ଏହି ବ୍ୟକ୍ତି ଜଣକ ଭୋକରେ ଥିବା ଗରିବ ପିଲାମାନଙ୍କୁ ରେଷ୍ଟୁରାଣ୍ଟରେ ଖାଦ୍ୟ ଖୁଆଇଥିଲେ, କିନ୍ତୁ ବିଲ୍ ଦେଖି ଆଖିରେ ଲୁହ ଆସିଗଲା !

Spread the love

ବର୍ତ୍ତମାନ ଏହିପରି ଅନେକ ଲୋକ ଅଛନ୍ତି ଯିଏ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି ନାହିଁ କିନ୍ତୁ ଆଉ କେତେ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ବ୍ୟକ୍ତି ବିଷୟରେ କହିବୁ ଯିଏକି ଅନ୍ୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଥାନ୍ତି । ସେହି ବ୍ୟକ୍ତିଙ୍କର ନାମ ଅଖିଳେଶ କୁମାର ଅଟେ । ବର୍ତ୍ତମାନ ହିଁ ସେ ଏମିତି ଏକ କାମ କରିଛନ୍ତି ଯେଉଁଥିପାଇଁ ଲୋକମାନେ ତାଙ୍କୁ ହୃଦୟରୁ ସମ୍ମାନ ଓ ପ୍ରଶଂସା କରୁଛନ୍ତି । ଚାରିଆଡେ କେବଳ ତାଙ୍କ ହିଁ ଚର୍ଚ୍ଚା ହେଉଛି ।

ସର୍ବ ପ୍ରଥମେ ଆପଣଙ୍କୁ ଜଣାଇ ଦେଉଛୁ; ଅଖିଳେଶ କୁମାର ସମାଜରେ ଏମିତି ଏକ ପୂଣ୍ୟ କାର୍ଯ୍ୟ କରିଛନ୍ତି ଯାହାଫଳରେ ସେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇପାରିଛନ୍ତି । ଅଖିଳେଶ ନିଜର କାମ ଶେଷ କରି ରାତ୍ରି ସମୟରେ ଖାଇବା ପାଇଁ କେରଳର ମଲ୍ଲାପୁରମରେ ସ୍ଥିତ ସବରୀନା ହୋଟେଲକୁ ଗଲେ । ତେବେ ସେ ସେଠି କିଛି ଏମିତି ଦେଖିଲେ ଯାହା ପରେ ସେ ନିଜକୁ ଅଟକାଇ ପାରିଲେ ନାହିଁ ଏବଂ ତାଙ୍କ ମଧ୍ୟରେ ମଣିଷତ୍ଵ ଜାଗି ଉଠିଲା ।

କହିବାକୁ ଗଲେ, ସେ ଖାଇବା ସମୟରେ ତାଙ୍କ ସାମ୍ନାରେ ଥିବା ଜଣେ ନିରୀହ ଚେହେରା ଉପରକୁ ତାଙ୍କର ନଜର ଚାଲିଗଲା, ଯାହାକୁ ସେ ହୋଟେଲ ବାହାରୁ ଦେଖୁଥିଲା । ଏହା ପରେ ଅଖିଳେଶ ସେହି ପିଲାକୁ ଭିତରକୁ ଡାକିଲେ । ସେତେବେଳେ ସେ ନିଜର ଛୋଟ ଭଉଣୀ ସହିତ ଭିତରକୁ ଆସିଲା । ଏହା ପରେ ଅଖିଳେଶ ସେହି ପିଲାମାନଙ୍କ ପାଇଁ ଖାଦ୍ୟ ମଗାଇଲେ ।

ପିଲାମାନେ ବହୁତ ଭୋକିଲା ଥିଲେ ସେମାନେ ଖାଦ୍ୟ ମିଳିବା ମାତ୍ରେ ହିଁ ବହୁତ ଖୁସି ହୋଇଗଲେ । ଏହା ପରେ ସେମାନେ ଭୋଜନ କରିଲେ ଓ ଖୁସି ଖୁସି ଚାଲିଗଲେ ।

ଅଖିଳେଶ ବି ସେହି ପିଲାମାନଙ୍କ ସହ ଭୋଜନ କରିଲେ । ଏହା ପରେ ସେ ହୋଟେଲ ମାଲିକଙ୍କୁ ବିଲ୍ ଆଣିବା ପାଇଁ କହିଲେ, କିନ୍ତୁ ଅଖିଳେଶ ବିଲ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କହିବାକୁ ଗଲେ, ବିଲରେ ଲେଖା ହୋଇଥିଲା କି “ମଣିଷତ୍ଵର ବିଲ୍ କରିବା ପାଇଁ ଆମ ପାଖରେ କୌଣସି ଏମିତି କିଛି ମେସିନ ନାହିଁ ! ଆପଣ ଖୁସିରେ ରୁହନ୍ତୁ ।” ଏହାକୁ ଦେଖି ଅଖିଳେଶଙ୍କ ଆଖିରେ ଲୁହ ଚାଲି ଆସିଲା ।

ଅଖିଳେଶ ବିଲର ଏକ କପି ନିଜର ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଲେ ଓ ନିଜ ସହିତ ହୋଇଥିବା ସମସ୍ତ ଘଟଣା ବିଷୟରେ କହିଲେ । ଏହା ପରେ ଲୋକମାନେ ତାଙ୍କର ଏବଂ ସେ ହୋଟେଲ ମାଲିକର ଅଜସ୍ର ପ୍ରଶଂସା କରିଛନ୍ତି ।