ବଲିଉଡର ଏହି ୪ଜଣ ଅଭିନେତ୍ରୀ ଯିଏକି ଅନ୍ୟ ଘର ଉଜାଡି, ସେମାନେ ବର୍ତ୍ତମାନ ବହୁତ ଖୁସିରେ ରହୁଛନ୍ତି ।

Spread the love

ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ଏଭଳି ସୁନ୍ଦର ଅଭିନେତ୍ରୀ ଅଛନ୍ତି; ଯେଉଁମାନେ ନିଜ କାମ ଦ୍ୱାରା ସଭିଁଙ୍କୁ ଇଂପ୍ରେସ କରିବାରେ ନଜରରେ ଆସିଛନ୍ତି । ପ୍ରୋଫେସନାଲ ଜୀବନରେ ସେମାନେ ଭଲ ହୋଇପାରନ୍ତି କିନ୍ତୁ ବ୍ୟକ୍ତିଗତ ଜୀବନରେ କିଛି ଏଭଳି କାମ କରିଛନ୍ତି; ଯେଉଁ କାରଣରୁ ସେମାନେ ଅଧିକାଂଶ ସମୟରେ ଘେରି ହୋଇ ରହିଥିଲେ ଚର୍ଚ୍ଚାରେ । ସେମାନେ ସବୁବେଳେ ନିଜ ବିଷୟରେ ଚର୍ଚ୍ଚିତ ହେବାକୁ ପସନ୍ଦ କରନ୍ତି । ଦେଖନ୍ତୁ ଏମାନେ ଦ୍ୱିତୀୟ ସ୍ତ୍ରୀ ହୋଇ ମଧ୍ୟ କେତେ ଖୁସିରେ ରହୁଛନ୍ତି । ଏହି ସୂଚୀରେ ସଭିଙ୍କ ଠାରୁ ପ୍ରଥମ ନାମ ଆସେ ରବିନା ଟଣ୍ଡନ ।

୧) ରବିନା ଟଣ୍ଡନ –

ରବିନା ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ନମିଦାମି ଅଭିନେତ୍ରୀ ଥିଲେ । ଯିଏ କି ବିବାହ କରିଥିଲେ ଅନୀଲ ଧନ୍ଦାନିଙ୍କ ସହ । ଅନୀଲ ଧନ୍ଦାନି ପୂର୍ବରୁ ହିଁ ବିବାହିତ ଥିଲେ । କିନ୍ତୁ ସେ ରବିନାଙ୍କୁ ଭଲ ପାଇବାକୁ ଲାଗିଲେ । ରବିନା ଏହା ଜାଣିଥିଲେ କି ଅନୀଲ ଧନ୍ଦାନି ରବିନାଙ୍କ ପାଇଁ ନିଜ ପ୍ରଥମ ପତ୍ନୀଙ୍କୁ ଛାଡ଼ି ତାଙ୍କ ସହ ବିବାହ ହେବେ । କିନ୍ତୁ ଏହା ରବିନାକୁ କିଛି ମଧ୍ୟ ପ୍ରଭାବ ପକାଇନଥିଲା । ସେମାନେ ଦୁହେଁ ବିବାହ ହେଲେ ଗୋଟିଏ ସନ୍ତାନ ମଧ୍ୟ ଅଛି ଓ ସେମାନେ ଏବେ ବହୁତ ଖୁସିରେ ଅଛନ୍ତି । କିନ୍ତୁ ସେ ଗୋଟିଏ ଜୀବନକୁ ନିଶ୍ଚୟ ବର୍ବାଦ କରିଦେଲେ ।

୨) କରିନା କପୁର ଖାନ୍ –

କରିନା କପୁର ସୈଫ ଅଲ୍ଲୀ ଖାନଙ୍କ ସହ ବିବାହ କରିଥିଲେ । ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀ ଅମ୍ରିତା ଥିଲେ । ସୈଫ ଅଲ୍ଲୀ ଖାନ୍ ଅମ୍ରିତାକୁ ଛାଡପତ୍ର ଦେଇ ଦେବା ପଛର କାରଣ ହେଉଛି କରିନା କପୁର । ଅମ୍ରିତା ସହ ସୈଫ ଅଲ୍ଲୀ ଖାନ୍ ବିବାହ ଜୀବନ ଭଲରେ ଚାଲୁଥିଲା କିନ୍ତୁ କରିନା ତାଙ୍କ ଜୀବନରେ ପଛେ ଆସିଥିଲେ । ଦୁହେଁକୁ ପ୍ରେମ ହେଲା ଓ ପରେ କରିନା ସୈଫଙ୍କ ଦ୍ୱିତୀୟ ପତ୍ନୀ ରୂପେ ବିବାହ ହୋଇଥିଲା । ସେମାନେ ବିବାହ ହୋଇ ଏବେ ବହୁତ ଖୁସିରେ ଅଛନ୍ତି । ଏବେ ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି, ଯିଏ କି ଦେଖିବାକୁ ସୈଫଙ୍କ ଭଳି ।

୩) ବିପାସା ବାସୁ –

ସେ ଦ୍ୱିତୀୟ ନୁହେଁ ତୃତୀୟ ପତ୍ନୀ ରୂପେ କରଣ ସହିତ ବିବାହ ହୋଇଥିଲେ । ଏହାପୁର୍ବେ କରଣ ଦୁଇଥର ବିବାହ କରି ସାରିଥିଲେ । ଏହା ଜାଣି ମଧ୍ୟ ବିପାସା ତାଙ୍କ ତୃତୀୟ ପତ୍ନୀ ରୂପେ ବିବାହ କରିଥିଲେ । ବିବାହ ହୋଇ ଏବେ ଅଧିକ ସମୟ ହୋଇଯାଇଛି । ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀଙ୍କ ସହ ୧/୨ ବର୍ଷରେ ସମ୍ପର୍କ ଭାଙ୍ଗିଗଲା କିନ୍ତୁ ଏବେ ବିପାସା ସହ ବିବାହ ହୋଇ ବହୁତ ଅଧିକ ବର୍ଷ ହେଲା ଏବଂ ସେମାନଙ୍କ ଜୀବନ ଖୁସିରେ ଅତିବାହିତ କରୁଛନ୍ତି ।

୪) ଶିଳ୍ପା ସେଟ୍ଟୀ –

ଶିଳ୍ପା ସେଟ୍ଟୀ ରାଜ୍ କୁନ୍ଦ୍ରା ସହିତ ବିବାହ ହୋଇଥିଲେ । ରାଜ୍ କୁନ୍ଦ୍ରା ଏହି ବିବାହ ହେବା ପୂର୍ବରୁ ନିଜ ପ୍ରଥମ ପତ୍ନୀ କବିତାକୁ ଛାଡପତ୍ର ଦେଇଦେଲେ । ଏହା ପଛର କାରଣ ଶିଳ୍ପା ସେଟ୍ଟୀ ଥିଲେ । ଏଥିଯୋଗୁଁ ଅନେକ ଲୋକ ଶିଳ୍ପା ସେଟ୍ଟୀଙ୍କୁ ବହୁତ କିଛି କହିଥିଲେ, ତଥାପି ସେ ଲୋକଙ୍କ କଥାକୁ ଅଣଦେଖା କରି ରାଜ୍ କୁନ୍ଦ୍ରା ସହ ବିବାହ କରିଲେ । ଏହି ବିଷୟକୁ ନେଇ କବିତା ମିଡ଼ିଆଙ୍କ ଆଗରେ ବହୁତ କିଛି କହିଥିଲେ, କିନ୍ତୁ ସେମାନଙ୍କ ଉପରେ ଏହାର କିଛି ମଧ୍ୟ ପ୍ରଭାବ ପଡିନଥିଲା ।

୪) ଶ୍ରୀଦେବୀ –

ବଲିଉଡର ନାମିଦାମି ଅଭିନେତ୍ରୀମାନଙ୍କ ସୂଚୀରେ ଶ୍ରୀଦେବୀଙ୍କ ନାମ ଅନ୍ତର୍ଭୁକ୍ତ । ଶ୍ରୀଦେବୀ, ବୋନି କପୂରଙ୍କ ଦ୍ଵିତୀୟ ପତ୍ନୀ ଭାବରେ ବିବାହ କରିଥିଲେ । ସମସ୍ତେ ଜାଣିଛନ୍ତି ଯେ, ବୋନି କପୂରଙ୍କ ସହ ଶ୍ରୀଦେବୀଙ୍କ ଅବୈଧ ସମ୍ପର୍କ ଥିଲା ଏବଂ ଏହି ସମ୍ପର୍କ ସମସ୍ତ ସୀମା ପାର ମଧ୍ୟ କରିଦେଇଥିଲା । ଅର୍ଥାତ ଶ୍ରୀଦେବୀ ଅବିବାହିତାରେ ହିଁ ଗର୍ଭବତୀ ହୋଇଥିଲେ । ଯାହାଫଳ ଶ୍ରୀଦେବୀଙ୍କ ସହ ଆଗାମୀ ଜୀବନ ଅତିବାହିତ କରିବା ପାଇଁ ବୋନି କପୂର ନିଜର ପ୍ରଥମ ପତ୍ନୀ ମୋନା କପୂରଙ୍କୁ ଛାଡପତ୍ର ଦେଇଥିଲେ । ଯେତେବେଳେ ବୋନୀ କପୂର ଶ୍ରୀଦେବୀଙ୍କୁ ବିବାହ କରିଥିଲେ ସେହି ସମୟରେ ହିଁ ବୋନୀ କପୂର ଓ ମୋନା କପୂରଙ୍କ ଦୁଇଟି ସନ୍ତାନ ଜନ୍ମ ହୋଇଯାଇଥିଲେ । ଶ୍ରୀଦେବୀ ଏହି କଥା ଜାଣି ମଧ୍ୟ ବୋନୀ କପୂରଙ୍କ ସହ ବିବାହ କରିଥିଲେ ଏବଂ ଗୋଟିଏ ସ୍ତ୍ରୀ ହୋଇ ଅନ୍ୟ ଏକ ସ୍ତ୍ରୀର ଜୀବନକୁ ନଷ୍ଟ କରିଦେଇଥିଲେ ।