ଦ୍ରୁତ ଗତିରେ ଭାରତରେ ବ୍ୟାପିବାକୁ ଲାଗିଛି ଏହି ଚର୍ମ ରୋଗ । ଥରେ ହେଲେ ଏହା ସହଜରେ ଛାଡି ନଥାଏ ।

Spread the love

ଆଜିକାଲିର ବ୍ୟସ୍ତଭରା ଜୀବନରେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ଆମେମାନେ ଭୁଲି ଯାଇଥାଉ । ଆମେ ଯେଉଁ ପ୍ରକାରର ଜୀବନଚର୍ଯ୍ୟା ଅତିବାହିତ କରୁଛୁ, ତାହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକରକ ଅଟେ । ସ୍ୱାସ୍ଥ୍ୟ ଖରାପ ହେବା ଫଳରେ ଆମକୁ ଅନେକ ଗୁଡିଏ ରୋଗ ମାଡି ବସିଥାଏ । ଏପରି କିଛି ରୋଗ ରହିଛି ଯାହାର, କୌଣସି ଚିକିତ୍ସା ନଥାଏ । କିଛି ରୋଗ ଏହିପରି ରହିଛି ଯାହା ସଂକ୍ରମଣ ମାଧ୍ୟମରେ ବ୍ୟାପିଥାଏ ।

ଯଦି କୌଣସି ପ୍ରକାରର ଚର୍ମ ରୋଗର ଶିକାର ଆମେ ହୋଇଯାଉ, ତେବେ ଏହି ରୋଗ ପୁରା ଶରୀରକୁ ଗ୍ରାସ କରି ଦେଇଥାଏ । ଶରୀରରେ ଅନେକ ପ୍ରକରାର ଚର୍ମ ରୋଗ ହୋଇଥାଏ । ଏହି ଗୁଡିକୁ ହାଲକା ଭାବରେ ନ ନେଇ ଏହାର ଉପଚାର କରିବା ନିହାତି ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ଚର୍ମ ରୋଗ ବିଷୟରେ ।

ଫଙ୍ଗଲ୍ ଇନଫେକସନ (Fungal infections) :

ଚର୍ମ ରୋଗମାନଙ୍କ ମଧ୍ୟରେ ଏକ ରୋଗ ହେଉଛି ଫଙ୍ଗଲ୍ ଇନଫେକସନ (Fungal infections) । ଏହା ହେବା ଫଳରେ ପୂରା ଶରୀରର ଦାନା ସଦୃଶ୍ୟ ହୋଇଯାଏ । ଏହା ହେବା ଫଳରେ ଆମ ଶରୀରରେ କୁଣ୍ଡେଇ ହୋଇଥାଏ । ଏହି ଦାନ ଗୁଡିକ ଫାଟି ଯିବା ଫଳରେ ପୂଜ ବାହାରି ଥାଏ । ପୂଜ ବାହାରି ଆମ ଶରୀରର ଅନ୍ୟ ସ୍ଥାନରେ ଲାଗିଲେ, ଏହା ସଂକ୍ରମିତ ହୋଇଥାଏ ।

କିପରି ବ୍ୟାପିଥାଏ :

ଏହା ସାଧାରଣତଃ ନରମ କପଡା ପିନ୍ଧିବା ଫଳରେ କିମ୍ବା ଓଦା କପଡା ପିନ୍ଧିବା ଫଳରେ ବ୍ୟାପିଥାଏ । ଯେଉଁବ୍ୟକ୍ତି ଏହି ରୋଗରେ ସଂକ୍ରମିତ ହୋଇଥାନ୍ତି; ସେମାନଙ୍କ ସଂସ୍ପର୍ଶରେ ଆସିବା ଫଳରେ ଏହି ରୋଗ ଆମକୁ ମଧ୍ୟ ବ୍ୟାପିଥାଏ । ସେମାନଙ୍କ ଦ୍ଵାରା ବ୍ୟବହୃତ ଜିନିଷର ସଂସ୍ପର୍ଶରେ ଆସିବା ଫଳରେ ଏହା ବ୍ୟାପିଥାଏ ।

କିପରି ଏଥିରୁ ବର୍ତ୍ତୀ ପାରିବେ :

ଯଦି ଆପଣ ଏହି ରୋଗର ଶିକାର ହେବା ପାଇଁ ଚାହୁଁ ନାହାନ୍ତି; ତେବେ ଓଦା କପଡା ନ ପିନ୍ଧିବା ଉଚିତ । ଖରରେ ଭଲ ରୂପରେ କପଡାକୁ ଶୁଖାଇବା ଉଚିତ । ଭଲଭାବରେ ସୁଖୀ ସାରିବା ପରେ କପଡାରେ କର୍ପୁର କିମ୍ବା ନିମ୍ବ ପତ୍ର ପକାଇ ରଖନ୍ତୁ, ଯାହାଫଳରେ ସଂକ୍ରମଣ ଜନିତ କୀଟାଣୁ ମରିଯିବେ । ଗାଧୋଇ ସାରିବା ପରେ ଭଲ ଭାବରେ, ନିଜକୁ ଶୁଖାଇ ଅର୍ଥାତ ଭଲଭାବରେ ପୋଛାପୋଛି ହୋଇ, କପଡା ପିନ୍ଧିବା ଉଚିତ । ଯଦି ଆପଣ ଏହି ପ୍ରକାରର ରୋଗରେ ପୀଡିତ ଅଛନ୍ତି; ତେବେ ନଡିଆ ତେଲରେ କର୍ପୁର ପକାଇ ଦେହରେ ଲଗାଇବା ଉଚିତ । ଏହାର ବ୍ୟବାହରେ ଆପଣଙ୍କୁ ଆରମ ମିଳିବ ।