ଛାଡପତ୍ର ବଦଳରେ ସ୍ତ୍ରୀ, ସ୍ୱାମୀଙ୍କୁ ମାଗିଲେ ଏହି ମହତ୍ତ୍ୱପୂର୍ଣ୍ଣ ଜିନିଷ ! ଏହା ଶୁଣି ଅଦାଲତ ହୋଇଗଲା ନିସ୍ତବ୍ଧ…

Spread the love

ସ୍ତ୍ରୀ, ସ୍ୱାମୀଙ୍କୁ ଛାଡପତ୍ର ବଦଳରେ ମାଗିଲେ ଏହି ମହତ୍ୱପୂର୍ଣ୍ଣ ଜିନିଷ, ପୁରା ଅଦାଲତରେ ଖେଳିଗଲା ନିସ୍ତବ୍ଧତା !

ଯେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଝଗଡା ହୋଇଥାଏ, ଯାହା କଥା ଦ୍ୱାରା ସମାଧାନ କରି ହେବ ନାହିଁ, ଏହାକୁ ଶେଷ କରିବା ପାଇଁ ଦୁଇ ଜଣଙ୍କ ମଧ୍ୟରେ ଛାଡପତ୍ର ହୋଇଥାଏ । ଛାଡପତ୍ର ପରେ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ଶେଷ ହୋଇଯାଏ ଓ ସେମାନେ ପୁଣି ଥରେ ଅଜଣା ହୋଇଯାନ୍ତି । ଏହାର ଅର୍ଥ ପରସ୍ପର ମଧ୍ୟରେ କିଛି ଅଧିକାର ମଧ୍ୟ ରହେ ନାହିଁ । ଛାଡପତ୍ରକୁ ନେଇ ଦେଶରେ ଫିମେଳ କୋର୍ଟ ବା ଅଦାଲତରେ କେତେ ଛାଡପତ୍ରର ମାମଲାର ଶୁଣାଣି ହେଉଛି । ସେଥିମଧ୍ୟରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି, ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି । ଏତିକି ହିଁ ନୁହେଁ, ଜର୍ଜ ବା ବିଚାରପତି ମଧ୍ୟ ଏହି ଛାଡପତ୍ରର କାହାଣୀକୁ ଶୁଣି ପୁରା ଆଶ୍ଚର୍ଯ୍ୟ ହୋଇଗଲେ । ଏବେ ଆସନ୍ତୁ ଜାଣିବା ଯେ, ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ ଅଛି ?

ମହାରାଷ୍ଟ୍ର ନାନ୍ଦେଡ଼ର ପାରିବାରିକ ଅଦାଲତରେ ଏକ ଏମିତି ମାମଲା ସମ୍ମୁଖକୁ ଆସିଛି, ଯେଉଁଠାରେ ଛାଡପତ୍ର ବଦଳରେ ସ୍ତ୍ରୀ, ସ୍ୱାମୀଙ୍କୁ ଏକ ଏମିତି ଜିନିଷ ମାଗିଲେ, ଯାହା ଦ୍ୱାରା ପୂରା ଅଦାଲତରେ ନିସ୍ତବ୍ଧତା ଖେଳିଗଲା । ଏତିକି ନୁହେଁ, ଅଦାଲତ ମଧ୍ୟ ସ୍ତ୍ରୀଙ୍କ ଇଚ୍ଛା ପୂରଣ କରିବା ପାଇଁ ମଧ୍ୟ ଆଦେଶ ଦେଇଥିଲେ । ଯେହେତୁ, ମାମଲାରେ ସ୍ୱାମୀ ସ୍ତ୍ରୀ ଠାରୁ ଛାଡପତ୍ର ନେବାକୁ ଚାହୁଁଥିଲା, ଯେଉଁ କାରଣରୁ ସ୍ତ୍ରୀ ସ୍ୱାମୀକୁ ଟଙ୍କା ବଦଳରେ ଏକ ଏମିତି କିଛି ଜିନିଷ ମାଗିଲା, ଯାହା ବିଷୟରେ କି କେହି ମଧ୍ୟ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବେ । କିନ୍ତୁ, ଅଦାଲତର ଆଦେଶ ଅନୁସାରେ ଦମ୍ପତିଙ୍କ ନାମ ପ୍ରକାଶ କରାଯାଏ ନାହିଁ କିନ୍ତୁ ଦୁହେଁ ଜୀବିକାରେ ଡାକ୍ତର ଅଟନ୍ତି ।

ଛାଡପତ୍ର ବଦଳରେ ସ୍ତ୍ରୀ ମାଗିଥିଲେ ଏହି ବିଶେଷ ଜିନିଷ :

ପାରିବାରିକ ଅଦାଲତରେ ଛାଡପତ୍ର ପାଇଁ ଯାଇଥିବା ଏକ ଦମ୍ପତିଙ୍କ ମାମଲା ସୋସିଆଲ ମିଡ଼ିଆ ବା ଗଣ ମାଧ୍ୟମରେ ଭାଇରଲ ହେଉଛି । ବିଶେଷତଃ, ସ୍ତ୍ରୀ ନିଜ ସ୍ୱାମୀକୁ ଛାଡପତ୍ର ଦେବା ପୂର୍ବରୁ ତା ଠାରୁ ଏକ ଶିଶୁ ମାଗିଲେ । ହଁ, ସ୍ତ୍ରୀ ଅଦାଲତରେ କହିଲେ ଯେ, ସେ ନିଜ ସ୍ୱାମୀ ଠାରୁ ଗୋଟିଏ ଥର ଗର୍ଭବତୀ ହେବାକୁ ଚାହଁନ୍ତି । ଏହା ଶୁଣି ଅଦାଲତରେ ନିସ୍ତବ୍ଧତା ଖେଳିଗଲା । ଆପଣଙ୍କୁ କହି ରଖୁଛୁ ଯେ, ଏହି ଦମ୍ପତିଙ୍କ ପାଖରେ ପୂର୍ବରୁ ମଧ୍ୟ ଗୋଟିଏ ଶିଶୁ ଅଛି କିନ୍ତୁ ସ୍ତ୍ରୀଙ୍କ ଇଚ୍ଛା ଯେ ସେ ଛାଡପତ୍ର ପୂର୍ବରୁ ଆଉ ଥରେ ଗର୍ଭବତୀ ହେବାକୁ ଚାହଁନ୍ତି ।

IVF ଦ୍ୱାରା ପୂରଣ ହେବ ମହିଳାଙ୍କ ଇଚ୍ଛା :

ମହିଳାଙ୍କ ଇଚ୍ଛା ଶୁଣି ଅଦାଲତ ତାଙ୍କୁ ମାଆ ହେବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ହେଲେ ଏହି ଥର ମହିଳା IVFର ଜରିଆରେ ଗର୍ଭବତୀ ହେବେ । ଏହା ଏକ ଏମିତି ପ୍ରକ୍ରିୟା, ଯାହା ଦ୍ୱାରା ବିନା ଶାରୀରିକ ସମ୍ବନ୍ଧରେ ମଧ୍ୟ ମହିଳା ଗର୍ଭବତୀ ହୋଇ ପାରିବେ । ଯେହେତୁ, ଏଠାରେ କେବଳ ପୁରୁଷ ଶୁକ୍ରାଣୁର ଆବଶ୍ୟକତା ପଡିଥାଏ କିନ୍ତୁ ଏଠାରେ ଟଙ୍କା ବହୁତ ଲାଗିଥାଏ । ଏଥିପାଇଁ ମହିଳାଙ୍କୁ ଏହି ଆଦେଶ ଦିଆଗଲା ଯେ, ଏହାର ସବୁ ଖର୍ଚ୍ଚ ସେ ନିଜେ ଉଠେଇବେ, ଯାହାପାଇଁ କି ସେ ପ୍ରସ୍ତୁତ ଅଛନ୍ତି ।

ଦ୍ଵିତୀୟ ଶିଶୁର ଲାଳନପାଳନ ନିଜେ କରିବେ :

ମହିଳା କହିବା ଅନୁସାରେ, ସେ ନିଜ ପ୍ରଥମ ଶିଶୁକୁ ଭାଇ କିମ୍ବା ଭଉଣୀର ସୁଖ ଦେବା ପାଇଁ ସେ ଦ୍ୱିତୀୟ ଶିଶୁ ଚାହଁନ୍ତି, ଯାହାର ଖର୍ଚ୍ଚ ସେ ନିଜ ସ୍ୱାମୀଙ୍କ ଠାରୁ ନେବେ ନାହିଁ ବରଂ ନିଜେ ହିଁ ନିଜ ଶିଶୁର ସମ୍ପୂର୍ଣ୍ଣ ଲାଳନ ପାଳନ କରିବେ । ଆପଣ କହି ରଖୁଛୁ ଯେ, ମହିଳାଙ୍କ ଏହି ଅଧିକାର ଥାଏ ଯେ ସେ ଛାଡପତ୍ର ପୂର୍ବରୁ ଦୁଇଟି ଶିଶୁର ଇଚ୍ଛା ପୋଷଣ କରି ପାରିବେ, ଯାହାକୁ ଧ୍ୟାନରେ ରଖି ଜର୍ଜ ବା ବିଚାରପତି ଏହି ଫଇସଲା ଶୁଣାଇଲେ, ଏହା ପରେ ହିଁ ଦୁଇଜଣଙ୍କ ଛାଡପତ୍ର ହେବ ।