ଏହି କୋଟିପତି ଝିଅ ଖୋଜୁଛି ଗୋଟିଏ ବୋୟେ ଫ୍ରେଣ୍ଡ ! ସର୍ତ୍ତ ମାନିଲେ ୬୦ ଲକ୍ଷ ଟଙ୍କା ଦେବ କୋଟିପତି ଝିଅ !!

Spread the love

ଦୁନିଆରେ ଅନେକ ଲୋକଙ୍କ ପାଖରେ ଟଙ୍କା ଥାଏ, କିନ୍ତୁ ପ୍ରେମ ପାଇବା ସଭିଁଙ୍କ ଭାଗ୍ୟରେ ନଥାଏ । ଏମିତି ହିଁ କିଛି ହେଲା, ବ୍ରିଟେନରେ ରହୁଥିବା ଏହି ୨୩ ବର୍ଷର ଝିଅ ସହିତ । ଏହି ଝିଅଟି ୧୭ ବର୍ଷ ବୟସରେ ଲୋଟେରୀ ଜରିଆରେ କୋଟି ଟଙ୍କା ତ’ ଜିତିଲା କିନ୍ତୁ ଏହାପରେ ୬ ବର୍ଷ ବିତିଗଲା ତଥାପି ସେ ଏବେ ପର୍ଯ୍ୟନ୍ତ ଏକ ସଚ୍ଚୋଟ ପ୍ରେମ ପାଇ ପାରିଲେ ନାହିଁ । ସେ ଏବେ ସଚ୍ଚୋଟ ପ୍ରେମ ପାଇବା ପାଇଁ ଏକ ନୂଆ ଉପାୟ ପ୍ରୟୋଗ କରିଲେ ।

ଏହି ସୁନ୍ଦର ଝିଅର ନାମ ହେଉଛି ଜେନ୍ ପାର୍କ ଅଟେ । ସେ ୧୭ ବର୍ଷ ବୟସରେ ଲୋଟେରୀ ଜିତି ହୋଇଯାଇଥିଲେ କୋଟିପତି । ଏହି ଟଙ୍କା ଦ୍ୱାରା ସେ ବହୁତ ଆରମଦାୟକ ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ ଏହା ସତ୍ତ୍ୱେ ସେ ବହୁତ ଥର ପ୍ରେମରେ ଧୋକା ଖାଇଛନ୍ତି । ଜେନ୍ ସବୁବେଳେ ସଚ୍ଚୋଟ ପ୍ରେମ ଖୋଜୁଥିଲେ କିନ୍ତୁ ସମସ୍ତେ ଜେନ୍ କୁ ନୁହେଁ ବରଂ ତାଙ୍କ ଟଙ୍କାକୁ ଭଲ ପାଉଥିଲେ ।

ଜେନ୍ କହିଲେ, “ସେ ଏବେ ବହୁତ ଏକୁଟିଆପଣ ଅନୁଭବ କରୁଛନ୍ତି ଓ ତାହାକୁ ଦୂର କରିବା ପାଇଁ ସେ ଏକ ୱେବ୍ସାଇଟ ଖୋଲିଛନ୍ତି; ଯେଉଁଥିରେ ସେ ନିଜ ପାଇଁ ଗୋଟିଏ ପେରେଫେକ୍ଟ ସାଥି ଖୋଜିବାରେ ଲାଗିଛନ୍ତି । ସେ କହିଛନ୍ତି, ଯଦି ତାଙ୍କୁ ଗୋଟିଏ ଭଲ ସାଥି ବା ପେରଫେକ୍ଟ ସାଥି ମିଳିଯିବା; ତେବେ ସେ ତାଙ୍କୁ ଗୋଟିଏ ବର୍ଷ ପାଇଁ ୬୦ ହଜାର ପାଉଣ୍ଡ ଅର୍ଥାତ ୬୦ ଲକ୍ଷ ଟଙ୍କା ଦେବେ ।

ପୁରୁଷ ସାଙ୍ଗର ଯୋଗ୍ୟ ବିବେଚିତ ପୁରୁଷମାନେ ପୋଷ୍ଟ ପାଇଁ ଆବେଦନ କରିପାରିବେ । ଜେନ୍ କହିଛନ୍ତି, ସେ, ଜଣକ ସହ ସମ୍ପର୍କ ରଖିବାକୁ ଚାହୁଁଛନ୍ତି । ଯିଏ କି ଭଲ ଲୋକ ହୋଇଥିବେ ଓ ଟଙ୍କା ପ୍ରତି ଅଧିକ ଗୁରୁତ୍ୱ ନ ଦେବେ ।

ଆପଣଙ୍କୁ କହିବାକୁ ଚାହୁଁଛୁ; ଜେନ୍ ଙ୍କ ନାମ ଲୋକପ୍ରିୟ ଫୂଟବଳର୍ ଜର୍ଡନ ପିଗାଟ୍ ସହ ମଧ୍ୟ ଯୋଡି ହୋଇ ଥିଲେ କିନ୍ତୁ କେତେ ଦିନ ପରେ ଦୁହେଁଙ୍କ ମଧ୍ୟରେ ବ୍ରେକପ୍ ହୋଇଯାଇ ଥିଲା ।