ଐଶ୍ୱର୍ଯ୍ୟା ରାୟଙ୍କ ପରି ଦେଖାଯାନ୍ତି ଏହି ଝିଅ ଜଣଙ୍କ, ଦେଖିବା ପରେ ପତି ଅଭିଷେକ ବଚ୍ଚନ ମଧ୍ୟ ଧୋକ୍କା ଖାଇ ଯାଇଥିଲେ ।

Spread the love

୨୯ ବର୍ଷୀୟ ମହଲାଘା ଜବେରୀ ଜଣେ ଇରାନୀ ମଡେଲ୍ ଯିଏ ଐଶ୍ୱର୍ଯ୍ୟାଙ୍କ ପରି ଦେଖାଯାନ୍ତି ।

ଦୁନିଆରେ ଆପଣଙ୍କୁ ବହୁତ ଲୋକ ମିଳିଯିବେ, ଯାହାଙ୍କ ଚେହେରା ଅନ୍ୟଙ୍କ ସହ ମିଶିଥାଏ । ଆପଣ ମଧ୍ୟ ଏହିପରି ଲୋକଙ୍କୁ ଦେଖିଥିବେ ଯାହାଙ୍କ ଚେହେରା ଆପଣଙ୍କ କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହ ମିଶୁଥିବ । ବିଜ୍ଞାନ ମଧ୍ୟ ଏହା କହିଛି; ଦୁନିଆରେ ଏକାପରି ଦେଖାଯାଉଥିବା ଅନେକ ଲୋକ ଅଛନ୍ତି । ଯଦି ଆପଣଙ୍କୁ ଏହି କଥାରେ ବିଶ୍ୱାସ ନାହିଁ, ତେବେ ଆଜି ଆମେ ଆପଣଙ୍କୁ ଏକ ଫୋଟ ଦେଖାଇବୁ ଯାହାକୁ ଦେଖିବା ପରେ ଆପଣଙ୍କୁ ଏହି କଥାରେ ବିଶ୍ୱାସ ହୋଇଯିବ । ଐଶ୍ୱର୍ଯ୍ୟା ରାୟଙ୍କୁ ଅନେକ ଲୋକ ଜାଣିଥିବେ । ଐଶ୍ୱର୍ଯ୍ୟା ରାୟଙ୍କ ପରି ଦେଖା ଯାଉଥିବା ଅଭିନେତ୍ରୀ ସ୍ନେହା ଉଲ୍ଲାଲଙ୍କୁ ସଲମାନ ଖାନ୍ “ଲକ୍ଜି” ଚଳଚ୍ଚିତ୍ରରେ ବ୍ରେକ୍ ଦେଇଥିଲେ । ସ୍ନେହାଙ୍କ କିଛି ଗୁଣ ଐଶ୍ୱର୍ଯ୍ୟା ରାୟଙ୍କ ସହ ମିଶୁଥିଲା କିନ୍ତୁ ପୁରାପୁରି ନୁହେଁ । କିନ୍ତୁ ଆଜି ଏହି ମଡେଲଙ୍କ ଫୋଟ ଦେଖିବା ପରେ ଆପଣ ମଧ୍ୟରେ ଐଶ୍ୱର୍ଯ୍ୟା ଓ ଏହି ମଡେଲ ମଧ୍ୟରେ କୌଣସି ଫରକ୍ ଖୋଜି ପାଇବେ ନାହିଁ । ଏହି ମଡେଲ ପୁରାପୁରି ଐଶ୍ୱର୍ଯ୍ୟା ରାୟଙ୍କ ପରି ଦେଖା ଯାଆନ୍ତି । ୨୮ ବର୍ଷୀୟ ମଡେଲ ମହଲାଘା ଏତେ ସୁନ୍ଦର ଅଟନ୍ତି; ଲୋକେ ତାଙ୍କର ତୁଳନା ଐଶ୍ୱର୍ଯ୍ୟା ରାୟଙ୍କ ସହ କରିଛନ୍ତି । କିଛି ଲୋକ ଏହି ମଡେଲଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କ ଯାଆଁଳା ଭଉଣୀ ବୋଲି କହିଛନ୍ତି ।

ମହଲାଘା ଜବେରୀ କିଏ ?

କହିବା ପାଇଁ ଚାହୁଁଛୁ, ମହଲାଘା ଜବେରୀ ଇରାନରେ ଜନ୍ମିତ ଜଣେ ମଡେଲ୍ ଅଟନ୍ତି । ମହଲାଘା ଜବେରୀଙ୍କ ଜନ୍ମ ୧୭ ଜୁନ୍ ୧୯୮୯ରେ ଇରାନର ଇସ୍ଫହାନ ସହରରେ ହୋଇଥିଲା । ସେ ସୋସିଆଲ ମିଡିଆରେ ବହୁ ସକ୍ରିୟ ଅଟନ୍ତି ଏବଂ ତାଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ୨୩ ଲକ୍ଷ ମିଲିୟନ ଫଲଅର୍ସ ରହିଛନ୍ତି । ନିଜର ମଡେଲିଙ୍ଗ କ୍ୟାରିଆର ଯୋଗୁଁ ତାଙ୍କୁ ଇରାନ୍ ଛାଡି ଆମେରିକାର ସୈନ୍ ଡିଏଗୋ ସହରକୁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ପଡିଥିଲା । ୫ ଫୁଟ ୮ ଇଞ୍ଚର ଏହି ମଡେଲ୍ ଫ୍ୟାସନ୍ ଡିଜାଇନିଙ୍ଗ ମାନଙ୍କ ପ୍ରଥମ ପସନ୍ଦ ହୋଇ ଯାଇଛନ୍ତି । ମହଲାଘା ଜବେରୀ ବାଲ୍ଟର୍ ମେଣ୍ଡେଜ ଏବଂ ହୋଲି କ୍ଲୋଦିଙ୍ଗ ପାଇଁ ମଡେଲିଙ୍ଗ କରିଛନ୍ତି ।

ଏହି ଜିନିଷ ଗୁଡିକ ପସନ୍ଦ କରୁଛନ୍ତି ମହଲାଘା ଜବେରୀ :

ମହଲାଘାଙ୍କୁ ମଡେଲିଙ୍ଗ ଅପେକ୍ଷା ଘୋଡା ଚଢିବା ପସନ୍ଦ କରନ୍ତି । ଏହା ବ୍ୟତୀତ ତାଙ୍କୁ ଫିଲ୍ମ ଦେଖିବା ବହୁତ ପସନ୍ଦ ଲାଗେ । ତାଙ୍କୁ ଇଂରାଜୀ ରୋମାନ୍ସ ଏବଂ ସାଇନ୍ସ ଫିକ୍ସନ୍ ଫିଲ୍ମ ଦେଖିବାକୁ ମଧ୍ୟ ଭାରି ପସନ୍ଦ ।

ଏହି କାରଣ ପାଇଁ ସାଉଁଟି ଥିଲେ ଚର୍ଚ୍ଚା :

ସୋସିଆଲ ମିଡ଼ିଆ ସାଇଟ୍ ଟୁଇଟରରେ ମହଲାଘା ଜବେରୀ ୨୦୦୯ରେ ଆସିଥିଲେ ଏବଂ ତାପରେ ରାଜନୈତିକ ବୟାନବାଜି ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିଲେ । ଥରେ ସେ ଟୁଇଟରେ ଲେଖୁଥିଲେ ଯଦି ଇରାନରେ, ଇରାନ ସରକାରଙ୍କୁ ଲୋକଙ୍କ ଭୋଟରେ ଫରକ୍ ପଡେ; ତେବେ ସରକାର କାହାକୁ ମଧ୍ୟ ଭୋଟ ଦେବାର ସୁଯୋଗ ଦିଅନ୍ତି ନାହିଁ । ଏହି ଟୁଇଟ୍ ପରେ ସେ ଚର୍ଚ୍ଚାରେ ରହିଥିଲେ । ଆପଣ ମଧ୍ୟ ଦେଖନ୍ତୁ ଏହି ସୁନ୍ଦର ମଡେଲଙ୍କ ଫୋଟଚିତ୍ର ।