ଲକ୍ଷଥରେ ଦେଖି ସାରିଲେଣି ଏହି ଭିଡିଓ, କରିନା କାପୁରଙ୍କ ଗୀତରେ ଉଗ୍ର ଭାବେ ନାଚିଲେ ଝିଅଟି । ଦେଖନ୍ତୁ ଭିଡିଓଟି…

Spread the love

୧୧ ବର୍ଷ ପୂର୍ବେ ୨୦୦୮ରେ ଅକ୍ଷୟ କୁମାର, ସୈଫ ଅଲ୍ଲି ଖାନ ଓ କରିନା କାପୁରଙ୍କ ଏକ ଚଳଚ୍ଚିତ୍ର ‘ଟଶନ’ ଆସିଥିଲା, ଯହିଁରେ ଏକ ଗୀତ ଥିଲା ‘ଛଲିଆ ଛଲିଆ’ ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଖାସ କଥା ହେଉଛି ଏହା ଯେ, ଆଜି ମଧ୍ୟ କରିନା କାପୁରଙ୍କ ଏହି ଗୀତଟି ଇଣ୍ଟରନେଟରେ ହିଟ ରହିଛି ଏବଂ ଏତିକି ହିଁ ନାହିଁ ଏହି ଗୀତର ଅଗ୍ରାହ ଯୁବପିଢି ମାନଙ୍କ ପାଖରେ ଏତେ ମାତ୍ରରେ ଥିଲା ଯେ, ଅନେକ ଜଣ ତ ଏହି ଗୀତର ଡାନ୍ସର ପାଦକୁ ଅନୁସରଣ କରି ନିଜର ଡାନ୍ସର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଦେଇଛନ୍ତି ।

୬ ଲକ୍ଷରୁ ଅଧିକ ଥର ଭିଡିଓଟିକୁ ଦେଖା ହୋଇସାରିଲାଣି :

ବର୍ତ୍ତମାନ ଆଜିକା ସମୟରେ ଇଣ୍ଟରନେଟରେ ଗୋଟିଏ ଭିଡ଼ିଓ ଖୁବ ଦ୍ରୁତ ବେଗରେ ଭାଇରଲ ହେବାରେ ଲାଗିଛି ଏବଂ ଯେଉଁଥିରେ ଗୋଟେ ଝିଅ କରିନା କାପୁରଙ୍କ ଏହି ଗୀତରେ ଡାନ୍ସ କରୁଥିବାର ଦେଖାଯାଉଛି । ଏହି ଭିଡିଓରେ ଡାନ୍ସ କରୁଥିବା ଝିଅଟିର ନାମ ହେଉଛି ଅମୃତା ଫଡନିସ, ଯିଏ କି କିଛି ଦିନ ହେବ ବଲିଉଡ ଗୀତରେ ନୃତ୍ୟ କରି ନିଜର ଭିଡିଓକୁ ୟୁଟ୍ୟୁବରେ ଛାଡ଼ୁଛନ୍ତି । ଗତବର୍ଷ ଅକ୍ଟୋବରରେ ୟୁଟ୍ୟୁବରେ ଅମୃତା ଫଡନିସଙ୍କ ଦ୍ୱାରା ଅପଲୋଡ଼ କରାଯାଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬,୬୯,୫୪୦ ଦର୍ଶକ ଦେଖା ସାରିଲେଣି ।

ଆପଣଙ୍କୁ ଆମେ ଏହି ବିଷୟରେ ମଧ୍ୟ ଅବଗତ କରାଇଦେଉଛୁ ଯେ, ଭିଡିଓଟିକୁ ୧୦,୦୦୦ ଲୋକ ପସନ୍ଦ ମଧ୍ୟ କରିସାରିଲେଣି ଏବଂ ୮୦୦ ରୁ ଅଧିକ ମତାମତ ମଧ୍ୟ ଏହି ଭିଡିଓଟିକୁ ମିଳିଛି ଏବଂ ଏହି ଭିଡ଼ିଓଟି ଅପଲୋଡ଼ କରି ୮ ମାସରୁ ଅଧିକ ହୋଇଗଲାଣି କିନ୍ତୁ ଆଜି ମଧ୍ୟ ଲୋକେ ଏହା ଉପରେ ମତାମତ ଦେଉଥିବାର ନଜର ଆସୁଛି । ତେବେ ଆପଣ ମଧ୍ୟ ଦେଖନ୍ତୁ ଏହି ତୀବ୍ର ଡାନ୍ସ ଭିଡ଼ିଓଟିକୁ……