ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆଲିଆ ଭଟ୍ଟଙ୍କ ସାବତ ଭାଇ ଦେଖନ୍ତୁ । ଭଟ୍ଟ ପରିବାର ଏହି ବ୍ୟକ୍ତିଙ୍କ ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରେ ନାହିଁ ।

Spread the love

ଏହା ଜରୁରୀ ନୁହେଁ ଯେ, ବଲିଉଡରେ ସଫଳ ହୋଇଥିବା ପ୍ରତିଟି ତାରକାଙ୍କ ପ୍ରତିଟି ଫିଲ୍ମ ସଫଳ ହେବ । କିଛି ଏହିପରି ତାରକା ଅଛନ୍ତି; ଯେଉଁମାନେ ନିଜ ପରିବାରର ସଫଳତା କିମ୍ବା ବିଫଳତା ପରେ ଘର ଛାଡି ଚାଲି ଯାଇଥାନ୍ତି । ଆମେ ଏଠାରେ ବଲିଉଡର ପ୍ରସିଦ୍ଧ ପରିବାର ବିଷୟରେ କହିବା ପାଇଁ ଚାହୁଁଛୁ । ଏହି ପରିବାରରେ ମହେଶ ଭଟ୍ଟ, ସୋନି ରଜଦାନ, ପୂଜା ଭଟ୍ଟ, ଆଲିଆ ଭଟ୍ଟ ଏବଂ ସାହିନ ଭଟ୍ଟ ରୁହନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ? ଏହି ପରିବାରରେ ଜଣେ ପୁତ୍ର ମଧ୍ୟ ଜନ୍ମ ଲାଭ କରିଛନ୍ତି ? ଆସନ୍ତୁ ଆମେ ଆଜି ଆପଣଙ୍କୁ ଭଟ୍ଟ ପରିବାରର ସେହି ପୁତ୍ର ସନ୍ତାନ ବିଷୟରେ କହିବୁ ଯାହାଙ୍କୁ ଆପଣ ପୂର୍ବରୁ ଦେଖିଥିବେ ।

ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆଲିଆ ଭଟ୍ଟଙ୍କ ଏକମାତ୍ର ସାବତ ଭାଇ :

ଆପଣ ମାନେ ସର୍ବଦା ଆଳିଆଙ୍କ ସହ ତାଙ୍କର ପୁରା ପରିବାରକୁ ଦେଖିଥିବେ । ଯେଉଁଥିରେ ଦୁଇଜଣ ଭଉଣୀଙ୍କୁ ଆପଣ ଦେଖିଥିବେ କିନ୍ତୁ ଏମାନଙ୍କର ଜଣେ ଭାଇ ମଧ୍ୟ ଅଛନ୍ତି, ଯାହାଙ୍କୁ ଆପଣ ପ୍ରାୟତଃ ଦେଖି ନ ଥିବେ । ଏମାନଙ୍କ ଭାଇଙ୍କ ନାମ ହେଉଛି ରାହୁଲ ଭଟ୍ଟ ଏବଂ ରାହୁଲ ଆଳିଆଙ୍କ ସାବତ ଭାଇ ଅଟନ୍ତି । ମହେଶ ଭଟ୍ଟ ଦୁଇଟି ବିବାହ କରିଥିଲେ । ପ୍ରଥମ ବିବାହ କିରାଣଙ୍କ ସହ କରିଥିଲେ ଯାହାଙ୍କ ଠାରୁ ଦୁଇଟି ସନ୍ତାନ ଜନ୍ମ ଲାଭ କରିଥିଲା, ସେମାନ ହେଲା ପୂଜା ଏବଂ ରାହୁଲ । ଏହା ପରେ ମହେଶ ଭଟ୍ଟ ଦ୍ଵିତୀୟ ବିବାହ ୧୯୯୦ରେ ସୋନି ରଜଦାନଙ୍କ ସହ କରିଥିଲେ ଏବଂ ଦୁହେଁଙ୍କ ଦୁଇଟି ପୁତ୍ରୀ ଆଲିଆ ଏବଂ ସାହିନା ଅଟନ୍ତି । ସମସ୍ତେ ଏକାଠି ରୁହନ୍ତି କିନ୍ତୁ ରାହୁଲ ନିଜ ପରିବାର ଠାରୁ ଦୁରେଇ ରୁହନ୍ତି । ଏହାର କାରଣ ହେଉଛି; ସେ ନିଜ ପିତା ମହେଶ ଭଟ୍ଟଙ୍କ କଥା ଶୁଣନ୍ତି ନାହିଁ ।

ରାହୁଲ ଜଣେ ଫିଟନେସ ଟ୍ରେନର ଅଟନ୍ତି ଏବଂ ସେ ନିଜ ପରିବାର ସହ ରୁହନ୍ତି ନାହିଁ ଏବଂ ଅନ୍ୟ କେଉଁଠି ଅଲଗା ଫ୍ଲାଟରେ ରୁହନ୍ତି । ଏହାର କାରଣ ପଚାରିବା ପରେ ସେ ଉତ୍ତର ଦେଇଥିଲେ ଯେ, ପିତା ମହେଶ ଭଟ୍ଟ ତାଙ୍କୁ ପସନ୍ଦ କରନ୍ତି ନାହିଁ । ୨୦୦୨ ମସିହାରେ ରାହୁଲଙ୍କ ନାମ ଅମେରିକୀୟ ଆତଙ୍କବାଦୀ ଡେଭିଡ ହେଡଲିଙ୍କ ସହ ଯୋଡି ହୋଇଥିଲା ଏବଂ ତାଙ୍କର କଥିତ ସମ୍ବନ୍ଧ କାରଣରୁ ଚର୍ଚ୍ଚାରେ ରହିଥିଲେ । ଏହି ବର୍ଷ ରାହୁଲଙ୍କୁ ପୂଜାଙ୍କ ତତ୍କାଳୀନ ବନ୍ଧୁ ରଣବିର ସୌରୀଙ୍କ ସହ କଥିତ ରୂପେ ମାରପିଟ କରିବା ଆରୋପରେ ଗିରଫ ହୋଇଥିଲେ ।

ରାହୁଲ ନିଜ ପିତାଙ୍କ ସହ କିଛି ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏହା ବ୍ୟତୀତ ତାଙ୍କୁ ରିୟାଲିଟି ଶୋ’ରେ ମଧ୍ୟ ଲୋକେ ଦେଖି ସାରିଛନ୍ତି । ରାହୁଲ ନିଜ କ୍ୟାରିୟର ଫିଲ୍ମରେ କରି ନାହାଁନ୍ତି କିନ୍ତୁ ନିଜ ଜିମରେ ସେ ଫିଲ୍ମ ତାରକା ମାନଙ୍କୁ ଟ୍ରେନିଂ ଦିଅନ୍ତି । ଫିଲ୍ମ “ଦଙ୍ଗଲ”ରେ ଆମୀର ଖାନ ମୋଟାପଣରୁ ଯେଉଁ ଦୁର୍ବଳ ଶରୀର ହୋଇଥିଲେ ତାଙ୍କୁ ରାହୁଲ ସାହାଯ୍ୟ କରିଥିଲେ । ଦଙ୍ଗଲର ମୋଟା ଶରୀରରୁ “ଠଗସ ଅଫ ହିନ୍ଦୁସ୍ତାନ”ରେ ଆମୀରଙ୍କ ସୁନ୍ଦର ଶରୀର ପାଇବା ପାଇଁ ରାହୁଲ ଆମୀରଙ୍କୁ ସାହାଯ୍ୟ କରିଥିଲେ ।