ସଲମାନ୍ ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ୨୧ବର୍ଷର ଏହି ଛୋଟ ଅଭିନେତ୍ରୀ । ନିଜେ ସ୍ଵୀକାର କରିଛନ୍ତି ଏହି କଥା !

Spread the love

ଆସୁଥିବା ଦିନଗୁଡ଼ିକରେ ସଲମାନଙ୍କ ବିବାହର ମିଥ୍ୟା ପ୍ରଚାର ବ୍ୟାପିବାରେ ଲାଗିଛି । ଏମିତିରେ ବଲିଉଡରେ ଏକ ଅଭିନେତ୍ରୀ ଅଛନ୍ତି ଯିଏକି ନିଜେ ଚାହୁଁଛନ୍ତି; ସଲମାନ୍ ଖାନ୍ ଏବଂ ତାଙ୍କର ବିବାହର ମିଥ୍ୟା କଥା ବ୍ୟାପିବାରେ ଲାଗୁ । ଏହି ଅଭିନେତ୍ରୀଙ୍କ ସଲମାନ୍ ଖାନଙ୍କ ସହିତ କିଛି ସ୍ଵତନ୍ତ୍ର ସଂଯୋଗ ରହିଛି ।

ମୁଖ୍ୟ ଖବର :

୧. ଫିମେଲ୍ ଫେନସ୍ ଙ୍କ ମଧ୍ୟରେ ସଲମାନ୍ ଖାନ୍ ବହୁତ ଲୋକପ୍ରିୟ ଅଟନ୍ତି ।

୨. ସଲମାନ୍ ଖାନ୍ ଙ୍କୁ ଅନ୍ୟ ଏକ ତାଙ୍କର ଚାହୁଁଥିବା ଝିଅ ମିଳିଗଲା।

୩. ଜରିନ୍ ଏକ ଇଣ୍ଟରଭ୍ୟୁ ରେ ସଲମାନ୍ ଖାନ୍ ଙ୍କ ସହ ବିବାହ କରିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ ।

ବଲିଉଡର ଦବାଙ୍ଗ ଅର୍ଥାତ ସଲମାନ ଖାନଙ୍କର ଜବରଦସ୍ତ ଫେନସ୍ ଫୋଲୋଇଙ୍ଗ ଅଛନ୍ତି । କେବଳ ଏତିକି ନୁହେଁ ଫିମେଲ ଫେନସ୍ ମାନଙ୍କ ମଧ୍ୟରେ ସଲମାନ୍ ଖାନ୍ ବହୁତ ଲୋକପ୍ରିୟ ଅଟନ୍ତି, ଯିଏକି ନା କେବଳ ତାଙ୍କର ସୁନ୍ଦରତା ବରଂ ଅଭିନୟରେ ମଧ୍ୟ ପାଗଳି ଅଟନ୍ତି । ସଲମାନଙ୍କୁ ଆଉ ଜଣେ ତାଙ୍କର ପସନ୍ଦିତା ମିଳି ଯାଇଛନ୍ତି । ଯିଏକି ନିଜେ ଜଣେ ବଲିଉଡର ସୁନ୍ଦରି ଅଭିନେତ୍ରୀ ଅଟନ୍ତି । ହଁ ଆଜ୍ଞା ! ସେ ଆଉ କେହି ନୁହନ୍ତି ବରଂ ସଲମାନଙ୍କ ସହ ବଲିଉଡରେ ଡେ଼ବ୍ୟୁ କରୁଥିବା ଜରିନ ଖାନ୍ ଅଟନ୍ତି ।

ଜରିନ ଏକ ଇଣ୍ଟରଭ୍ୟୁରେ ସଲମାନଙ୍କୁ ବିବାହ କରିବାର ଇଚ୍ଛା ବ୍ୟକ୍ତ କରିଥିଲେ । ସେ ଚାହୁଁଛନ୍ତି କି ତାଙ୍କ ବିବାହ ସଲମାନ୍ ଖାନଙ୍କ ସହିତ ହେଇଯାଉ । ପିଂକବିଲାରେ କଥାବାର୍ତ୍ତା ସମୟରେ ଜରିନାଙ୍କୁ ପଚରାଗଲା କି ଯଦି ଆପଣଙ୍କ ବିଷୟରେ କିଛି ମିଥ୍ୟା କଥା ପ୍ରଚାର ହେବ ତ ତାହା କଣ ହେବ ।

ଏହା ଉପରେ ସେ ଉତ୍ତର ଦେବାକୁ ଯାଇ କହିଥିଲେ କି ସଲମାନ୍ ଏବଂ ତାଙ୍କର ବିବାହର ମିଥ୍ୟା ଖବର ବ୍ୟାପିବାରେ ଲାଗୁ । ଜରୀନଙ୍କ ଜବାବ ଥିଲା ! ଗୋଟିଏ ମଜା ଖବର ଯାହା, ସେ ନିଜ ବିଷୟରେ କହିବାକୁ ଚାହିଁବେ; ତାହା ହେଉଛି କି ସଲମାନ୍ ଖାନ୍ ତାଙ୍କୁ ବିବାହ କରୁଛନ୍ତି ।

ଆପଣଙ୍କୁ ଜଣାଇ ଦଉଛି କି ଜରୀନ୍ ଖାନ୍, ସଲମାନ୍ ଖାନଙ୍କ ସହ ଓପୋଜିଟ୍ ଫିଲ୍ମ୍ “ବିର୍” ଜରିଆରେ ବଲିଉଡରେ ପାଦ ରଖିଥିଲେ । ଏହା ପରେ ମଧ୍ୟ ସେ ତାଙ୍କ ସହିତ ରେଡି ଫିଲ୍ମର ଗୀତ “କରେକ୍ଟର୍ ଢିଲା”ରେ ମଧ୍ୟ ନଜର ଆସିଥିଲେ । ଜରିନଙ୍କୁ ନିଜେ ସଲମାନ୍ ବଲିଉଡକୁ ଆଣିଥିଲେ । ଏହାସହ ସେମାନଙ୍କ ମଧ୍ୟରେ ଏକ ଖାସ୍ କନେକ୍ସନ୍ ରହିଛି । ଫିଟନେସର ଚିନ୍ତାକାରି ହେବା ଯୋଗୁଁ ସଲମାନ୍ ଜରିନଙ୍କ ଫିଟନେସରେ ମଧ୍ୟ ଅନେକ ସାହାର୍ଯ୍ୟ କରିଥିଲେ । ଜରିନଙ୍କ ଚେହେରା ଅବିକଳ କେଟ୍ରିନାଙ୍କ ଭଳି ମିଶୁଅଛି । ସେଥିପାଇଁ ମିଥ୍ୟା ପ୍ରଚାର ହୋଇଥିଲା କି କେଟ୍ରିନାଙ୍କ ସହ ବ୍ରେକ ଅପ୍ ପରେ ସଲମାନ୍ ଜରିନଙ୍କୁ ଡେଟ୍ କରିଥିଲେ ।