ଏହି ଅଟନ୍ତି ଦୁନିଆର ସବୁଠାରୁ ଲମ୍ବା ପୋଲିସ ଅଫିସର । ତାଙ୍କ ଉଚ୍ଚତା ଜାଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ରହିଯିବେ ।

Spread the love

ବନ୍ଧୁଗଣ ସମସ୍ତେ ଚାହଁନ୍ତି ଯେ, ଆମର ଉଚ୍ଚତା ଅଧିକ ହେଉ । ସମସ୍ତଙ୍କୁ ଲମ୍ବା ଉଚ୍ଚତା ବିଶିଷ୍ଟ ପୁଅ କିମ୍ବା ଝିଅ ଆକର୍ଷିତ ଲାଗନ୍ତି । ଏହା ସହିତ ଲମ୍ବା ଉଚ୍ଚତା ରହିବାର ଆଉ ମଧ୍ୟ କେତେଗୁଡିଏ ଲାଭ ରହିଛି । ଆପଣଙ୍କ ମଧ୍ୟରୁ କେତେ ଲୋକ ଅଭିନେତା ଅମିତାଭ ବଚ୍ଚନ କିମ୍ବା WWE ରେସଲର “ଦ ଗ୍ରେଟ ଖଲି”ଙ୍କ ଉଚ୍ଚତା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ଆପଣଙ୍କୁ ଏହି ଲୋକମାନେ ବହୁତ ବଡ଼ ଦେଖା ଯାଉଥିବେ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ବ୍ୟକ୍ତି ସହିତ ପରିଚିତ କରାଇବୁ, ଯିଏକି ଏହି ସମସ୍ତଙ୍କ ଉଚ୍ଚତାକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଏତିକି ହିଁ ନୁହେଁ, ଏହି ବ୍ୟକ୍ତି ପଞ୍ଜାବରେ ପୋଲିସ ଭାବରେ କାର୍ଯ୍ୟରତ ଏବଂ ବର୍ତ୍ତମାନ ଦୁନିଆର ସବୁଠାରୁ ଲମ୍ବା ପୋଲିସ କର୍ମଚାରୀ ଅଟନ୍ତି । ଯେବେ ଆପଣ ତାଙ୍କ ଉଚ୍ଚତା ଏବଂ ତାଙ୍କ ଜୋତାର ଆକାର ଶୁଣିବେ, ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ରହିଯିବେ ।

ଏ ଅଟନ୍ତି ଜଗଦୀପ ସିଂ :

ଜଗଦୀପ ପଞ୍ଜାବ ପୋଲିସରେ ଟ୍ରେଫିକ କପର ଚାକିରୀ କରନ୍ତି । ସେ ଏଠାରେ ଗୋଟିଏ ସାଧାରଣ ପ୍ରସିଦ୍ଧ ବ୍ୟକ୍ତି ଅଟନ୍ତି । ଲୋକମାନେ ସର୍ବଦା ତାଙ୍କୁ ଦେଖା କରିବା ପାଇଁ ଆସନ୍ତି ଏବଂ ତାଙ୍କ ସହିତ ସେଲ୍ଫି ନିଅନ୍ତି । ଜଗଦୀପଙ୍କୁ ମଧ୍ୟ ଏହି ପ୍ରସିଦ୍ଧି ଖୁବ ଭଲ ଲାଗେ । ସେ ଯେଉଁଠାକୁ ଗଲେ ମଧ୍ୟ ତାଙ୍କ ଉଚ୍ଚତା ସମସ୍ତଙ୍କ ଧ୍ୟାନ ତାଙ୍କ ଆଡ଼କୁ ଆକର୍ଷଣ କରେ । ଯଦିଓ ଏହି ଅଧିକ ଉଚ୍ଚତାର କିଛି କ୍ଷତି ମଧ୍ୟ ରହିଛି । ଜଗଦୀପଙ୍କୁ ନିଜ ଆକାରର ପୋଷାକ ଏବଂ ଜୋତା କିଣିବାରେ ବହୁତ କଷ୍ଟ ହୁଏ ।

ସେ ନିଜ ପାଇଁ ବିଶେଷ ଭାବରେ ପୋଷାକ ସିଲେଇଥାନ୍ତି । ଏହା ସହିତ ତାଙ୍କ ପାଇଁ ଗୋଟିଏ ବିଶେଷ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଛି । ତାଙ୍କର ଅଧିକ ଉଚ୍ଚତା ଯୋଗୁଁ ସେ ସାମାନ୍ୟ ଶୌଚାଳୟର ବ୍ୟବହାର କରି ପାରନ୍ତି ନାହିଁ । ଜଗଦୀପ ସର୍ବଦା ନିଜର ବିଶେଷ ଗାଡ଼ିରେ ଯାତ୍ରା କରନ୍ତି । ସାଧାରଣ ଟେକ୍ସି କିମ୍ବା ବସ ତାଙ୍କ ପାଇଁ ଛୋଟ ପଡ଼ିଯାଏ । ଆଉ ସେ ନିଜର ଜୋତା ଚପଲ ମଧ୍ୟ ବିଦେଶରୁ ମଗାଇଥାନ୍ତି । କାରଣ ଜଗଦୀପଙ୍କ ଜୋତାର ଆକାର ୧୯ ଅଟେ । ଏହି ଆକାରର ଜୋତା ତାଙ୍କୁ ଭାରତରେ ମିଳେନାହିଁ । ଏଥିପାଇଁ ତାଙ୍କୁ ଏହା ବିଦେଶରୁ ଆଣିବାକୁ ପଡ଼େ ।

୭ ଫୁଟ ୬ ଇଞ୍ଚ ଲମ୍ବା ଅଟନ୍ତି ଜଗଦୀପ :

ଜଗଦୀପ ପୋଲିସର ଚାକିରୀ ଗତ ୨୦ ବର୍ଷରୁ କରୁଛନ୍ତି । ତାଙ୍କ ଉଚ୍ଚତା ୭ ଫୁଟ ୬ ଇଞ୍ଚ ଏବଂ ଓଜନ ୧୯୦ କିଲୋ ଅଟେ । ଏତିକି ଅଧିକ ଉଚ୍ଚତା ବିଶିଷ୍ଟ କାରଣରୁ ତାଙ୍କୁ ନିଜର ଜୀବନସାଥୀ ଖୋଜିବାକୁ ମଧ୍ୟ ବହୁତ କଷ୍ଟ ହେଲା । ଜଗଦୀପ କୁହନ୍ତି ଯେ, ମୋର ଅଧିକ ଉଚ୍ଚତା ପାଇଁ କୌଣସି ଝିଅ ମଧ୍ୟ ମୋ ସହିତ ବିବାହ କରିବା ପାଇଁ ରାଜି ହେଉନଥିଲେ । ତାଙ୍କୁ ନିଜ ଉଚ୍ଚତା କାରଣରୁ ଆଖପାଖର ଝିଅ ଖୋଜିବାରେ କଷ୍ଟ ହେଉଛି । ଯଦିଓ କୁହାଯାଏ ଯେ, ଭଗବାନ ସମସ୍ତଙ୍କ ପାଇଁ କାହାକୁ ନା କାହାକୁ ତିଆରି କରିଛନ୍ତି । ଜଗଦୀପଙ୍କୁ ମଧ୍ୟ ୫ ଫୁଟ ୧୧ ଇଞ୍ଚ ଲମ୍ବର ସୁଖବିର କୋର ମିଳିଗଲେ । ଏହି ଦୁଇଜଣ ବର୍ତ୍ତମାନ ବିବାହିତ ଏବଂ ବହୁତ ଖୁସିରେ ଅଛନ୍ତି । ସୁଖବିରଙ୍କୁ ନିଜ ସ୍ୱାମୀ ଉପରେ ବହୁତ ଗର୍ବ ଅଛି ।

ଗିନିଜ ବୁକ ଅଫ ୱାର୍ଲ ରେକର୍ଡ ରେ ନିଜ ନାମ ଲେଖେଇବା ସ୍ୱପ୍ନ ଅଟେ :

ଜଗଦୀପଙ୍କୁ ନିଜ ଉଚ୍ଚତା କାରଣରୁ ବର୍ତ୍ତମାନ ତାଙ୍କୁ ଯେଉଁ ସାଧାରଣ ମହତ୍ତ୍ୱ ମିଳୁଛି ତାହା ତାଙ୍କୁ ବହୁତ ଭଲ ଲାଗେ । ଯଦିଓ ଜଗଦୀପଙ୍କ ସ୍ୱପ୍ନ ଅଟେ ଯେ, ତାଙ୍କର ସହର ସହିତ ସମସ୍ତ ଦୁନିଆ ତାଙ୍କ ବିଷୟରେ ଜାଣନ୍ତୁ । ଏଥିପାଇଁ ସେ ଏହି ଚେଷ୍ଟାରେ ଅଛନ୍ତି ଯେ, ଗିନିଜ ବୁକ ଅଫ ୱାର୍ଲ ରେକର୍ଡରେ ନିଜ ନାମ ଦୁନିଆର ସବୁଠାରୁ ଅଧିକ ଲମ୍ବା ପୋଲିସ କର୍ମଚାରୀ ଭାବରେ ଲେଖେଇବା ପାଇଁ ଚାହଁନ୍ତି । ଆମେ ଭଗବାନଙ୍କୁ ଏହା ପ୍ରାର୍ଥନା କରୁଛୁ ଯେ, ତାଙ୍କର ଏହି ସ୍ୱପ୍ନଟି ଶୀଘ୍ର ହିଁ ପୂରଣ ହେଇଯାଉ ।