ଦେଶର ସବୁଠୁ ବଡ଼ କ୍ୟାନ୍ସର ହସ୍ପିଟାଲ୍, ଯେଉଁଠି ଗୋଟିଏ ଥରରେ ହିଁ କ୍ୟାନ୍ସରର ଟ୍ୟୁମର୍ ସଂପୂର୍ଣ୍ଣ ନଷ୍ଟ ହୋଇପାରିବ ।

Spread the love

କ୍ୟାନ୍ସର ରୋଗୀମାନଙ୍କ ପାଇଁ ଖୁସି ଖବର । ବହୁତ ଶୀଘ୍ର ଦେଶରେ ଆରମ୍ଭ ହେବ ହେଭି ଆୟନ ରେଡ଼ିଓଥେରାପି, ଆମେରିକାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ନାହିଁ ।

ଆମ ଦେଶର ନ୍ୟାସନାଲ କ୍ୟାନ୍ସର ସଂସ୍ଥାନରେ ଶୀଘ୍ର ହିଁ ଜାପାନୀ ବିଜ୍ଞାନର କୌଶଳରେ କ୍ୟାନ୍ସର ରୋଗୀମାନଙ୍କ ଚିକିତ୍ସା କରାଯିବ ଓ ଏହି ଟେକନିକ୍ ସାହାଯ୍ୟରେ କ୍ୟାନ୍ସର ରୋଗୀମାନଙ୍କ ଚିକିତ୍ସା ବିନା କୌଣସି ଅପରେସନରେ ହେବ । ୨୦୨୧ ମସିହା ମଧ୍ୟରେ ହରିୟାଣାର ବାଢ଼ସା ସ୍ଥିତ ନ୍ୟାସନାଲ୍ କ୍ୟାନ୍ସର ସଂସ୍ଥାନରେ ଏହି ଟେକନିକ୍ ଆସିଯିବ । କ୍ୟାନ୍ସରର ଟ୍ୟୁମରକୁ ଗୋଟିଏ ଥରରେ ନଷ୍ଟ କରୁଥିବା, ଏହି ଟେକନିକ୍ ବର୍ତ୍ତମାନ ସୁଦ୍ଧା ଆମେରିକାରେ ମଧ୍ୟ ଉପଲବ୍ଧ ହୋଇନାହିଁ । କିନ୍ତୁ ବହୁତ ଶୀଘ୍ର ଏହା ଭାରତରେ ଉପଲବ୍ଧ ହେବାକୁ ଯାଉଛି ।

ଏହି ଟେକନିକ୍ ଟି କଣ ?

ଏହି ଟେକନିକ୍ ର ନାମ ହେଉଛି ହେଭି ଆୟନ ରେଡ଼ିଓଥେରାପି ଓ ଏହା ଏକ ପ୍ରୋଟିନ୍ ଥେରାପି ଅଟେ । ଏହାର ସାହାଯ୍ୟରେ କ୍ୟାନ୍ସର ରୋଗୀର ଟ୍ୟୁମରକୁ ବିନା ଅପରେସନରେ ନଷ୍ଟ କରାଯାଇ ପାରିବ । ଏହା ଅତ୍ୟାଧୁନିକ ଟେକନିକ୍ ଅଟେ । ଏହି ଟେକନିକ୍ ଅପରେସନ ଅନ୍ୟ ଅପରେସନ୍ ଅପେକ୍ଷା ବହୁତ ପ୍ରଭାବଶାଳୀ ଅଟେ । ହେଭି ଆୟନ ରେଡ଼ିଓଥେରାପି ସାହାଯ୍ୟରେ କେବଳ କ୍ୟାନ୍ସର ଟ୍ୟୁମର ଉପରେ ହିଁ ପ୍ରଭାବ ପଡିଥାଏ ଏବଂ ଏହି ଟ୍ୟୁମର ପାଖାପାଖି ଅଂଶ ପୁରାପୁରି ଠିକ ରହିଥାଏ । ଏହି ଟେକନିକ୍ ର ବ୍ୟବହାର କରିବା ସମୟରେ ରେଡିଏସନ୍ ଟ୍ୟୁମରର ଅନ୍ୟ ପଟକୁ ଯାଇପାରେ ନାହିଁ ଓ କେବଳ ଟ୍ୟୁମର ଜଡିତ ଅଂଶ ହିଁ ପ୍ରଭାବିତ ହୋଇଥାଏ । ଯେଉଁଠି ଅପରେସନ ପରେ ରୋଗୀକୁ ଠିକ ହେବା ପାଇଁ ବହୁତ ସମୟ ଲାଗିଥାଏ; ସେଠି ଏହି ଟେକନିକର ସାହାଯ୍ୟରେ ରୋଗୀ ପାଞ୍ଚ ସପ୍ତାହ ମଧ୍ୟରେ ଠିକ ହୋଇପାରିବ । ଏନ୍.ସି.ଆଇ ର ନିର୍ଦେଶକ ଡା.ଜିକେ ରଥ ଏହି ଟେକନିକ୍ ବିଷୟରେ ମିଡ଼ିଆକୁ ସୂଚନା ଦେଇଛନ୍ତି ଓ କହିଛନ୍ତି ଯେ, ୨୦୨୧ ମସିହା ଶେଷ ସୁଦ୍ଧା ଏହି ସେବା ଆରମ୍ଭ ହୋଇଯିବ । ଭାରତ ଜାପାନ ଦେଶ ସହ ଏହି ଟେକନିକ୍ ବିଷୟରେ କଥା ହୋଇସାରିଛି ଓ ୩ ବର୍ଷ ମଧ୍ୟରେ ଏହି ସୁବିଧା ସାଧାରଣ ଜନତା ପାଇଁ ଉପଲବ୍ଧ ହୋଇଯିବ ।

ଆମ ଦେଶର ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାନ (ଏନସିଆଇ)ରେ ଏହି ଟେକନିକ୍ ଆସିଯିବା ଦ୍ୱାରା ଆମ ଦେଶର ନାମ ଦୁନିଆର ମାନ୍ୟଗଣ୍ୟ ଓ ବହୁ ପ୍ରତିଷ୍ଟିତ ଦେଶ ମାନଙ୍କ ମଧ୍ୟରେ ସାମିଲ ହୋଇଯିବ । ଆପଣଂକୁ ଜଣାଇ ଦେଉଛୁ ଯେ, ଆଜି ପର୍ଯ୍ୟନ୍ତ କେବଳ ୪ଟି ଦେଶ ଅଛି; ଯେଉଁ ହସ୍ପିଟାଲରେ ହେଭି ଆୟନ ରେଡ଼ିଓଥେରାପି ଦ୍ୱାରା ରୋଗୀଙ୍କ ଚିକିତ୍ସା କରାଯାଉଛି । ଏହି ଦେଶର ନାମ ହେଉଛି ଜାପାନୀ, ଚୀନ, ଜର୍ମାନୀ, ଇଟାଲୀ ଓ ବର୍ତ୍ତମାନ ଭାରତ ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି ।

ପ୍ରତିଦିନ ୬୦ ଜଣ ରୋଗୀ କରୁଛନ୍ତି ରେଜିଷ୍ଟ୍ରେସନ୍ :

ଏନସିଆଇ ର ଉଦ୍-ଘାଟନ ଏହି ବର୍ଷ ପି.ଏମ୍ ମୋଦିଙ୍କ ଦ୍ଵାରା କରାଯାଇଛି । ଏନସିଆଇରେ ପ୍ରତିଦିନ ପାଖାପାଖି ୬୦ଜଣ କ୍ୟାନ୍ସର ରୋଗୀଙ୍କ ରେଜିଷ୍ଟ୍ରେସନ୍ ହେଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହସ୍ପିଟାଲରେ ଅପରେସନ୍ ର ସୁବିଧା ଆରମ୍ଭ ହୋଇନାହିଁ । ଯେଉଁଥିପାଇଁ ଏଠାକୁ ଆସୁଥିବା ରୋଗୀମାନଙ୍କୁ ଦିଲ୍ଲୀର ଏମ୍ମ କୁ ପଠାଯାଉଛି ।

ଏହି ହସ୍ପିଟାଲକୁ ବନାଇବା ଓ ଏହି ହସ୍ପିଟାଲରେ ରଖାଯାଇଥିବା ମେସିନ୍ ଗୁଡିକ ପାଇଁ ସରକାରଙ୍କ ଦ୍ୱାରା ୨,୦୩୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ହସ୍ପିଟାଲକୁ ଦିଲ୍ଲୀସ୍ଥିତ ଏମ୍ସ ଭଳି ବନାଯାଇଛି । ଏହି ହସ୍ପିଟାଲ ଆରମ୍ଭ ହେବା ଦ୍ୱାରା ହରିଆଣା, ହିମାଚଳ ପ୍ରଦେଶ, ପଞ୍ଜାବ ଯେପରି ରାଜ୍ୟର ଲୋକମାନଙ୍କୁ ଦିଲ୍ଲୀ ଆସି ଚିକିତ୍ସା କରାଇବାକୁ ପଡିବ ନାହିଁ । ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାନରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ଟି ବ୍ୟାଡ୍ ର ସୁବିଧା କରାଯାଇଛି ଓ ଆଶା କରାଯାଉଛି ଯେ, ଏହି ବର୍ଷ ଶେଷ ସୁଦ୍ଧା ଏହି ହସ୍ପିଟାଲରେ ୪୦୦ଟି ବ୍ୟାଡ୍ ର ସୁବିଧା କରି ଦିଆଯିବ । ଝଜ୍ଜ୍ୱର ନାମକ ସ୍ଥାନରେ ଥିବା ଏହି ହସ୍ପିଟାଲରେ ରେ ଦାଖିଲା ହେଉଥିବା ରୋଗୀଙ୍କ ଠାରୁ କେବଳ ୧୦ ଟଙ୍କା ଫିସ୍ ନିଆଯାଉଛି ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !