ଏହି ଭାରତୀୟ ବ୍ୟକ୍ତି ଜଣକ ୩୫ ବର୍ଷ ପର୍ଯ୍ୟନ୍ତ ସାଉଦି ଆରବରେ କାମ କରୁଥିଲେ, ଏପରି ବିଶେଷ ଭାବରେ କରାଗଲା ବିଦାୟ ।

ପ୍ରତ୍ୟେକ ଲୋକ ଖରାପ ହୋଇନଥାନ୍ତି ଏବଂ ଏହି କଥାକୁ ସାଉଦି ଆରବର ଶେଖ ସତ ପ୍ରମାଣିତ କରି ଦେଇଛନ୍ତି ।
ସଂସାରରେ ଭଲ ଓ ଖରାପ ସବୁ ପ୍ରକାରର ଲୋକ ଥାଆନ୍ତି । ପ୍ରାୟତଃ ଆପଣମାନେ ଏହି ବିଷୟରେ ଅନୁଭବ କରିଥିବେ । ଲୋକମାନଙ୍କ ମନରେ ଧାରଣା ହେଉଥିବ ଯେ, ଭାରତୀୟମାନଙ୍କୁ ସାଉଦି ଆରବରେ ସମ୍ମାନ ଦିଆ ଯାଉନଥିବ କିନ୍ତୁ ଏହି କଥାକୁ ମିଛ ପ୍ରମାଣିତ କରିଛନ୍ତି ସାଉଦିର ଜଣେ ଶେଖ । ହୃଦୟ ସ୍ପର୍ଶ କଲାଭଳି ଏମିତି ଏକ ଖବର ସାଉଦି ଆରବରୁ ଆସିଛି, ଏଠାରେ ଜଣେ ଭାରତୀୟଙ୍କୁ ସେଠାକାର ଶେଖ ଜଣକ ବହୁତ ବଡ଼ ଭବ୍ୟ ସମାରୋହରେ ବିଦାୟ କରିଛନ୍ତି । ଏହି ସମୟରେ ଅନେକ ଲୋକ ତାଙ୍କୁ କେବଳ ବିଦାୟ ଦେବାକୁ ଆସିଥିଲେ । କାରଣ ଏହି ଭାରତୀୟ ଜଣକ ୩୫ ବର୍ଷ ପର୍ଯ୍ୟନ୍ତ ସାଉଦି ଆରବରେ କାମ କରୁଥିଲେ, ଚାଲନ୍ତୁ ଜାଣିବା କିପରି ଥିଲା ତାଙ୍କର ବିଦାୟ ।
ଏହି ଭାରତୀୟ ବ୍ୟକ୍ତି ଜଣକ ୩୫ ବର୍ଷ ପର୍ଯ୍ୟନ୍ତ ସାଉଦି ଆରବରେ କାମ କରୁଥିଲେ :
ଏହି ଭାରତୀୟ ବ୍ୟକ୍ତି ଜଣକ ୩୫ ବର୍ଷ ପର୍ଯ୍ୟନ୍ତ ସାଉଦି ଆରବ ଅରହରେ କାମ କରୁଥିଲେ ଏବଂ ସେଠାରେ ସେ ନିଜ ପରିବାର ପାଇଁ ମଜୁରୀ କରୁଥିଲେ । ଯେତେବେଳେ ସେ କାମରୁ ବିଦାୟ ନେବା ପାଇଁ ଚାହିଁଲେ ଏବଂ ନିଜ ଦେଶକୁ ଫେରିବା ପାଇଁ ନିଷ୍ପତ୍ତି ନେଲେ; ତେବେ ଶେଖ ପରିବାର ଏପରି ଭାବରେ ତାଙ୍କର ବିଦାୟ କଲେ ଯେ, ଶୁଣିଲେ ଆପଣ ମଧ୍ୟ ଖୁସିରେ ତାଳି ମାରିବେ । ଏହି ବ୍ୟକ୍ତିଙ୍କ ନାମ ମିଡୋ ଶିରିୟାନ ଅଟେ ଏବଂ ସେ ଗତ ୩୫ ବର୍ଷ ହେଲା ଶେଖ ପରିବାରଙ୍କ ସହିତ କାମ କରୁଥିଲେ । ଶେଖଙ୍କର ଗୋଟେ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ସେ ଖାଦ୍ୟ ପ୍ରସ୍ତୁତି କରିବା କାମ କରୁଥିଲେ, କଫି ଦେବାର ସେବା କରିବା ସହିତ କ୍ଷେତରେ ମଧ୍ୟ କମ କରୁଥିଲେ । ଯେତେବେଳେ ମିଡୋ ଶିରିୟାନ ସାଉଦି ଛାଡି ନିଜ ପରିବାରଙ୍କ ପାଖକୁ ଫେରିବା ପାଇଁ ନିଷ୍ପତ୍ତି ନେଲେ ସେତେବେଳେ ଶେଖ ପରିବାର ଲାଇନରେ ତାଙ୍କ ସହିତ ଆଲିଙ୍ଗନ ହେଲେ । ଶେଖ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଗୋଟେ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ଆପଣ ବିଦାୟର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦେଖିପାରିବେ ।
#الوفاء في #السعودية رجلاً يمشي على قدميْه، وفِي #حائل #الوفاء قبيلة حب وصدق ومكارم أخلاق ..هذا ما جسدته عائلة عواد خضير الشمري وهي تودع العامل ميدو بابو الذي يعمل لديها لأكثر من 35 عاما بحفل وداع وتقديم هدايا مادية وعينيه من جميع افراد الأسرة.
هي صورة حقيقية للإسلام
#يوم_الجمعه pic.twitter.com/80cKGdEG5X— متعب العواد (@motabalawwd) November 30, 2018
ଏହି କର୍ମଚାରୀଙ୍କୁ ଶେଖ ପରିବାରର ସମସ୍ତ ବ୍ୟକ୍ତି ବିଦାୟ ଚୁମ୍ବନ ଦେଲେ ଏବଂ ବହୁତ ବଡ଼ ଭୋଜି ମଧ୍ୟ କରିଥିଲେ । କିଛି ଲୋକ ତାଙ୍କୁ ଉପହାର ମଧ୍ୟ ଦେଇଥିଲେ ଏବଂ ସାଉଦିରୁ ଆସିଥିବା ଏହି କାହାଣୀ ଲୋକଙ୍କ ହୃଦୟ ଜିଣି ନେଲା । ଲୋକମାନେ ଶେଖ ଏବଂ ତାଙ୍କ ପରିବାର ଜନଙ୍କୁ ବହୁତ ଭଲ ଲୋକ ବୋଲି କହିଲେ ଏବଂ ତାଙ୍କର ପ୍ରଶଂସା ମଧ୍ୟ କଲେ । ଏହି ଖବରଟି ସତରେ ହୃଦୟ ଛୁଇଁବା ଭଳି କିନ୍ତୁ ଏହି ସୂଚନା ମିଳିପାରି ନାହିଁ ଯେ, ସେହି ବ୍ୟକ୍ତି ଜଣକ ଭାରତର କେଉଁ ଅଞ୍ଚଳର ଅଧିବାସୀ ଏବଂ ସେ ଭାରତ କେବେ ଫେରିବେ ।