ଏହି ବ୍ୟକ୍ତି ଜଣକ ଦାବି କରିଥିଲେ ଯେ, ରାଖୀ ସାବଂତର ପେଟରେ ବାଢୁଛି ମୋ ଛୁଆ… ୭ ମାସ ଅପେକ୍ଷା କରନ୍ତୁ ସତ ସାମ୍ନାକୁ ଆସିଯିବ ।

Spread the love

ରାଖୀ ସାବଂତ ଆସୁଥିବା ଦିନ ଗୁଡିକରେ ସୋସିଆଲ ମଡିଆରେ କୌଣସି ନା କୌଣସି କାରଣ ଯୋଗୁଁ ଚର୍ଚ୍ଚାରେ ରହୁଛନ୍ତି । ଲୋକେ ତାଙ୍କୁ ଡ୍ରାମା କୁଇନ୍ ମଧ୍ୟ କହିଥାନ୍ତି । ପବ୍ଲିଶିଟି ପାଇବା ପାଇଁ ରାଖୀ ଏମିତି କିଛି କରିଥାନ୍ତି ଯାହା ବିଷୟରେ ଜଣେ ସାଧାରଣ ମଣିଷ ଭାବି ମଧ୍ୟ ପାରିନଥାଏ । କିଛି ଦିନ ପୂର୍ବରୁ ରାଖୀ ଦୀପକ କଲାଲ୍ ସହ ବିବାହ କରିବାର ମିଛ ନାଟକ କରିଥିଲେ । ବିତି ଯାଇଥିବା ଦିନ ଗୁଡିକରେ ରାଖୀ ନିଜର ଏବଂ ଦୀପକ କଲାଲଙ୍କ ସହିତ ଥିବା ଅଫେୟରକୁ ନେଇ ବହୁତ ଡ୍ରାମା କରିଥିଲେ । କେବଳ ଏତିକି ନୁହେଁ, ଦୁହେଁ ମିଶି ନିଜ ବାହାଘରର ତାରିଖ ମଧ୍ୟ ଘୋଷଣା କରି ଦେଇଥିଲେ କିନ୍ତୁ ପରେ ଜଣାପଡ଼ିଥିଲା ଏସବୁ ଡ୍ରାମା ଅଟେ । ପବ୍ଲିଶିଟି ପାଇବା ପାଇଁ ସେ ଦୁହେଁ ଏହି ଡ୍ରାମା କରିଥିଲେ । ରାଖୀ ଅତୀତର ଦିନଗୁଡ଼ିକରେ କିଛି ନା କିଛି ଡ୍ରାମା କରି ଲୋକମାନଙ୍କୁ ଚମକେଇ ଦେଇଥାନ୍ତି । ଏମିତିରେ ବର୍ତ୍ତମାନ ହୋଇଥିବା ତାଙ୍କ ବିବାହ ମଧ୍ୟ ଲୋକଙ୍କୁ ଡ୍ରାମା ଭଳି ଲାଗୁଥିଲା ।

ବାସ୍ତବରେ, କିଛି ଦିନ ପୂର୍ବରୁ ରାଖୀଙ୍କ କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଧଳାରଙ୍ଗର ଦୁଲହନ୍ ଲିବାସରେ ଥିଲେ । ଏହି ଫୋଟ ପରେ ମିଛ କଥା ପ୍ରକାଶିତ ହେବାରେ ଲାଗିଥିଲା କି ରାଖୀ ବିବାହ କରିସାରିଛନ୍ତି । ରାଖୀ ପରେ ଏହି ମିଛକଥା ସବୁକୁ ଗ୍ରହଣ କରି ସେ ବିବାହ କରିଛନ୍ତି ବୋଲି କହିଥିଲେ । ଜଣାଇ ଦେଉଛୁ, କିଛି ଦିନ ପୂର୍ବରୁ ରାଖୀ ସାବଂତ ଜେଡ଼ବ୍ଲ୍ୟୁ ମେରୀୟଟ୍ ହୋଟେଲରେ ଆୟୋଜିତ ହୋଇଥିବା ଏକ ଗୁପ୍ତ ସମାରୋହରେ ବିବାହ କରିଥିଲେ । ରାଖୀ ନିଜ ପତିଙ୍କ ନାମ ରିତେଶ କହିଛନ୍ତି ଏବଂ କହିଛନ୍ତି ସେ ବ୍ରିଟେନର ବାସିନ୍ଦା ଅଟନ୍ତି । ଯଦିଓ, ରାଖୀଙ୍କ ପତିଙ୍କୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଦେଖି ନାହାନ୍ତି । ରାଖୀ ଏହି ଦିନ ଗୁଡ଼ିକରେ ଅଧିକାଂଶରେ ହାତରେ ଚୁଡି ଏବଂ ମଥାରେ ସିନ୍ଦୂର ଲଗାଇବାର ନଜର ଆସୁଛନ୍ତି । ତଥାପି ବାହାଘର ପରେ ମଧ୍ୟ ଦୀପକ କଲାଲ ଏବଂ ରାଖୀଙ୍କ ନଖରା ଶେଷ ହୋଇନାହିଁ ।

ପୁଣି ଚର୍ଚ୍ଚାରେ ଦୀପକ କଲାଲ୍ :

ବାସ୍ତବରେ, କେବେଠାରୁ ରାଖୀଙ୍କ ବିବାହ ଲୋକଲୋଚନକୁ ଆସିଛି । ସେହି ସମୟଠାରୁ ଦୀପକ କଲାଲ୍ ତାଙ୍କୁ ନେଇ ଅଜବଗଜବ କଥା କହି ଆଶ୍ୱାସନା ପାଇବାର ଗୋଟେ ମଧ୍ୟ ମଉକାକୁ ସେ ଛାଡୁ ନାହାନ୍ତି । ଦୁହେଁ ପ୍ରତ୍ୟେକ ଦିନ ଜଣେ ଅନ୍ୟଜଣଙ୍କ ଉପରେ ଦୋଷ ଲଗାଇ ଏକ ନୂଆ ଭିଡିଓ ସେୟାର କରିଛନ୍ତି । ଦୀପକ ଏକ ଭିଡିଓ ସେୟାର କରିଛନ୍ତି; ଯେଉଁଥିରେ ସେ ଏମିତି କିଛି କହିଛନ୍ତି ଯେଉଁଥି ପାଇଁ ସେ ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛନ୍ତି । ଏହି ନୂଆ ଭିଡିଓରେ ଦୀପକ କହିଛନ୍ତି; ରାଖୀ ସାବନ୍ତ ଛୁଆର ମାଆ ହେବାକୁ ଯାଉଛନ୍ତି ଏବଂ ଶୀଘ୍ର ହିଁ ଏହା ବିଷୟରେ ଜଣାପଡି ଯିବ ।

କହିଲେ- ରାଖୀର ପେଟରେ ବଢୁଛି ମୋ ଛୁଆ :

ନିଜର ଇନଷ୍ଟାଗ୍ରାମ୍ଏକାଉଣ୍ଟରେ ଏକ ଷ୍ଟୋରି ସେୟାର କରି ଦୀପକ କହିଥିଲେ, “ରାଖୀ ମୋର ଛୁଆ ତୋ ଗର୍ଭରେ ବଢୁଅଛି । ୭ ମାସ ପରେ ସେ ସିଂହର ଛୁଆ ବାହାରକୁ ଆସିବ । ଲାଜ ଲାଗିବା କଥା ତତେ ଏହିପରି ଟ୍ରାଂସପରେଟ୍ ଡ୍ରେସରେ ଛପ୍ପନ ଛୁରୀର ପ୍ରୋମସନ କରୁଛୁ” । ଯଦିଓ ଏହି କଥା ଲାଇଭ୍ ଆସି କହିଛନ୍ତି କିନ୍ତୁ ଦୁହିଁଙ୍କ କଥାକୁ ବିଶ୍ୱାସ କରିବା ଅର୍ଥ ନିଜ ଗୋଡରେ କୁରାଠି ମାରିବା ସହ ସମାନ ହେବ । ଦୁହଁଙ୍କ ବେଜ୍ଜତି ବହୁତ ଦିନରୁ ସୋସିଆଲ ମିଡିଆରେ ଚାଲିଛି । ଏମିତିରେ ସୋସିଆଲ ମିଡିଆର ୟୁଜର୍ଷ ମଧ୍ୟ ତାଙ୍କୁ ଗାଳି ଶୁଣାଇବାରେ ଲାଗିଛନ୍ତି ।