ଟିଭି ପରଦାରେ ଭଗବାନ କୃଷ୍ଣଙ୍କ ସୁନ୍ଦର ଅଭିନୟ କରିଥିବା ଏହି ଅଭିନେତାମନଙ୍କୁ ଦେଖନ୍ତୁ ।

Spread the love

ଆପଣ ଟିଭି ପରଦାରେ ଅନେକ କଳାକାରଙ୍କୁ ଭଗବାନ ଶ୍ରୀ କୃଷ୍ଣଙ୍କ ଅଭିନୟ କରିଥିବାର ଦେଖିଥିବେ । ଏପରି କିଛି କଳାକାର ଅଛନ୍ତି; ଯେଉଁମାନଙ୍କୁ ଭଗବାନ ଶ୍ରୀ କୃଷ୍ଣଙ୍କ ଚରିତ୍ର ଖୁବ୍ ମାନୁଥିଲା । ଆଜି ଆମେ, ଆମର ଏହି ଅନୁଛେଦ ମାଧ୍ୟମରେ ୫ ଜଣ କଳାକାରଙ୍କ ବିଷୟରେ କହିବୁ ଓ ଫୋଟ ଚିତ୍ର ମଧ୍ୟ ଦେଖାଇବୁ । କେଉଁ କଳାକାର ଆପଣଙ୍କ ପ୍ରିୟା ଥିଲା Comment ଜରିଆରେ ଜାଣନ୍ତୁ ।

୧) ନୀତିଶ ଭାରଦ୍ବାଜ୍ :

୧୯୮୮ ମସିହାରେ ଯେତେବେଳେ ଡ଼ିଡି ନ୍ୟାସନାଲରେ ମହାଭାରତ ଧାରାବାହିକ ପ୍ରସାରିତ ହେଉଥିଲା, ସେହି ସମୟରେ ଦର୍ଶକ ନିଜର ସମସ୍ତ କାର୍ଯ୍ୟ ଛାଡି ଏହି ଧାରାବାହିକ ଦେଖିବା ପାଇଁ ଟିଭି ସାମ୍ନାରେ ବସି ଯାଉଥିଲେ ଏବଂ ନୀତିଶ ଭାରଦ୍ବାଜ୍ ଙ୍କ ଅଭିନୀତ ଧାରାବାହିକ ଦେଖି ବେସ୍ ଆନନ୍ଦିତ ହେଉଥିଲେ ।

୨) ସ୍ୱପ୍ନିଲ ଯୋଶୀ :

ଟିଭିର ଡ଼ିଡ଼ି ମେଟ୍ରୋରେ ରାମାନନ୍ଦ ସାଗରଙ୍କ ଧାରାବହିକ “ଶ୍ରୀ କୃଷ୍ଣା” ହଜାର ହଜାର ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲା । ସ୍ୱପ୍ନିଲ ଏହି ଧାରାବାହିକରେ କୃଷ୍ଣଙ୍କ ଯୁବକ ଅବସ୍ଥାର ଚରିତ୍ରରେ ନଜର ଆସିଥିଲେ । ବର୍ତ୍ତମାନ ସ୍ୱପ୍ନିଲ ଯୋଶୀ ମରାଠୀ ଚଳଚିତ୍ରରେ ସକ୍ରିୟ ଅଛନ୍ତି ।

୩) ସର୍ଵଦମନ ଡ଼ି ବାନାର୍ଜୀ :

ଧାରାବାହିକ “ଶ୍ରୀ କୃଷ୍ନ”ରେ ବଡ଼ କୃଷ୍ଣଙ୍କ ରୂପରେ ନଜରକୁ ଆସିଥିଲେ ଏହି ଅଭିନେତା ଜଣଙ୍କ । ଏହି ଅଭିନେତାଙ୍କ ମଧୁର ବାଣୀ, ମନ୍ତ୍ରମୁଗ୍ଧ ହସ ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲା । ଶ୍ରୀ କୃଷ୍ଣ ଚରିତ୍ରରେ ଅଭିନୟ କରିବା ପରେ ସର୍ବଦମନ ଛୋଟ ପରଦା ଏବଂ ଅଭିନୟ ଜଗତରୁ ଦୁରେଇ ଯାଇଥଲେ । ବର୍ତ୍ତମାନ ଋଷିକେଶରେ ରହି ସର୍ଵଦମନ ପିଲାଙ୍କୁ ଧ୍ୟାନ କରିବା ଶିଖାଉଛନ୍ତି ।

୪) ସୌରଭ ରାଜ ଜେନ :

ଯଦି ଆପଣ ୯୦ ଦଶକରେ ଜନ୍ମ ହୋଇନାହାନ୍ତି; ତେବେ ଆପଣ ନୀତିଶ, ସ୍ୱପ୍ନିଲ ଏବଂ ସର୍ବଦମନଙ୍କୁ କୃଷ୍ଣଙ୍କ ଚରିତ୍ରରେ ଦେଖିନଥିବେ । ତେଣୁ ଆପଣ ମାନଙ୍କୁ ସୌରଭ ରାଜ ଜେନଙ୍କ କୃଷ୍ଣ ଚରିତ୍ର ମନ୍ତ୍ରମୁଗ୍ଧ କରିଥିବ । ସୌରଭ ରାଜ ଜେନ ଟିଭି ପରଦାରେ ତିନି ତିନି ଥର କୃଷ୍ଣ ଏବଂ ବିଷ୍ଣୁଙ୍କ ଚରିତ୍ର କରିଛନ୍ତି ।

୫) ଧୃତି ଭାଟିଆ :

ଜନ୍ମାଷ୍ଟମୀ ଅବସରରେ ଯେତେବେଳେ କୃଷ୍ଣ ଚରିତ୍ର ବିଷୟରେ ମନକୁ ଆସେ, ସେହି ସମୟରେ ଛୋଟ କଳାକାର ରୂପେ ଶ୍ରୀ କୃଷ୍ଣଙ୍କ ଚରିତ୍ର କରିଥିବା ଧୃତି ଭାଟିଆଙ୍କ ଚରିତ୍ର ମନକୁ ଆସିଥାଏ । କୃଷ୍ଣଙ୍କ ବାଳ ଚରିତ୍ରରେ ନଜରକୁ ଆସିଥିଲେ ଧୃତି ଭାଟିଆ । ଆପଣ ଠିକ ଶୁଣିଛନ୍ତି ବାଳ କୃଷ୍ଣ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ଜଣେ ଝିଅ ଅଟନ୍ତି ପୁଅ ନୁହେଁ ।