ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏକ ଯୋଗ୍ୟ ପୁତ୍ର ପାଖରେ ରହିଥାଏ- ଏହି ଚାରୋଟି ଗୁଣ ।

Spread the love

ମାତାପିତାଙ୍କ ନିମନ୍ତେ ଏହି ଦୁନିଆରେ ସବୁଠୁ ପ୍ରିୟ ନିଜ ସନ୍ତାନ ବ୍ୟତୀତ ଅନ୍ୟ କିଛି ନୁହେଁ । ମାତା ପିତାଙ୍କ ପାଇଁ ନିଜ ସନ୍ତାନ ଆଖିର ତାରା ହୋଇଥାଏ । ନିଜ ସନ୍ତାନ ପାଇଁ ପ୍ରତି ପିତାମାତା ଯାହା ସମ୍ଭବ ସବୁ କିଛି କରିଥାନ୍ତି । ନିଜ ସନ୍ତାନ ପାଇଁ ଜୀବନ ମଧ୍ୟ ତ୍ୟାଗ କରି ଦେଇଥାନ୍ତି । ଯେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ସନ୍ତାନକୁ ଖୁସି ଦେବା ପାଇଁ ଚେଷ୍ଟା କରିଥାନ୍ତି । ପ୍ରତି ସମସ୍ୟାକୁ ସହନ କରି ମାତାପିତା ସନ୍ତାନର ଖୁସି ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଆପଣ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଶୁଣିଥିବେ, ସେ ଜଣେ ବହୁତ ଭଲ ନାଗରିକ ଥିଲେ । ସେ ମନୁଷ୍ୟ ଜାତି ପାଇଁ ବହୁତ ଗୁଡିଏ କଥା କହିଛନ୍ତି; ଯାହା ଆଜିର ସମୟରେ ସତ୍ୟତାରେ ପରିଣତ ହୋଇଛି । ସେ ମନୁଷ୍ୟ ଜାତି ସହ ଜଡିତ କିଛି ରହସ୍ୟ ଖୋଲିଛନ୍ତି; ଯାହା ସତ୍ୟ ଅଟେ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ଯୋଗ୍ୟ ପୁତ୍ରର ୪ଟି ଗୁଣ ବିଷୟରେ ଜଣାଇବୁ । ଯଦି ଏହି ଗୁଣ କୌଣସି ବ୍ୟକ୍ତି ଭିତରେ ଥାଏ; ତେବେ ସେ ନିଜ ମାତାପିତାଙ୍କ ନିମନ୍ତେ ଭଲ ପୁତ୍ର ବୋଲି ପ୍ରମାଣିତ ହୋଇଥାଏ ।

ଆସନ୍ତୁ ଜାଣିବେ ଜଣେ ଯୋଗ୍ୟ ପୁତ୍ରର ୪ଟି ଗୁଣ ବିଷୟରେ :

୧) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଏକ ଯୋଗ୍ୟ ପୁତ୍ର ସର୍ବଦା ସେହି କାର୍ଯ୍ୟ କରିଥାଏ; ଯାହା ତାର ମାତାପିତା ତାକୁ କରିବା ପାଇଁ କହିଥାନ୍ତି । ଜଣେ ଯୋଗ୍ୟ ପୁତ୍ର କଦାପି ନିଜ ମାତାପିତାଙ୍କ ବିରୁଦ୍ଧରେ କୌଣସି ମଧ୍ୟ କାର୍ଯ୍ୟ କରିନଥାଏ । ସେ ସର୍ବଦା ନିଜ ପିତାମାତାଙ୍କ ଆଜ୍ଞାକୁ ପାଳନ କରିଥାଏ ।

୨) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଏକ ଯୋଗ୍ୟ ପୁତ୍ର ସର୍ବଦା ନିଜ ପିତାଙ୍କ ଠାରୁ ଗାଳି ଏବଂ ମାଡ଼ ଖାଇବା ସତ୍ତ୍ୱେ କଦାପି ନିଜ ପିତାଙ୍କୁ ଜବାବ ଦେଇନଥାଏ । ନା ହିଁ କେବେ ମଧ୍ୟ ନିଜ ମନରେ ଶତ୍ରୁତା ଭାବ ରଖିଥାଏ । ସେ ସର୍ବଦା ନିଜ ପିତାଙ୍କ କଥାକୁ ଆଦର ସହକାରରେ ସମ୍ମାନ କରିଥାଏ ଏବଂ ପିତାଙ୍କ ଦ୍ୱାରା କୁହାଯାଇଥିବା କଥାର ପାଳନ କରିଥାଏ ।

୩) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଏକ ଯୋଗ୍ୟ ପୁତ୍ର ସର୍ବଦା ନିଜ ମାତାପିତାଙ୍କ ଖୁସିକୁ ପୂରଣ କରିବା ପାଇଁ ଚେଷ୍ଟା କରିଥାଏ । ସେ କଦାପି ନିଜ ମାତାପିତାଙ୍କୁ ଦୁଃଖି କରିନଥାଏ । ନା ହିଁ ସେ କଦାପି ନିଜ ପିତାମାତାଙ୍କୁ କୌଣସି କାର୍ଯ୍ୟ କରିବା ପାଇଁ ଦେଇଥାଏ । ସେ ସମସ୍ତ କାର୍ଯ୍ୟ ନିଜେ ହିଁ ସମ୍ପାଦନ କରିଥାଏ ।

୪) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଏକ ଯୋଗ୍ୟ ପୁତ୍ର ସର୍ବଦା ନିଜ ପିତାମାତାଙ୍କ ବୃଦ୍ଧ ସମୟର ସାହାରା ହୋଇଥାଏ । ଏକ ଯୋଗ୍ୟ ପୁତ୍ର ସର୍ବଦା ନିଜ ପିତାମାତାଙ୍କ ପାଇଁ ବୃଦ୍ଧ ସମୟର ଏକ ମାତ୍ର ସାହାରା ହୋଇଥାଏ । ସେ ପ୍ରତି କ୍ଷେତ୍ରରେ ନିଜ ପିତାମାତାଙ୍କୁ ସାହାରା ଦେଇଥାଏ । ଏକ ଯୋଗ୍ୟ ପୁତ୍ର କଦାପି ନିଜ ପିତାମାତାଙ୍କୁ ଏକାକୀ ଛାଡି ନ ଥାଏ । ପ୍ରତି ସମୟରେ ସେ ନିଜ ପିତାମାତାଙ୍କ ସହ ରହିଥାଏ ।

ଉପରୋକ୍ତ ଯେଉଁ କଥା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି; ତାହା ସତ୍ୟ ଅଟେ । କାରଣ ପ୍ରତି ପିତାମାତା ନିଜ ସନ୍ତାନ ଠାରୁ ଏହି ଆଶା କରିଥାନ୍ତି । ପିତାମାତା ଚାହିଁଥାନ୍ତି, ସେମାନଙ୍କ ପୁତ୍ର ସର୍ବଦା ସେମାନଙ୍କ ସାଥିରେ ରହୁ ଏବଂ ନିଜ ବାର୍ଦ୍ଧକ୍ୟ ସମୟର ସାହାରା ହେଉ ବୋଲି । ପିତାମାତା ସର୍ବଦା ଚାହିଁଥାନ୍ତି; ନିଜ ପୁତ୍ର ଜୀବନରେ ଉନ୍ନତି କରୁ ଏବଂ ଦୁନିଆରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ରୂପେ ପ୍ରସିଦ୍ଧି ଲାଭ କରୁ । ଏହା ସବୁ ସତ୍ତ୍ୱେ, ପୁତ୍ର ସର୍ବଦା ପିତାମାତାଙ୍କ ଦୁଃଖ ସମୟରେ ସେମାନଙ୍କ ସାହାରା ହେବା ପାଇଁ ପିତାମାତା ଚାହିଁଥାନ୍ତି । ଏହି କାରଣରୁ ଏହି ସବୁ ଗୁଣ ପ୍ରତି ପୁତ୍ରଙ୍କ କ୍ଷେତ୍ରରେ ରହିବା ଉଚିତ୍ ଏବଂ ନିଜ ମାତା ପିତାଙ୍କ ଆଦର ସତ୍କାର କରିବା ଉଚିତ୍ ।