ସୁନୀଲ ଶେଟ୍ଟୀଙ୍କ ଘରର ବୋହୁ ହେବେ ଏହି ଝିଅ ! ପୁଅ ଅହାନ ଶେଟ୍ଟୀ ପସନ୍ଦ କରିଲେ ଏହି ସୁନ୍ଦରୀ ଝିଅକୁ ।

Spread the love

ଏକ ସମୟରେ ସୁନୀଲ ଶେଟ୍ଟୀଙ୍କ ନାମ ସୁପରଷ୍ଟାରଙ୍କ ଲିଷ୍ଟରେ ସାମିଲ ହୋଇଥିଲା । ଲୋକଙ୍କ ପାଇଁ ସୁନୀଲ ଶେଟ୍ଟୀ ଆକ୍ସନ ହିରୋ ଭାବରେ ଅଧିକ ପ୍ରସିଦ୍ଧ ଥିଲେ । ଦେଖିବାକୁ ଜଣେ ସାଧାରଣ ଲୋକ ଭଳି ହୋଇ ମଧ୍ୟ ନିଜର ଲୋକପ୍ରିୟ ଅଭିନୟ ପାଇଁ ସମସ୍ତଙ୍କ ମନ କିଣି ନେଇଥିଲେ । ନକାରାତ୍ମକ ଅଭିନୟ ହଉ ବା ସକରାତ୍ମକ ଅଭିନୟ ହଉ ସୁନୀଲ ଶେଟ୍ଟୀ ନିଜର ଅଭିନୟର ଯାଦୁ ସବୁ ଅଭିନୟରେ କରି ଆସିଛନ୍ତି । ୨୦୦୧ରେ ଆସିଥିବା ଫିଲ୍ମ “ଧଡ଼କନ” ପାଇଁ ସୁନୀଲ ଶେଟ୍ଟୀଙ୍କୁ ଫିଲ୍ମ ଫେୟାରରେ ବେଷ୍ଟ ଖଳନାୟକର ସମ୍ମାନ ଦିଆଯାଇଛି । ନିଜ ଫିଲ୍ମ କ୍ୟାରିୟରରେ ସୁନୀଲ ଶେଟ୍ଟୀ ଏବେ ପର୍ଯ୍ୟନ୍ତ ୧୦୧ ଫିଲ୍ମରେ କାମ କରିସାରିଛନ୍ତି । ସୁନୀଲ ଶେଟ୍ଟୀଙ୍କ ଅଭିନୟ ବିଷୟରେ ତ ସମସ୍ତେ ଜାଣିଛନ୍ତି ମାତ୍ର କଣ କେହି ଜାଣିଛନ୍ତି ଯେ, ସୁନୀଲ ଶେଟ୍ଟୀଙ୍କର ଗୋଟିଏ ହ୍ୟାଣ୍ଡସମ ପୁଅ ଅଛି ବୋଲି ? ଆଜ୍ଞା ହଁ, ସୁନୀଲ ଶେଟ୍ଟୀଙ୍କର ଜଣେ ହ୍ୟାଣ୍ଡସମ ପୁଅ ଅଛି ଯାହାଙ୍କ ନାମ ଅହାନ ଶେଟ୍ଟୀ ।

ସୁନୀଲ ଶେଟ୍ଟୀଙ୍କ ଝିଅ ଅଥିୟା ଶେଟ୍ଟୀ ତ ବୋଲଉଡ଼ର ନିଜର ପ୍ରଥମ ଫିଲ୍ମ “ହିରୋ”ରେ ଡ୍ୟୁବେ କରିସାରିଛନ୍ତି । ମାତ୍ର ଅହନଙ୍କର ପ୍ରଥମ ପ୍ରବେଶ ଫିଲ୍ମ କରିବା ଏବେ ବାକି ଅଛି । ଅହାନଙ୍କ ଜନ୍ମ ମୁମ୍ବାଇରେ ୧୯୯୬ ମସିହାରେ ହୋଇଥିଲା । ଅହାନ ନିଜର ପାଠପଢା ମୁମ୍ବାଇର ଏକ ସ୍କୁଲ “ଆମେରିକାନ ସ୍କୁଲ ଅଫ୍ ବୋମ୍ବେ”ରେ କରିଥିଲେ ଏବଂ ଉଚ୍ଚ ସ୍ତରୀୟ ପାଠ ପଢ଼ା ପାଇଁ ୟୁଏସଏ ମହାବିଦ୍ୟାଳୟରେ ଭର୍ତ୍ତି ହୋଇଥିଲେ । ଅହାନ ଅଭିନୟ ଏବଂ ଫିଲ୍ମ ତିଆରି ପାଇଁ କୋର୍ସ ମଧ୍ୟ କରି ସାରିଛନ୍ତି ଏବଂ ଖୁବ ଶୀଘ୍ର ଦକ୍ଷିଣ ଭାରତର ସୁପରହିଟ୍ ଫିଲ୍ମ “ଆର.ଏକ୍ସ.100″ର ହିନ୍ଦୀ ସିକ୍ଵଲରୁ ବୋଲଉଡ଼ ଜଗତକୁ ପ୍ରବେଶ କରିବେ ।

ଏହି ଝିଅ ହୋଇପାରିବେ ଶେଟ୍ଟୀ ପରିବାରର ବୋହୁ :-

ମାତ୍ର ଆଜିକା ଦିନରେ ଅହାନ ନିଜ ଫିଲ୍ମ ଠାରୁ ଅଧିକ ନିଜର ଗାର୍ଲଫ୍ରେଣ୍ଡ ପାଇଁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି । ଖବର ଅନୁସାରେ ଆଜିକାଲି ଅହାନ ଶେଟ୍ଟୀ ତାନିୟା ଶ୍ରୋଫଙ୍କୁ ଡେଟ କରୁଛନ୍ତି । ରିପୋଟରର୍ସଙ୍କ ଅନୁସାରେ ବହୁତ ଦିନ ହେଲା ଏମାନେ ରିଲେସନରେ ରହିଆସୁଥିଲେ ଏବଂ ବର୍ତ୍ତମାନ ସେହି ରିଲେସନକୁ କିଛି ନାମ ଦେବାକୁ ଯାଉଛନ୍ତି । ଆମେ ଭାବୁଛୁ କି ବୋଧହୁଏ ଅହାନ ଶେଟ୍ଟୀ ତାନିୟାଙ୍କୁ ଶେଟ୍ଟୀ ପରିବାରର ବୋହୁ କରିବାକୁ ଭାବି ସାରିଛନ୍ତି ଏବଂ ଶେଟ୍ଟୀ ପରିବାରକୁ ମଧ୍ୟ ତାନିୟା ବହୁତ ପସନ୍ଦ ଆସିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଅହାନଙ୍କ ଗାର୍ଲଫ୍ରେଣ୍ଡ ତାନିୟାଙ୍କର କିଛି ସୁନ୍ଦର ଫୋଟୋ ରଖିଛୁ; ଯାହାକୁ ଦେଖି ଆପଣ ସତରେ ଭାବିବେ ଯେ, ପ୍ରକୃତରେ ଅହନଙ୍କ ପସନ୍ଦ ବହୁତ ଭଲ ।

ଆଥିୟାଙ୍କ ସାଙ୍ଗ ତାନିୟା :-

ତାନିୟା ଦେଖିବାକୁ ବୋଲଉଡ଼ ହିରୋଇନ ଠାରୁ କମ୍ ନୁହଁନ୍ତି । ଏହି କଥା ସାତ ଯେ, ସେ ବୋଲଉଡ଼ ଇଣ୍ଡଷ୍ଟ୍ରି ସହ ଜଡିତ ନୁହଁନ୍ତି ମାତ୍ର ତାଙ୍କୁ ଦେଖି ଲକ୍ଷ ଲକ୍ଷ ଲୋକ ତାଙ୍କର ଫ୍ୟାନ ହୋଇଗଲେଣି । ଗ୍ଲେମର ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରହି ମଧ୍ୟ ତାନିୟା ନିଜକୁ ଠିକଠାକ ରଖନ୍ତି । ତାନିୟା ଅହାନଙ୍କ ଭଉଣୀ ଅଥିୟା ଶେଟ୍ଟୀଙ୍କର ବହୁତ ଭଲ ସାଙ୍ଗ । ସୋସିଆଲ ମେଡିଆରେ ତାନିୟା ଏବଂ ଅହାନଙ୍କର କିଛି ଫୋଟୋ ଭାଇରଲ ହୋଇଛି, ଯେଉଁଥିରେ ଦୁଇ ଜଣଙ୍କ ଭିତରେ ଥିବା ଘନିଷ୍ଠତା ଭଲ ଭାବରେ ଜଣା ପଡୁଛି ।

ଦେଖନ୍ତୁ ତାନିୟା ଶ୍ରୋଫ ଙ୍କର କିଛି ସୁନ୍ଦର ଫୋଟୋ :-

ଆଶା କରୁଛୁ ଆପଣଙ୍କୁ ଏହି ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥିବା । ଯଦି ପସନ୍ଦ ଆସେ ତେବେ ଗୋଟିଏ Like କରନ୍ତୁ । ଧନ୍ୟବାଦ !

ସୌଜନ୍ୟ : https://www.newstrend.news