ପୂଜା ଘରେ କରିଥିବା ଏହି ସାମାନ୍ୟ ଭୁଲ୍ ଆପଣଙ୍କୁ ଗରିବ କରିଦେଇଥାଏ । ମାଆ ଲକ୍ଷ୍ମୀ ଦୁଃଖି ହୋଇଯାନ୍ତି ।

Spread the love

ଯେଉଁ ବ୍ୟକ୍ତିମାନଙ୍କୁ ଧନ ପ୍ରାପ୍ତି କରିବାର ଇଛା ହୁଏ; ସେମାନେ ମାତା ଲକ୍ଷ୍ମୀଙ୍କ ପୂଜା ନିଶ୍ଚିନ୍ତ କରିଥାନ୍ତି । ମାତା ଲକ୍ଷ୍ମୀ ଧନର ଦେବୀ ରୂପେ ପରିଚିତ । ଯେଉଁ ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥାଏ, ସେହି ବ୍ୟକ୍ତିଙ୍କୁ କଦାପି ଧନର ଅଭାବ ହୋଇ ନଥାଏ । ହିନ୍ଦୁ ଧର୍ମରେ ମାନ୍ୟତା ରହିଛି ନିଜ ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଚାହୁଁଥିଲେ ଓ ଧନ ପ୍ରାପ୍ତି କରିବା ପାଇଁ ଚାହୁଁଥିଲେ ମାତା ଲକ୍ଷ୍ମୀଙ୍କ ଆରାଧନା କରିବା ଉଚିତ୍ ।

ମାତା ଲକ୍ଷ୍ମୀଙ୍କ କୃପା ରହିଲେ, ନିର୍ଧନ ବ୍ୟକ୍ତି ମଧ୍ୟ ଧନବାନ ହୋଇଥାଏ । ଯଦି ଆପଣଙ୍କ ଆରଧନାରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି; ତେବେ ଆପଣ ଧନବାନ ହୋଇଯିବେ । ଆପଣ ନିଜ ଘରର ମନ୍ଦିରରେ (ଇଷ୍ଟ ଦେବୀ ଅଧିଷ୍ଠିତ ସ୍ଥାନ) ପ୍ରାଙ୍ଗଣରେ ଅଜାଣତରେ ଆପଣଙ୍କ ଦ୍ଵାରା କିଛି ଭୁଲ୍ ହୋଇଥାଏ, ତେବେ ଧନର ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି । ଯାହାଫଳରେ ଆପଣଙ୍କୁ ନିର୍ଧନତାର ଶିକାର ହେବା ପାଇଁ ପଡିଥାଏ ।

ଆଜି ଆମେ ଆପଣଙ୍କୁ କିଛି ଭୁଲ ବିଷୟରେ ଜଣାଇବୁ ଯାହା କଦାପି ଆପଣ ନିଜର ପୂଜାଘରେ କରନ୍ତୁ ନାହିଁ ।

ଘରର ମନ୍ଦିରରେ ଏହି ଭୁଲ କରନ୍ତୁ ନାହିଁ :

ଆପଣମାନଙ୍କ ମଧ୍ୟରୁ ଅନେକ ଜାଣି ନ ଥିବେ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କ ପାଇଁ ଭିନ୍ନ ଭିନ୍ନ ପୂଜା ଶୈଳୀ ରହିଛି । ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କ ପୂଜା ବିଧି ଭିନ୍ନ ଭିନ୍ନ ଅଟେ । ଏଥିପାଇଁ ଯେତେବେଳେ ଆପଣ ଦେବୀ ଦେବତାଙ୍କ ପୂଜା କରନ୍ତି; ତେବେ ଆପଣ ମଧ୍ୟ ଏହି ପୂଜା ବିଧିଗୁଡିକୁ ମାନିବା ଉଚିତ୍ । ଯଦି ଆପଣ ଘରେ ଦେବୀ ଦେବତାଙ୍କ ପ୍ରତିମା କିମ୍ବା ଫୋଟଚିତ୍ର ରଖିଥାନ୍ତି; ଏହା ଶୁଭ ଅଟେ । କିନ୍ତୁ ଏହି ପ୍ରତିମା କିମ୍ବା ଫୋଟଚିତ୍ର ରଖିବା ସମୟରେ କିଛି ନୀତି ନିୟମ ମାନିବା ଉଚିତ୍ ଅନ୍ୟଥା ଆପଣଙ୍କ ଛୋଟରୁ ଛୋଟ ଭୁଲ୍ ମଧ୍ୟ ଆପଣଙ୍କୁ ନିର୍ଦନ କରିବା ସହ ଆପଣଙ୍କ କଷ୍ଠ ବଢି ଯାଇପାରେ ।

ନିଜ ଘରର ମନ୍ଦିରରେ ମାତା ଲକ୍ଷ୍ମୀଙ୍କ ଏଭଳି ଚିତ୍ର କିମ୍ବା ପ୍ରତିମା ରଖନ୍ତୁ ନାହିଁ ଯେଉଁଥିରେ ମାତା ଲକ୍ଷ୍ମୀ ଠିଆ ହୋଇଥିବେ । କାରଣ ଏହି ଚିତ୍ର ମାତା ଲକ୍ଷ୍ମୀଙ୍କ ପ୍ରସ୍ତାନର ସୂଚନା ଦେଇଥାଏ । ଏପରି ଚିତ୍ର କିମ୍ବା ପ୍ରତିମା ଘରେ ରଖିବାରୁ ନିବୃତ ରୁହନ୍ତୁ । ଏହା ବ୍ୟତୀତ ପେଚା ଉପରେ ସବାର ହୋଇଥିବା ଲକ୍ଷ୍ମୀଙ୍କ ଚିତ୍ର ଲଗାନ୍ତୁ ନାହିଁ । କାରଣ ମାତା ଲକ୍ଷ୍ମୀଙ୍କୁ ଚଞ୍ଚଳା ବୋଲି କୁହାଯାଇଥାଏ ଏବଂ ଏଭଳି ଚିତ୍ର ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯାନ୍ତି । ଯାହା ଦ୍ୱାରା ଆପଣ ହାନି ହୋଇପାରେ ।