋଇଯାଇଥାଏ । ଆପଣଙ୍କ ସହିତ ମଧ୍ୟ ଯଦି ଏଭଳି ହୋଇଥାଏ, ତେବେ ଜାଣି ନିଅନ୍ତୁ, ଆପଣଙ୍କ ଭାଗ୍ୟରେ ଖରାପ ସମୟ ଚାଲୁଛି ।

ଟଙ୍କା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଘରେ ମଣିପ୍ଲାଣ୍ଟ ଗଛ ଲଗାନ୍ତୁ । ଏହି ଗଛକୁ ଅଧିକାଂଶ ଘରମାନଙ୍କରେ ଲଗାଇଥାନ୍ତି । ଏହା ସତ୍ତ୍ୱେ ଅଧିକାଂଶ ଘର ମାନଙ୍କରେ ଟଙ୍କାର ଅଭାବ ରହିଥାଏ । ଏହାର ଅର୍ଥ ଏହା ହେଉଛି କି, ଆପଣ ଏହି ମଣିପ୍ଲାଣ୍ଟ ଗଛକୁ ଠିକ୍ ରୂପେ ଲଗାଇ ନାହାନ୍ତି । ଯଦି ଆପଣ ମଣିପ୍ଲାଣ୍ଟ ଗଛ ଲଗାଇବା ସତ୍ତ୍ୱେ ଟଙ୍କାର ଅଭାବ ରହିଥାଏ, ତେବେ ଆପଣ ଏହି ଉପାୟକୁ ନିଶ୍ଚୟ ପାଳନ କରନ୍ତୁ ।

ମଣିପ୍ଲାଣ୍ଟ ଗଛରେ ଏହି ଖାସ୍ ଜିନିଷ ବାନ୍ଧିଲେ ଧନର ଲାଭ ହୋଇଥାଏ :

ଏହି ଉପାୟ ଅନୁସାରେ ଆପଣଙ୍କୁ ମଣିପ୍ଲାଣ୍ଟ ଗଛ ଉପରେ ଗୋଟିଏ ଲାଲ ରଙ୍ଗର ସୂତା ବା ରିବନ୍ ବାନ୍ଧିବାକୁ ପଡ଼ିବ । ଲାଲ ରଙ୍ଗକୁ ପ୍ରେମ, ସ୍ନେହ, ଉନ୍ନତି ଓ ଯଶର ପ୍ରତୀକ ମାନିଥାନ୍ତି । ଯେତେବେଳେ ଆପଣ ଏହାକୁ ମଣିପ୍ଲାଣ୍ଟ ଗଛରେ ଲଗାଇଥାନ୍ତି ବା ବାନ୍ଧିଥାନ୍ତି, ସେତେବେଳେ ଆପଣ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ବ୍ୟାପିଥାଏ । ଏହି ସକାରାତ୍ମକ ଶକ୍ତିକୁ ଦେଖି ମା’ ଲଷ୍ମୀ ଆକର୍ଷିତ ହୋଇଥାନ୍ତି ଓ ସେମାନଙ୍କ ଘରକୁ ମା ଲଷ୍ମୀ ବିରାଜମନ କରିଥାନ୍ତି ।

ଏହି ବିଧିରେ ମଣିପ୍ଲାଣ୍ଟ ଗଛରେ ବାନ୍ଧନ୍ତୁ ଲାଲ ରଙ୍ଗର ସୂତା –

ଭଲ ପରିଣାମ ପାଇବା ପାଇଁ ମଣିପ୍ଲାଣ୍ଟରେ ଏହି ବିଧିରେ ସୂତା ବାନ୍ଧନ୍ତୁ । ଶୁକ୍ରବାର ଦିନ ସକାଳେ ଶୀଘ୍ର ଉଠି ଲଷ୍ମୀ ମାଙ୍କ ପ୍ରତିମା ସାମ୍ନାରେ ଦୁଇଟି ଘିଅ ଦୀପ ଜଳାନ୍ତୁ । ଏବଂ ଲାଲ ରଙ୍ଗର ସୂତାକୁ ଲଷ୍ମୀ ମାଙ୍କ ପାଦ ପାଖରେ ରଖିଦିଅନ୍ତୁ । ଏହାପରେ ଲଷ୍ମୀ ମାଙ୍କ ଆରତୀ କରନ୍ତୁ । ଆରତୀ ସମ୍ପୂର୍ଣ ହେବାପରେ ପ୍ରଥମ ଆରତୀ ମା ଲାଷ୍ମୀଙ୍କୁ ଓ ପରେ ସେହି ଲାଲ ସୂତାକୁ ଆରତୀ ଦିଅନ୍ତୁ । ଏବେ ଏହା ଉପରେ କୁଂକୁମ ଓ ଚନ୍ଦନ ଲଗାଇ ପୂଜା କରନ୍ତୁ ।

ଏବେ ଏହି ସୂତାକୁ କାଢି ମଣିପ୍ଲାଣ୍ଟ ଗଛର ତଳ ଭାଗରେ ବାନ୍ଧି ଦିଅନ୍ତୁ । ଏଭଳି କରିବା ସମୟରେ ଲଷ୍ମୀ ମାଙ୍କ ନାମ ନିଶ୍ଚୟ କୁହନ୍ତୁ । ଏହି ସୂତାକୁ ମଣିପ୍ଲାଣ୍ଟର ସେଠାରେ ବାନ୍ଧିବା ଉଚିତ ଯେଉଁଠାରେ ଡାଳ ବାହାରିବା ଆରମ୍ଭ ହୋଇଛି । ଏହି ଉପାୟ କରିବା କେତେ ସପ୍ତାହ ମଧ୍ୟରେ ହିଁ ଏହାର ପ୍ରଭାବ ଆପଣଙ୍କୁ ଅନୁଭବ କରିବାକୁ ପାଇବେ ।