ଦେବଲ ପରିବାରର ବୋହୁ ସନ୍ନି ଦେବଲଙ୍କ ଠାରୁ ମଧ୍ୟ ଅଧିକ ସାହସୀ । ସର୍ବସାଧାରଣରେ କରିନା କପୁରଙ୍କୁ ଚାପୁଡ଼ା ମାରି ଦେଇଥିଲେ ।

Spread the love

୯୦ ଦଶକରେ ସନ୍ନି ଦେବଲ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥିଲେ । ସେ ସେହି ସମୟରେ “ଜିଦ୍ଦି, ଘାତକ, ବୋର୍ଡର, ଗଦର” ଭଳି ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । କିନ୍ତୁ ତାଙ୍କର ସେହି ଷ୍ଟାର ଦମ ବର୍ତ୍ତମାନ ହଜି ଯାଇଛି । ସନ୍ନି ଶେଷ ଥର ପାଇଁ ୨୦୧୧ରେ “ୟମଲା ପାଗଲା ଦିୱାନା” ନାମକ ଏକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ଏହା ପରେ ସେ ଅନେକ ଆକ୍ସନ ଫିଲ୍ମରେ ଅଭିନୟ କରିଥିଲେ କିନ୍ତୁ ପୂର୍ବ ଭଳି ସଫଳତା ତାଙ୍କୁ ମିଳି ପାରିନଥିଲା । ଆଜି ସନ୍ନିଙ୍କ ପାଖରେ ଧନର ଅଭାବ ନାହିଁ କିନ୍ତୁ ସନ୍ନି ଏକ ସାଧାରଣ ଜୀବନ ବିତାନ୍ତି । ୬୨ ବର୍ଷ ବୟସରେ ମଧ୍ୟ ସନ୍ନି ଫିଟ୍ ଦେଖା ଯାଉଛନ୍ତି ।

ସନ୍ନିଙ୍କ ଠାରୁ ମଧ୍ୟ ଅଧିକ ସାହାସି ଅଟନ୍ତି ଦେବଲ ପରିବାରର ବୋହୁ :

ସନ୍ନି ଆଜି ମଧ୍ୟ ନିଜ ସାହାସିକତା ପାଇଁ ପରିଚିତ । ତାଙ୍କର “ଢାଇ କିଲୋ ହାତ” ଡାଇଲଗଟି ଆଜି ମଧ୍ୟ ଲୋକଙ୍କ ମୁହଁରେ ଶୁଣିବା ପାଇଁ ମିଳୁଛି । ଆପଣ ଜାଣିଛନ୍ତି, ଯେତେ ସାହସୀ ସନ୍ନି ଅଟନ୍ତି ସେତିକି ସାହସୀ ଦେବଲ ପରିବାରର ବୋହୁ ମଧ୍ୟ ଅଟନ୍ତି । ଏଠାରେ ଆମେ କହିବା ପାଇଁ ଚାହୁଁଛୁ, ବବି ଦେବଲଙ୍କ ପତ୍ନୀ ତାନ୍ୟା ଦେବଲଙ୍କ ବିଷୟରେ । କୁହାଯାଉଛି ବବିଙ୍କ ପତ୍ନୀ ତାନ୍ୟା ଦେବଲ ସନ୍ନିଙ୍କ ଠାରୁ ମଧ୍ୟ ଅଧିକ ସାହସୀ ଅଟନ୍ତି । ଏହି କାରଣରୁ ଏକଦା ତାନ୍ୟା ସର୍ବସାଧାରଣରେ ବଲିଉଡ଼ ଅଭିନେତ୍ରୀ କରିନା କପୁରଙ୍କୁ ଚାପୁଡ଼ା ମାରି ଦେଇଥିଲେ । ଏହି ଘଟଣା ସେହି ସମୟର ଅଟେ, ଯେଉଁ ସମୟରେ “ଅଜନବୀ” ଫିଲ୍ମରେ ବବି ଅଭିନୟ କରୁଥିଲେ ।

ଯେତେବେଳେ ତାନ୍ୟା କରିନା କପୁରଙ୍କୁ ଚାପୁଡ଼ା ମାରିଥିଲେ :

୨୦୦୧ରେ ଫିଲ୍ମ ସୁଟିଂ ସମୟରେ ବବିଙ୍କ ପତ୍ନୀ ତାନ୍ୟା ବବିଙ୍କ ସହ ଫିଲ୍ମର ସୁଟିଂ ସ୍ଥାନକୁ ଯାଇଥିଲେ । ସେଠାରେ କରିନା କପୁର ମଧ୍ୟ ନିଜ ମାଆ ବବିତାଙ୍କ ସହ ଉପସ୍ଥିତ ଥିଲେ । ବବି ଏବଂ ବବିତାଙ୍କ ମଧ୍ୟରେ ବାର୍ତ୍ତାଲାପ ସମୟରେ ଥଟ୍ଟା ମଜାରେ ବବିତା କିଛି ଅଧିକ ବବିଙ୍କୁ କହି ଦେଇଥିଲେ । ନିଜ ପତି ଅପମାନିତ ହେଉ ଥିବାର ଦେଖି ତାନ୍ୟା କରିନାଙ୍କ ସହ କଳି କରିଥିଲେ । ସେହି ସମୟରେ ହଠାତ ତାନ୍ୟା, କରିନାଙ୍କୁ ଚାପୁଡ଼ା ମାରି ଦେଇଥିଲେ । ଏହାପରେ ଅକ୍ଷୟ କୁମାର ମଧ୍ୟସ୍ଥତା କରି ଦୁହିଁଙ୍କ ଝଗଡାକୁ ଶେଷ କରାଇଥିଲେ । ପରେ କିନ୍ତୁ ତାନ୍ୟା ନିଜର ଭୁଲ ପାଇଁ କରିନାଙ୍କୁ କ୍ଷମା ପ୍ରାର୍ଥନା ମାଗିଥିଲେ ।

୯୦ ଦଶକର ପ୍ରସିଦ୍ଧ ଅଭିନେତା ଥିଲେ ବବି ଦେବଲ :

୯୦ ଦଶକରେ ବବି ଦେବଲ ଜଣେ ଜଣାଶୁଣା ଅଭିନେତା ଥିଲେ । ସେହି ସମୟରେ ସେ ଅନେକ ସୁପରହିଟ ଫିଲ୍ମର ଭେଟି ଦର୍ଶକଙ୍କୁ ଦେଇଥିଲେ କିନ୍ତୁ ବର୍ତ୍ତମାନ ବବିଙ୍କ ପାଖରେ କୌଣସି ଭଲ ପ୍ରୋଜେକ୍ଟ ନାହିଁ ଅଭିନୟ କରିବା ପାଇଁ । ୨୦୧୧ର ଫିଲ୍ମ “ୟମଲା ପାଗଲା ଦିୱାନା” ହିଟ୍ ହୋଇଥିଲା । ଏହି ଫିଲ୍ମରେ ବବିଙ୍କ ସହ ସନ୍ନି ଏବଂ ଧର୍ମେନ୍ଦ୍ର ମଧ୍ୟ ଅଭିନୟ କରିଥିଲେ । ପରେ ବବି ରେସ-୩ରେ ଅଭିନୟ କରିଥିଲେ କିନ୍ତୁ ଫିଲ୍ମଟି ଫ୍ଲପ ହୋଇ ଯାଇଥିଲା । ବବି ନିଜ କ୍ୟାରିୟର ଶିଶୁ କଳାକାର ରୂପେ ଆରମ୍ଭ କରିଥିଲେ । ସେ ପିତା ଧର୍ମେନ୍ଦ୍ରଙ୍କ ଫିଲ୍ମ ଧରମବୀରରେ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ ।