ଏହି ଗରିବ ଝିଅଟି ବର୍ତ୍ତମାନ ଜଣେ ପୋଲିସ ଅଫିସର ହୋଇଯାଇଛନ୍ତି । ଏହି ଝିଅଟିର ବାପା ରେଳ ଷ୍ଟେସନ ରେ ଝାଡୁ ମାରୁଥିଲେ ।

Spread the love

ସଫାଇ କର୍ମଚାରୀଙ୍କ ଝିଅ ପୋଲିସ ଅଫିସର ହୋଇଯାଇଛନ୍ତି,ଏହାକୁ ନେଇ ସମସ୍ତେ ଖୁସି ଅଛନ୍ତି କିନ୍ତୁ ଝିଅ ଅଧିକା ପଢି ବଡ ପଦବୀରେ ରହିବାକୁ ଚାହୁଁଛନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଶ୍ଳୋକରେ କହିଛନ୍ତି; ଅଙ୍ଗରର ମଧ୍ୟ ଅଟେ ଶକ୍ତି ଅଛି ଯେ, ସମୟ ଆସିଲେ ଅଙ୍ଗାର ମଧ୍ୟ ହୀରା ହୋଇପାରିବ । ଠିକ ସେହିପରି ଭାଗ୍ୟ ଏପରି ଏକ ଜିନିଷ ଯାହା, କେତେବେଳେ ମଧ୍ୟ ବଦଳି ଯାଇପାରେ କିଛି କହିହେବା ନହିଁ । ଭାଗ୍ୟ ବଳରେ ରାସ୍ତାର ଭିକାରୀ ମଧ୍ୟ ଦେଶର ରାଜା ହୋଇପାରିବ ଏବୋମ ରାଜା ମଧ୍ୟ ରାସ୍ତାର ଭିକାରି ହୋଇଯାଇଥାଏ । ଲୋକେ ପରିଶ୍ରମ କରନ୍ତି କିନ୍ତୁ ଭାଗ୍ୟ ହିଁ ଲୋକଙ୍କୁ ବଡ କରାଇଥାଏ । ଭାଗ୍ୟ କେତେବେଳେ ଆମକୁ ଗରିବ କରାଇଥାଏ ତ କେତେବେଳେ ଧନୀ କରାଇ ଦେଇଥାଏ । ଦୁନିଆରେ କିଛି ଲୋକ ଅଛନ୍ତି; ଯିଏ ନିଜ ଅବସ୍ଥାକୁ ଠିକ କରି ସାରିଛନ୍ତି ତ କିଛି ଲୋକ ଅଛନ୍ତି ଖୁବ ପରିଶ୍ରମ କରି ଚାଲିଛନ୍ତି ନିଜ ଅବସ୍ଥାକୁ ସୁଧାରିବା ପାଇଁ ଚେଷ୍ଟା କରି ଚାଲିଛନ୍ତି । ବିହାରର ଜଣେ ଝିଅ ଦିନରାତି କଠିନ ପରିଶ୍ରମ କରି ନିଜକୁ ଏପରି କରି ପାରିଛନ୍ତି; ଯାହା ଫଳରେ ସେହି ଝିଅଙ୍କ ପିତାଙ୍କୁ ଲୋକେ ସଫେଇ କର୍ମଚାରୀ ନ ଡାକି ପୋଲିସ ଅଫିସରଙ୍କ ବାପା ବୋଲି ଡାକୁଛନ୍ତି । ଅତୀତରେ ଗରିବ ଥିବା ଏହି ଝିଅଟି ବର୍ତ୍ତମାନ ଏକ ପୋଲିସ ଅଫିସର ହୋଇସାରିଛନ୍ତି । ଏହି ଝିଅଙ୍କର ସଫଳତାର ଶ୍ରେୟ ନିଜ କଠିନ ପରିଶ୍ରମ ଅଟେ ।

ଅତୀତରେ ଗରିବ ସଫେଇ କର୍ମଚାରିଙ୍କ ଝିଅ ଥିଲେ, ବର୍ତ୍ତମାନ ପୋଲିସ ଅଫିସର ହୋଇଯାଇଛନ୍ତି :

ବିହାରର ପୂର୍ଣ୍ଣିୟା ଜିଲ୍ଲାର ସଫାଇ କର୍ମଚାରୀ ସୁବୋଧ ମେହେଟା ଓ ତାଙ୍କ ପରିବାର ଆଜିକାଲି ଖୁବ ଚର୍ଚ୍ଚାରେ ଅଛି । କଥାଟି ଏହା ଯେ, ସୁବୋଧଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି । କାରଣ ଖୁସ୍କିବଗ୍ ରେଲୱେ କଲୋନୀରେ ରହୁଥିବା ସୁବୋଧ ମେହେତାଙ୍କ ଝିଅ ପୁଷ୍ପ ମେହେତା ପୋଲିସ ଅଫିସର ହୋଇ ଯାଇଛନ୍ତି । ପୁଷ୍ପା ପୋଲିସ ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ୍ ହୋଇଛନ୍ତି । ପୁଷ୍ପଙ୍କ ପିତା ସୁବୋଧ ମେହେତା ପୂର୍ଣ୍ଣିୟା ଜଂକ୍-ସନ୍ ରେ ସଫାଇ କର୍ମଚାରୀ ରୂପରେ କାର୍ଯ୍ୟରତ ଓ ମାଆ ଘର ଚଳାନ୍ତି ।

ପୁଷ୍ପା ନିଜ ସଫଳତାର କାହାଣୀ କହିବା ସମୟରେ କହିଛନ୍ତି ଯେ, ଆମ ଘରର ଆର୍ଥିକ ପରିସ୍ଥିତି ସ୍ଵଛଳ ନ ଥିଲା । ତେଣୁ ଘରଲୋକ ମୋତେ ଅଧିକ ପାଠ ପଢ଼ାଇ ପାରିନଥିଲେ । କିନ୍ତୁ ନିଜର କଠିନ ପରିଶ୍ରମ ଫଳରେ, ଏହି ସଫଳତା ପାଇଛନ୍ତି । ନିଜ ସଫଳତା ପରେ ମିଡ଼ିଆକୁ ପୁଷ୍ପା କହିଛନ୍ତି ଯେ, ମୋ ପିତା ଜଣେ ସଫାଇ କର୍ମଚାରୀ ଥାଇ ମଧ୍ୟ ଅଳ୍ପ ଦରମାରେ ମୋତେ ସର୍ବଦା ଉତ୍ସାହିତ କରି ଆସିଛନ୍ତି । ବର୍ତମାନ ମୁଁ ବିପିଏସସି ପରୀକ୍ଷାରେ ସଫଳତା ପାଇବା ପାଇଁ ଯୋଜନା କରୁଛି ।

ପୁଷ୍ପାଙ୍କ ମା ଗୀତାଦେବୀ କହିଛନ୍ତି, ନିଜ ପୁଅ ଓ ଝିଅଙ୍କୁ ଏକ ଭଳି ବ୍ୟବହାର କରିଛୁ ଓ ମୋ ଗେଲ୍ଲା ଝିଅ ଆମ ନାମକୁ ପ୍ରସିଦ୍ଧ କରିବାରୁ ଆମେ ବହୁତ ଖୁସି ଅଛୁ । ୨୦୦୯ ମସିହାରେ ପୁଷ୍ପା ଦଶମ ପାସ୍ କରିଥିଲେ ଓ ୨୦୧୫ ରେ ନ୍ୟାସନାଲ୍ ଡିଗ୍ରୀ କଲେଜରୁ ନିଜ ଡିଗ୍ରୀ ପାସ୍ କରିଛନ୍ତି । ଏହା ପରେ ହିଁ ପୁଷ୍ପା ପୋଲିସ୍ ପରୀକ୍ଷା ପାଇଁ ଚେଷ୍ଟା ଚଳାଇଥିଲେ ଓ ସଫଳତା ମଧ୍ୟ ପାଇଥିଲେ । ନା କେବଳ ସୁବୋଧ ମେହତା ଖୁସି ଅଛନ୍ତି, ତାଙ୍କ ସହ କାର୍ଯ୍ୟ କରୁଥିବା ଅନ୍ୟ ସଫେଇ କର୍ମଚାରୀ ମଧ୍ୟ ଖୁସି ଅଛନ୍ତି । ସୁବୋଧ ମେହେତା ମିଠା ବାଣ୍ଟି ନିଜ ଖୁସି ଜାହିର କରିଛନ୍ତି ।