ଦୁନିଆର ଏହି ପ୍ରଥମ ମହିଳା ପାଇଲଟ, ନିଜ ଗୋଡ଼ରେ ଉଡାଯାହାଜ ଉଡାଉଛନ୍ତି । ଭିଡିଓଟି ଦେଖନ୍ତୁ ।

Spread the love

ଜନ୍ମ ସମୟରେ ହାତ ନଥିଲା କିନ୍ତୁ ବର୍ତ୍ତମାନ ପାଇଲଟ ହୋଇ ଉଡାଜାହାଜ ଉଡାଉଛନ୍ତି ।

ଇଛାଶକ୍ତି ଥିଲେ ସବୁ ସପ୍ନ ପୁରା ହୋଇଥାଏ । ଏହି କଥାଟିକୁ ଜେସିକା କ୍ଲାସ ପ୍ରମାଣିତ କରି ଦେଖାଇଛନ୍ତି । ଜେସିକାଙ୍କ ସପ୍ନ ଥିଲା, ସେ ପାଇଲଟ ହେବେ । ଜେସିକାଙ୍କ ହାତ ନଥିଲା ଏବଂ ବିନା ହାତରେ ପାଇଲଟ ହେବା ଅସମ୍ଭବ ଅଟେ । କିନ୍ତୁ ଜେସିକାଙ୍କ ଇଛାଶକ୍ତି ଯୋଗୁଁ ଆଜି ସେ ପାଇଲଟ ହୋଇ ପାରିଛନ୍ତି । ପାଇଲଟ ହେବା ପାଇଁ ଜେସିକା ଖୁବ୍ ପରିଶ୍ରମ କରିଛନ୍ତି ।

କିପରି ଉଡାଉଛନ୍ତି ଉଡାଯାହାଜ ?

ଆପଣ ଭାବୁଥିବେ ବିନା ହାତରେ ଜେସିକା କିପରି ଉଡାଯାହାଜ ଉଡାଇ ପାରୁଛନ୍ତି । ଜେସିକା ନିଜର ଗୋଡ଼ ସାହାଯ୍ୟରେ ଉଡାଯଜାହାଜ ଉଡାଉଛନ୍ତି । ସେ ନିଜ ଗୋଡ଼ରେ ଉଡାଜାହାଜ ଉଡାଉ ଥିବା ଏକ ଭିଡ଼ିଓ ବହୁତ ଭାଇରଲ ହେଉଛି । ଜେସିକା ନିଜ ଗୋଡ଼ ସାହାଯ୍ୟରେ ଏକ ସିପ୍ଲେନ ଉଡାଉଛନ୍ତି । ଜେସିକାଙ୍କ ଉଦାହରଣ ସେହି ସମସ୍ତ ଲୋକମାନଙ୍କ ପାଇଁ ଅଟେ; ଯେଉଁମାନେ ଛୋଟ ଛୋଟ କଥାରେ ବ୍ୟସ୍ତ ହୋଇ ପଡନ୍ତି ।

ଗିନିସ୍ ବୁକରେ ନାମ ଲେଖା ହୋଇଛି :

ଆମେରିକାର ଅରିଜୋନାରେ ରହୁଥିବା ଜେସିକା କ୍ଲାସ ପ୍ଲେନ ଉଡାଇ ନିଜ ସ୍ୱପ୍ନକୁ ସାକାର କରିବା ସହ ଗିନିସ୍ ବୁକରେ ମଧ୍ୟ ନିଜ ନାମକୁ ଲେଖାଇବାରେ ସଫଳ ହୋଇଛନ୍ତି । ଜେସିକା ଦୁନିଆର ପ୍ରଥମ ହାତ ନଥିବା ମହିଳା, ଯାହାଙ୍କ ନାମରେ ପାଇଲଟ୍ ର ଲାଇସେନ୍ସ ରହିଛି । ଜେସିକା ଦୁନିଆରେ ଖୁବ୍ ପ୍ରସିଦ୍ଧ ହୋଇ ସାରିଛନ୍ତି ।

ପିଲା ବେଳୁ ହିଁ ହାତ ନାହିଁ :

ଜେସିକା କ୍ଲାସଙ୍କ ଜନ୍ମ ଆମେରିକାରେ ୧୯୮୩ ମସିହାରେ ହୋଇଥିଲା । ଯେଉଁ ସମୟରେ ସେ ଜନ୍ମ ହୋଇଥିଲେ, ସେହି ସମୟରୁ ହିଁ ଜେସିକାଙ୍କ ହାତ ନଥିଲା । ନକଲି ହାତର ସାହାଯ୍ୟରେ ନିଜ କାମ କରିଥିଲେ ଜେସିକା । କିନ୍ତୁ ଯେତେବେଳେ ଜେସିକାଙ୍କ ବୟସ ୧୪ ବର୍ଷ ହୋଇଥିଲା; ସେହି ସମୟରେ ନକଲି ହାତ ଲଗାଇବା ଛାଡ଼ି ଦେଇ, ନିଜ ଗୋଡ଼ ସାହାଯ୍ୟରେ ସବୁ କାମ କରିବା ଆରମ୍ଭ କରିଥିଲେ । ୧୪ ବର୍ଷରୁ ହିଁ ଜେସିକା ନିଜର ସମସ୍ତ କାମ ଗୋଡ଼ରେ କରିବା ଆରମ୍ଭ କରି ଦେଇଥିଲେ । ଜେସିକା ଗୋଡ଼ରେ ପ୍ଲେନ ସହ କାର୍ ମଧ୍ୟ ଚଳାଇ ପାରନ୍ତି । କ୍ୟୁବା ଡ଼ାଇଭିଂ ଏବଂ କି ବୋର୍ଡ଼ (Key Board)ରେ ଟାଇପିଂ ମଧ୍ୟ ନିଜ ଗୋଡ଼ ସାହାଯ୍ୟରେ କରି ପାରନ୍ତି ।