କୁଣ୍ଡଳୀରେ କୌଣସି ପ୍ରକାରର ଦୋଷ ଥିଲେ ଦୂର କରିବ ଏହି ମନ୍ତ୍ର । ବହୁତ ଶକ୍ତିଶାଳୀ ଅଟେ ଏହି ମନ୍ତ୍ର ।

Spread the love

କୁଣ୍ଡଳୀରେ କୌଣସି ପ୍ରକାରର ଦୋଷ ଥିଲେ, ଯଦି ସଠିକ ମନ୍ତ୍ରର ଜପ କରାଯାଏ; ତେବେ ଏହି ଦୋଷରୁ ମୁକ୍ତି ମିଳିଥାଏ । କୁଣ୍ଡଳୀରେ ପିତୃଦୋଷ ଗ୍ରହ ଅଶାନ୍ତ କିମ୍ବା ଅନ୍ୟ କୌଣସି ଦୋଷ ଥିଲେ, ଜୀବନରେ ଖରାପ ପ୍ରଭାବ ପଡିଥାଏ । ଏହି କାରଣରୁ ଏହି ଦୋଷଗୁଡିକରୁ ମୁକ୍ତି ପାଇବା ପାଇଁ ନିଶ୍ଚିତ ଆବଶ୍ୟକ ହୋଇଥାଏ ବିଧିବଦ୍ଧ ନିୟମମନ । ଯାହାଫଳରେ ଏହି ଦୋଷ ଗୁଡିକର ଖରାପ ପ୍ରଭାବରୁ ବର୍ତ୍ତି ପାରିବା । ଯଦି ଆପଣ କୁଣ୍ଡଳୀରେ କୌଣସି ଦୋଷ ଅଛି; ତେବେ ନିମ୍ନରେ କୁହାଯାଇଥିବା ମନ୍ତ୍ରର ଜପ କରି ପାରିବେ ।

ବହୁତ ଶକ୍ତିଶାଳୀ ହୋଇଥାଏ ଏହି ମନ୍ତ୍ର ଗୁଡିକ ଏହାର ଜପ କରିବା ଫଳରେ ଦୂର ହୋଇଥାଏ ପ୍ରତ୍ୟେକ ଦୋଷ :

କୁଣ୍ଡଳୀରେ ପିତୃଦୋଷ ଥିଲେ ଆପଣ ଶ୍ରୀକୃଷ୍ଣ ମୁଖାମୃତ ଗୀତାର ପାଠ କରନ୍ତୁ । ଏହାକୁ ପାଠ କରିବା ଫଳରେ ପିତୃ ଦୋଷରୁ ମୁକ୍ତି ମିଳିଥାଏ ଏବଂ ଜୀବନରେ ଏହି ଦୋଷର ଖରାପ ପ୍ରଭାବ ପଡିନଥାଏ ।

ଯେଉଁ ବ୍ୟକ୍ତି ପ୍ରାୟତଃ ଭୟରେ ରୁହନ୍ତି; ତେବେ ଶ୍ରୀକୃଷ୍ଣ ଚରିତ୍ରର କଥା କିମ୍ବା ଶ୍ରୀମଦ୍ ଭାଗବତ ମହାପୁରାଣର ପାଠ କରନ୍ତୁ । ଯାହାଫଳରେ ଭୟ ଦୂର ହୋଇଯାଇଥାଏ । ଆପଣ ଚାହିଁଲେ ଏହାକୁ ଆପଣ ମଧ୍ୟ ପାଠ କରିପାରିବେ କିମ୍ବା କୌଣସି ପିଡୀତଙ୍କ ପାଇଁ କରିପାରିବେ ।

ଗ୍ରହ ଅଶାନ୍ତ ଥିଲେ ଆପଣ ଯଜ୍ଞ କରନ୍ତୁ ଏବଂ “ଓମ୍ ନମଃ ଭଗବତେ ବାସୁଦେବାୟ” ମନ୍ତ୍ରର ଜପ କରି ଦେଶୀ ଘିଆର ୧୦୦୮ ଆହୁତି ଦିଅନ୍ତୁ । ଏହିପରି କରିବା ଫଳରେ ଆପଣଙ୍କ ଗ୍ରହ ଶାନ୍ତ ହୋଇଯିବ ଏବଂ ଆପଣଙ୍କୁ ପ୍ରତିଟି କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଏହା ବ୍ୟତୀତ “ନମଃ ଭଗବତେ ବାସୁଦେବାୟ” ମନ୍ତ୍ର ପଢିବା ଫଳରେ ଗ୍ରହ ଶାନ୍ତ ହୋଇଯାଇଥାଏ ଏବଂ ମାନ୍ୟତା ରହିଛି ଏହି ମନ୍ତ୍ରକୁ ପାଠ କରିବା ଫଳରେ ପ୍ରତିଟି ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ । ଆପଣଙ୍କୁ ଯେଉଁ ଗ୍ରହ ଏବଂ ସେହି ଗ୍ରହ ସହ ଜଡିତ ବାର ଦିନ ଏହି ମନ୍ତ୍ରକୁ ୧୦୧ ଥର ଜପ କରିବା ଉଚିତ୍ ।

ପ୍ରାୟତଃ କୁଣ୍ଡଳୀରେ ଦୋଷ ଥିଲେ ମାନସିକ ଚିନ୍ତା ରହିଥାଏ ଏବଂ ମାନସିକ ଦୁଶ୍ଚିନ୍ତା ଯୋଗୁଁ ବ୍ୟକ୍ତି ଦୁଃଖିତ ରହିଥାଏ । ଯଦି ଆପଣଙ୍କୁ ମଧ୍ୟ ମାନସିକ ଚିନ୍ତା ରହିଥାଏ; ତେବେ ଆପଣ “ହରେ ରାମ ହରେ ରାମ ରାମ ରାମ ହରେ ହରେ / ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ” ମନ୍ତ୍ରର ଜପ କରନ୍ତୁ । ପ୍ରତିଦିନ ଏହି ମନ୍ତ୍ରର ଜପ କରିବା ଫଳରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ । ଏହି ମନ୍ତ୍ର ଆପଣ ସନ୍ଧ୍ୟା ସମୟରେ ୧୬ ଥର ଜପ କରନ୍ତୁ ।

ଭଗବାନ ଶ୍ରୀକୃଷ୍ଣଙ୍କ ସହ ଅନେକ ଗୁଡିଏ ମନ୍ତ୍ର ଜଡିତ ରହିଛି ଏବଂ ଦ୍ୱାଦଶାକ୍ଷର ମନ୍ତ୍ର ଭଗବାନ ଶ୍ରୀକୃଷ୍ଣଙ୍କ ମୂଳମନ୍ତ୍ର ଅଟେ । ଏହି ମନ୍ତ୍ର ବହୁତ ଶକ୍ତିଶାଳୀ ମନ୍ତ୍ର ଅଟେ ଏବଂ ଏହି ମନ୍ତ୍ରର ଜପ କରିବା ଫଳରେ ଜୀବନର ସମସ୍ୟା ଦୂର ହୋଇଥାଏ । ଯଦି ଆପଣଙ୍କ କୌଣସି କାମ ସଫଳ ହୋଇନଥାଏ; ତେବେ ଆପଣ ଏହି ମନ୍ତ୍ର ଜପ କରନ୍ତୁ । ମନ୍ତ୍ର ହେଉଛି –

“ନମଃ ଭଗବତେ ବାସୁଦେବବାୟଃ” । ବିନିଯୋଗ : ଅସ୍ତ ଶ୍ରୀଦ୍ୱାଦଶାକ୍ଷର ଶ୍ରୀକୃଷ୍ଣମନ୍ତ୍ରସ୍ତ ନାରଦ ଋଷି ଗାୟତ୍ରୀଚନ୍ଦ ଶ୍ରୀକୃଷ୍ଣଦେବାୟ ବିଂଜ ନମଃ ଶକ୍ତି ସ୍ଵାର୍ଥସିଧେୟ ଜପେ ବିନିଯୋଗ ଧ୍ୟାନ ଚିନ୍ତାସମ ଯୁକ୍ତ ନିଯୋଦ ପରିରବ୍ଧ କାନ୍ତାମାଲିଙ୍ଗିତ ସଜଲନେନ କରଣେ ପାତନ୍ୟ । ରୁସ୍ୟାଦି ନ୍ୟାସ ପଞ୍ଚାଙ୍ଗ ନ୍ୟାସ ନାରଦାୟ ରୁଷଭେ ନମଃ । ହୃଦୟାୟ ନମଃ । ଗାୟତ୍ରୀଛନ୍ଦସେ ନମଃମୁଖେ । ନମଃ ଶିରସେ ସ୍ୱାହା । ଶ୍ରୀକୃଷ୍ଣ ଦେବତାୟଇ ନମଃ । ହୃଦି ଭଗବତେ ଶିଖାୟା ବସତ । ବିଜାୟ ନମଃ ଗୁହ୍ୟେ । ବାସୁଦେବାୟ କବଚାୟ ହୁମ୍ । ନମଃ ଶକ୍ତୟେ ନମଃ ପାଦୟୋଃ । ନମଃ ଭଗବତେ ବାସୁଦେବାୟ ଅସ୍ତ୍ରୟ ଫଟ୍ ।

ଏହି ମନ୍ତ୍ରର ଜପ ଆପଣ ଦିନରେ ଦୁଇଥର କରିପାରିବେ । ଥରେ ସକାଳେ ଏବଂ ଦ୍ଵିତୀୟ ଥର ସନ୍ଧ୍ୟାରେ । ଏହି ମନ୍ତ୍ରର ଜପ ଆପଣ ମନ୍ଦିରରେ ବସି କରନ୍ତୁ ଏବଂ ଏହି ମନ୍ତ୍ର ପଢିବା ସମୟରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସାମ୍ନାରେ ରଖି ଦିଅନ୍ତୁ ।