ଏହି ବ୍ୟକ୍ତିଙ୍କ ସହ ହେବାର ଥିଲା ବଲିଉଡର ଧକ୍ ଧକ୍ ଗାର୍ଲଙ୍କ ବିବାହ, ଏହି କାରଣ ପାଇଁ ବିବାହ ହୋଇନଥିଲା ।

Spread the love

ଏକଦା ମାଧୁରୀ ଦୀକ୍ଷିତଙ୍କ ସହ ଭେଟ କରିବାର ଥିଲା ସିଙ୍ଗର୍ ସୁରେଶ ବାଡେକରଙ୍କ ସହ କିନ୍ତୁ ଏହି କାରଣ ପାଇଁ ମଧୁରୀଙ୍କୁ ରିଜେକ୍ଟ କରି ଦିଆଯାଇଥିଲା ।

ଏକଦା ସମୟ ଏପରି ଥିଲା, ବଲିଉଡ ଅଭିନେତ୍ରୀଙ୍କୁ ସମସ୍ତେ ବିବାହ କରିବା ପାଇଁ ଚାହୁଁଥିଲେ । ମଧୁରୀଙ୍କ ଗୋଟିଏ ହସ ଲକ୍ଷ ଲକ୍ଷ ଜନତାଙ୍କ ହୃଦୟର ସ୍ପନ୍ଦନ ବଢି ଯାଉଥିଲା । ସେହି ସମୟରେ ଯେଉଁ ପୁଅକୁ କୁହାଯାଉ ଥିଲା ମଧୁରୀଙ୍କ ସହ ବିବାହ ପାଇଁ ସେ ଖୁସିରେ ରାଜି ହୋଇ ଯାଉଥିଲା । ୧୯୯୯ ମସିହାରେ ମାଧୁରୀ ଲକ୍ଷ ଲକ୍ଷ ପୁଅଙ୍କ ହୃଦୟ ଭାଙ୍ଗି ଭାରତୀୟ ମୂଳବାସୀ ଆମେରିକାର ଡାକ୍ତର ଶ୍ରୀରାମ ନେନେଙ୍କ ସହ ବିବାହ କରି ନେଇଥିଲେ । କିନ୍ତୁ ଆପଣ ଜାଣି ନ ଥିବେ ଶ୍ରୀରାମ ନେନେଙ୍କ ପୂର୍ବରୁ ମଧୁରୀଙ୍କ ବିବାହ ଏହି ବ୍ୟକ୍ତିଙ୍କ ସହ ହେବାର ଥିଲା କିନ୍ତୁ କୌଣସି କାରଣରୁ ମଧୁରୀଙ୍କୁ ରିଜେକ୍ଟ କରି ଦେଇଥିଲା ।

ଏହି ବ୍ୟକ୍ତିଙ୍କ ସହ ହେବାର ଥିଲା ବଲିଉଡର ଧକ୍ ଧକ୍ ଗାର୍ଲଙ୍କ ବିବାହ :

ବଲିଉଡର ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ୧୫ ମଇରେ ନିଜର ଜନ୍ମଦିନ ପାଳନ କରିଥାନ୍ତି । ମାଧୁରୀ ଦିକ୍ଷୀତ ହିନ୍ଦୀ ଚଳଚିତ୍ର ଜଗତର ଏପରି ଜଣେ ଅଭିନେତ୍ରୀ; ଯାହାଙ୍କ ସାମ୍ନାରେ ଅନ୍ୟ କଳାକାରଙ୍କ ସୌନ୍ଦର୍ଯ୍ୟ ଫିକା ପଡ଼ି ଯାଇଥାଏ । ଆପଣ ଜାଣି ନ ଥିବେ ମଧୁରୀଙ୍କ ପିତାମାତା, ମାଧୁରୀଙ୍କୁ ଚଳଚିତ୍ରରେ ଅଭିନୟ କରିବା ପାଇଁ ଚାହୁଁ ନ ଥିଲେ । ପିତାମାତା ଚାହୁଁଥିଲେ ମାଧୁରୀ ବିବାହ କରି ନିଜର ଘରସଂସାର ସମ୍ଭାଳନ୍ତୁ । ଏହି କାରଣ ପାଇଁ ମଧୁରୀଙ୍କ ପିତାମାତା ମଧୁରୀଙ୍କ ପାଇଁ ପୁଅ ଖୋଜିବା ଆରମ୍ଭ କରି ଦେଇଥିଲେ । ଯେଉଁ ସମୟରେ ମାଧୁରୀ ନିଜର କ୍ୟାରିଅର ପାଇଁ ଲାଗିଥିଲେ; ସେହି ସମୟରେ ମାଧୁରୀଙ୍କ ପିତାମାତା ମଧୁରୀଙ୍କ ପାଇଁ ପୁଅ ଖୋଜିବାରେ ବ୍ୟସ୍ତ ଥିଲେ ।ବହୁ ଚେଷ୍ଟା ପରେ ପିତାମାତା ଏକ ପୁଅ ଖୋଜି ପାଇଲେ ଏବଂ ସେହି ପୁଅ ବିବାହ ବିଷୟରେ କଥା ହୋଇଥିଲେ ।

ସେହି ପୁଅ ଜଣଙ୍କ ହେଉଛନ୍ତି ବଲିଉଡ଼ ସଙ୍ଗୀତଜ୍ଞ ସୁରେଶ ବାଡେକର । ସୁରେଶ ବଲିଉଡରେ କାମ କରିବା ସହ ଭଜନ ମଧ୍ୟ ଗାଉଥିଲେ ଏବଂ ମାଧୁରୀଙ୍କ ଠାରୁ ୧୦ ବର୍ଷ ବଡ଼ ଥିଲେ । ଏକ ୱେବସାଇଟ ଅନୁସାରେ ସୁରେଶ ସେହି ସମୟର ପ୍ରସିଦ୍ଧ ସଂଗୀତଙ୍ଗ ଥିଲେ ଏବଂ ଏହି ପ୍ରସ୍ତାବ ମାଧୁରୀଙ୍କ ପିତାମାତାଙ୍କୁ ପସନ୍ଦ ଥିଲା । ତେଣୁ ମଧୁରୀଙ୍କ ମାଆବାପ ପ୍ରସ୍ତାବଟି ସୁରେଶ ବାଡେକରଙ୍କ ଘରକୁ ପଠାଇଥିଲେ । କିନ୍ତୁ ସୁରେଶଙ୍କୁ ଏହି ବିବାହ ପ୍ରସ୍ତାବ ପସନ୍ଦ ନ ଥିଲା । ତେଣୁ ସେ ଏହି ବିବାହ ପ୍ରସ୍ତାବକୁ ଖଣ୍ଡନ କରି ଦେଇଥିଲେ । ସେହି ସମୟରେ ମାଧୁରୀ ଦେଖିବା ପାଇଁ ପତଳା ଥିବା କାରଣରୁ ସୁରେଶ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ । ଏହି ପ୍ରସ୍ତାବ ଭାଙ୍ଗିବା ପରେ ମଧୁରୀଙ୍କ ପିତାମାତା ଦୁଃଖ ପ୍ରକାଶ କରିଥିଲେ କିନ୍ତୁ ଏହି ଘଟଣା ପରେ ମଧୁରୀଙ୍କୁ ଚଳଚିତ୍ରରେ ଅଭିନୟ କରିବା ପାଇଁ ଘରଲୋକ ଅନୁମତି ଦେଇଥିଲେ ।

୧୬ ବର୍ଷ ବୟସରେ ପ୍ରଥମ ଚଳଚିତ୍ର କରିଥିଲେ :

ମାଧୁରୀ ୧୯୮୬ ମସିହାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । କିନ୍ତୁ ଏହାର ଚାରି ବର୍ଷ ପରେ ଆସିଥିବା “ତେଜାବ୍” ଚଳଚିତ୍ର ମାଧ୍ୟମରେ ଦର୍ଶକଙ୍କ ଚର୍ଚ୍ଚାକୁ ଆସିଥିଲେ । ପରେ ସେ “ରାମ ଲଖାନ”, “ପରିନ୍ଦା”, “ଦିଲ”, “ସାଜନ”, “ବେଟା”, “ଖଳନାୟକ”, “ହମ ଆପକେ ହେ କୋନ”, “ରାଜା”, “ଦିଲ ତୋ ପାଗଲ ହେ”, “ଦେବଦାସ” ପରି ଚଳଚିତ୍ରରେ କାମ କରିସାରିଛନ୍ତି । ଏହି ଚଳଚିତ୍ର ଗୁଡିକ ମାଧ୍ୟମରେ ନିଜର ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇଥିଲେ ମାଧୁରୀ ଦିକ୍ଷୀତ । ନିଜର ସୁନ୍ଦର ଅଭିନୟ, ଚାହାଣି, ସୁନ୍ଦରତା ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ । ନିକଟରେ ସେ “ଟୋଟାଲ ଧମାଲ” ନାମକ ଏକ ଚଳଚିତ୍ରରେ ଅଭିନୟ କରିଥିଲେ ଯେଉଁ ଚଳଚ୍ଚିତ୍ରଟି ୧୫୦ କୋଟି ଟଙ୍କା ଉପାର୍ଜନ କରିଛି । ତାଙ୍କର ଅନ୍ୟ ଏକ ଚଳଚିତ୍ର ଆସିଥିଲା “କଲଙ୍କ” ଯେଉଁଥିରେ ସେ ସଞ୍ଜୟ ଦତ୍ତଙ୍କ ସହ ବହୁ ବର୍ଷ ପରେ ଅଭିନୟ କରିଛନ୍ତି ।