ମାତା ବୈଷ୍ଣବ ଦେବୀଙ୍କ ଗୁମ୍ଫାରେ ପ୍ରବାହିତ ହୁଏ ଏହି ପବିତ୍ର ଜଳ… ଯାହା ପିଇଲେ ବହୁତ ବଡ଼ ବଡ଼ ରୋଗରୁ ମଧ୍ୟ ଆରୋଗ୍ୟ ମିଳିଥାଏ ।

Spread the love

ଭାରତର ବିଶ୍ଵ ପ୍ରସିଦ୍ଧ ଏବଂ ସବୁଠୁ ପବିତ୍ର ସ୍ଥଳୀ ବୈଷ୍ଣବ ଦେବୀ ମନ୍ଦିର । ଜାମ୍ମୁକାଶ୍ମୀର ରାଜ୍ୟର ତ୍ରିକୁଟା ପର୍ବତ ଉପରେ ଅବସ୍ଥିତ । ମାତା ବୈଷ୍ଣବ ଦେବୀଙ୍କ ପବିତ୍ର ମନ୍ଦିର ପାହାଡ଼ର ଏକ ଗୁମ୍ଫା ଭିତରେ ଅବସ୍ଥିତ । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ମାତାଙ୍କ ଦର୍ଶନ କରନ୍ତି । ଯେତିକି ମହତ୍ୱ ମାତା ବୈଷ୍ଣବ ଦେବୀଙ୍କର, ସେତିକି ହିଁ ମହତ୍ୱ ଏହି ଗୁମ୍ଫା ରହିଥାଏ । ଦେବୀଙ୍କ ମନ୍ଦିର ଭିତରକୁ ଯିବା ପାଇଁ ଏକ ପ୍ରାଚୀନ ଗୁମ୍ଫା ଅତିକ୍ରମ କରିବାକୁ ହୁଏ । ଏହି ଗୁମ୍ଫା ବହୁତ ରହସ୍ୟମୟ ଏବଂ ଚମତ୍କାରି ଅଟେ ।

ମାତା ବୈଷ୍ଣବ ଦେବୀଙ୍କ ଦର୍ଶନ ପାଇଁ ବର୍ତ୍ତମାନ ଯେଉଁ ରାସ୍ତାର ବ୍ୟବହାର କରାଯାଏ, ତାହା ଗୁମ୍ଫାକୁ ଯିବାର ପ୍ରାକୃତିକ ରାସ୍ତା ନୁହେଁ । ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖି ଏହି କୁତ୍ରିମ ରାସ୍ତାଟି ୧୯୭୭ରେ ନିର୍ମାଣ କରାଗଲା । ବର୍ତ୍ତମାନ ଏହି ରାସ୍ତାରେ ଶ୍ରଦ୍ଧାଳୁମାନେ ମାତାଙ୍କ ଦରବାର ନିକଟରେ ପହଞ୍ଚି ପାରୁଛନ୍ତି । ଭାଗ୍ୟଶାଳୀ ଲୋକମାନଙ୍କୁ ପ୍ରାଚୀନ ଗୁମ୍ଫାଦ୍ୱାର ମାତାଙ୍କ ଭବନରେ ପ୍ରବେଶ କରିବାର ସୌଭାଗ୍ୟ ମିଳିଥାଏ । ଏଠାରେ ନିୟମ ଅଛି ଯେ, ଯେବେ ମଧ୍ୟ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୧୦,୦୦୦ରୁ କମ ହୋଇଥାଏ, ସେତେବେଳେ ପ୍ରାଚୀନ ଗୁମ୍ଫାର ଦ୍ୱାର ଖୋଲା ଯାଇଥାଏ ।

ମାତା ବୈଷ୍ଣବ ଦେବୀଙ୍କ ଦରବାରରେ ପ୍ରାଚୀନ ଗୁମ୍ଫାର ମହତ୍ୱ ଅଧିକ । କୁହାଯାଏ କି ପ୍ରାଚୀନ ଗୁମ୍ଫା ଭିତରେ ଭୈରବଙ୍କ ଶରୀର ବିଦ୍ୟମାନ ରହିଛି । ମାତ ଏଠାରେ ଭୈରବକୁ ନିଜ ତ୍ରିଶୁଳରେ ମାରିଥିଲେ ଏବଂ ତାଙ୍କ ମୁଣ୍ଡ ଶରୀରରୁ ବିଚ୍ଛିନ୍ନ ହୋଇ ଭୈରବ ଘାଟିରେ ପଡିଥିଲା ଏବଂ ଶରୀର ଏଠାରେ ରହିଯାଇ ଥିଲା । ପ୍ରାଚୀନ ଗୁମ୍ଫାରେ ଗଙ୍ଗା ନଦୀ ପ୍ରବାହିତ ହେଉଥିବାରୁ ଯୋଗୁଁ ଏହାର ମହତ୍ୱ ଅଧିକ । ଏହି ଜଳକୁ ପିଇଲେ ବଡ଼ ବଡ଼ ଅସାଧ୍ୟ ରୋଗରୁ ମୁକ୍ତି ମିଳେ, ଏହିପରି ମାନ୍ୟତା ରହିଛି । ଏହି ଜଳରେ ପବିତ୍ର ହୋଇ ମାତାଙ୍କ ଦରବାରରକୁ ଯିବାର ବିଶେଷ ମହତ୍ୱ ଥାଏ ବୋଲି କୁହାଯାଏ ।

ବୈଷ୍ଣବ ଦେବୀ ମନ୍ଦିର ନିକଟରେ ପହଞ୍ଚିବାକୁ ଘାଟିରେ ଅନେକ ଗୁମ୍ଫା ଅଛି, ଯାହା ମଧ୍ୟରୁ ଗୋଟିଏ ହେଉଛି “ଆଦି କୁଆଁରୀ” ବା “ଆଦ୍ୟକୁଆଁରି” । ଏଠାରେ ଆଉ ଏକ ଗୁମ୍ଫା ମଧ୍ୟ ଅଛି ଯାହା “ଗର୍ଭର୍ଜୁନ” ନାମରେ ପରିଚିତ । ଗର୍ଭର୍ଜୁନ ଗୁମ୍ଫାରେ ମାନ୍ୟତା ଏହା ଯେ, ମାତା ଏହି ଗୁମ୍ଫାରେ ୯ ମାସ ପର୍ଯ୍ୟନ୍ତ ଥିଲେ ଯେପରି ଗୋଟିଏ ଶିଶୁ ନିଜ ମାଆ ଗର୍ଭରେ ୯ ମାସ ରହନ୍ତି । ଗର୍ଭର୍ଜୁନ ଗୁମ୍ଫାକୁ ନେଇ କୁହାଯାଏ ଯେ, ଏହି ଗୁମ୍ଫାକୁ ଗଲେ ମନୁଷ୍ୟକୁ ଆଉ ଗର୍ଭକୁ ଯିବାକୁ ପଡେ ନାହିଁ । ଯଦି ବି ସେ ଗର୍ଭକୁ ଆସନ୍ତି, ତେବେ ଏମାନଙ୍କୁ କଷ୍ଟ ଉଠେଇବାକୁ ପଡେନାହିଁ ଏବଂ ସେମାନଙ୍କ ଜୀବନ ଖୁସି ଏବଂ ବୈଭବରେ ପରିପୂର୍ଣ୍ଣ ରହେ ।