ଏହା ହେଉଛି ଦୁନିଆର ସବୁଠୁ ଅଲଗା ପ୍ରକାରର ଓ ଅଜବ ବାହାଘର, ଆପଣ ମଧ୍ୟ ଜାଣିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

Spread the love

ମୋର ବିଶ୍ୱାସ ଅଛି ଯେ, “ଭଗବାନ ସବୁ ହୃଦୟର ସମ୍ପର୍କ ପ୍ରଥମରୁ ହିଁ ଯୋଡିଛନ୍ତି । କେବଳ ସେହି ହୃଦୟମାନଙ୍କ ମିଶିବା ଆମ ଉପରେ ଛାଡି ଦେଇଛନ୍ତି । ସେ ଆମ ସମସ୍ତଙ୍କୁ ଯୋଡିରେ ବନାଇଛନ୍ତି ଓ ପ୍ରତିଟି ଜଣକ ପାଇଁ ଏକ ଜୀବନ ସାଥି ରହିଛି । କିଏ ନା କିଏ ନିଶ୍ଚୟ ମୋ ପାଇଁ ବି ରହିଥିବ ଓ ମୁଁ କେବେ ନା କେବେ ନିଶ୍ଚୟ ତାସହ ମିଶିବି । ଉପରଵାଲା ଗୋଟିଏ ଇସାରା ଦେଖାଇବ ଓ ମୋ ହୃଦୟ ବୁଝିଯିବ ।”

ଆପଣ ଫିଲ୍ମ ‘ଦିଲ ତ ପାଗଲ ହେ’ର ହିରୋଇନ ମାଧୁରୀ ଦୀକ୍ଷିତଙ୍କୁ ଏହି ପ୍ରଖ୍ୟାତ ଡାଇଲୋଗ କହିଥିବାର ନିଶ୍ଚୟ ଶୁଣିଥିବେ । ବର୍ତ୍ତମାନ କିଛି ଦିନ ତଳେ ହୋଇଥିବା ଏକ ବାହାଘରରୁ ଜଣାପଡିଛି ଯେ, ଏହି ଡାଇଲୋଗଟି ସାର୍ଥକ ହୋଇଛି । ଏହି ବାହାଘରକୁ ଦେଖିକି ଜଣା ପଡିଗଲା ଯେ, ଭଗବାନ ସବୁ ହୃଦୟକୁ ପ୍ରଥମରୁ ହିଁ ଯୋଡି ଦେଇଛନ୍ତି । କେବଳ ସେହି ହୃଦୟମାନଙ୍କର ମିଶିବା ଆମ ଉପରେ ଛାଡି ଦେଇଛନ୍ତି ।

ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ପୁନାସା ସହରର ଧନେଶ୍ ରାଜବୈଧର ଉଚ୍ଚତା କେବଳ ୩୬ ଇଞ୍ଚ ଅଟେ । ତାଙ୍କ ପରିବାରର କହିବା ଅନୁସାରେ, ସେ ଗତ ୧୦ ବର୍ଷ ହେଲା ଗୋଟିଏ ଯୋଗ୍ୟ ବୋହୁ ଖୋଜୁଥିଲେ କିନ୍ତୁ ତାଙ୍କ ପାଇଁ କୌଣସି ବି ଯୋଗ୍ୟ ଝିଅ ମିଳୁ ନଥିଲା ।

ଏହି ଦୁଇ ଜଣଙ୍କ ମିଶିବା ବା ମିଳନ କାହାଣୀ ବି ବହୁତ ରୋଚକ ଅଟେ । କଥା କଣ କି ବାଡ଼ବାଣୀ ଜିଲ୍ଲାର ମଡୱାଣା ର ଏକ ବାସିନ୍ଦା ପୁନାସା କୁ ନିଜ ବନ୍ଧୁକୁ ମିଶିବା ପାଇଁ ଯାଇଥିଲା ତ ସେତେବେଳେ ସେ ଧନେଶ୍ କୁ ଭେଟିଥିଲେ ।

ସେ ତାଙ୍କୁ କହିଥିଲେ ଯେ ତାଙ୍କ ଉଚ୍ଚତା କୁ ମେଳ ଖାଉଥିବା ଏକ ଝିଅ ତାଙ୍କ ନଜର ରେ ଅଛି। ସେ ଧନେଶ୍ ଙ୍କ ପରିବାର କୁ ଝିଅଟିର ଘର ଠିକଣା ଦେଲେ। ଦୁଇ ଜଣଙ୍କ ପରିବାର ଭେଟାଭେଟି ହେଲେ ଓ ବହୁତ ଜଳଦି ବାହାଘର ମଧ୍ୟ କରିଦେଲେ। ଧନେଶ୍ ଙ୍କ ବରଯାତ୍ରୀ ରେ ବହୁତ ସଂଖ୍ୟା ରେ ଲୋକ ଯୋଗ ଦେଲେ। ବୋହୁ ମିଳିବା ପରେ ପୁରା ପରିବାର ଖୁସି ରେ ନାଚି ଉଠିଲେ ।

ଧନେଶ୍ ମଧ୍ୟ ନିଜ ଭଳି ଏକ ଝିଅ ପାଇ ବହୁତ ଖୁସି ଦେଖଯାଉଥିଲେ ଓ ସେ ମଧ୍ୟ ବହୁତ ନାଚିଥିଲେ । ସେ ମିଡିଆକୁ କହିଥିଲେ ଯେ,’କୌଣସି ବି କାମ ଅସମ୍ଭବ ନୁହେଁ । ଚେଷ୍ଟା କରିବା ଦ୍ୱାରା ସବୁ ସମ୍ଭବ, ଯେମିତି ମୋତେ ଗୋଟିଏ ଯୋଗ୍ୟ ଝିଅ ମିଳିଲା ।’

ଧନେଶ୍ ଙ୍କ ସଂଖ୍ୟା ୩୬ ସହ ବହୁତ ଗଭୀର ସମ୍ପର୍କ ଅଛି । ତାଙ୍କର ବୟସ ୩୬ ବର୍ଷ, ତାଙ୍କର ଉଚ୍ଚତା ମଧ୍ୟ ୩୬ ଇଞ୍ଚ ଅଟେ । ସେ ପୁନାସାର ଜନପଦରେ ୧୦ ବର୍ଷ ପର୍ଯ୍ୟନ୍ତ ସଚ୍ଚିବ ଥିଲେ । ଏହା ପରେ ତାଙ୍କ କାର୍ଯ୍ୟକଳାପ ଓ ଭଲ ବ୍ୟବହାର ଯୋଗୁ ତାଙ୍କୁ ଜନପଦ ପୁନାସାରେ କଣ୍ଟ୍ରାକ୍ଟରେ ସିଏମ୍ ହେଲ୍ପ ଲାଇନ୍ ଓ ସିଏମ୍ ଜନ ସଚେତନାରେ ଚାକିରୀ ମିଳିଗଲା । ତାଙ୍କ ପତ୍ନୀ ଚେତନା ଶର୍ମାଙ୍କ ବିଷୟରେ କହିବାକୁ ଗଲେ ସେ ମଧ୍ୟ ବହୁତ ପଢାପଢି କରିଛନ୍ତି । ସେ ବାଡ଼ୱାନି ଜିଲ୍ଲାର ଗ୍ରାମୀଣ ଆଜିବିକା ମିଶନରେ କାମ କରୁଛନ୍ତି ।