କାଛୁକୁଣ୍ଡିଆ ଓ ଏକଜେମା (Eczema)କୁ ସମୂଳେ ନଷ୍ଟ କରିଦେବ ଏହି ଫୁଲ !! କେବଳ ବ୍ୟବହାର କରିବାର ସଠିକ୍ ଉପାୟ ଜାଣିଥିବା ଦରକାର…

Spread the love

ବିଶେଷ କରି ବର୍ଷ ଦିନେ ଯାଦୁ, କୁଣ୍ଡିଆ ଭଳି କେତେକ ସମସ୍ୟା ଆମ୍ଭମାନଙ୍କ ଶରୀରରେ ଦେଖାଦେଇଥାଏ । ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଯାଦୁ, କୁଣ୍ଡିଆ ଭଳି ସମସ୍ୟାରେ ଅନେକ ଥର ପୀଡିତ ହୋଇଥିବା । ଏହିଭଳି କୁଣ୍ଡିଆ ରୋଗ ତ୍ୱଚା ଜନିତ ରୋଗ ହୋଇଥାଏ । ଯଦି ସମୟ ଥାଉଥାଉ ଏହାର ଅପଚାର ନ କରାଯାଏ; ତେବେ ଏହା ସଂପୂର୍ଣ୍ଣ ଶରୀରରେ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେବେ ଆସନ୍ତୁ ଆଜିର ଏହି ଅନୁଛେଦରେ ଆମେ ଜାଣିବା ଯାଦୁ କିମ୍ବା କୁଣ୍ଡିଆ ଭଳି ରୋଗରୁ ଆମେ ଘରୋଇ ଉପଚାର ଦ୍ଵାରା କିପରି ମୁକ୍ତ ପାଇପାରିବା ।

ଅଧିକାଂଶ ଲୋକମାନେ ଏହି ଚର୍ମ ରୋଗ ଠାରୁ ମୁକ୍ତି ପାଇବା ପାଇଁ ଭିନ୍ନଭିନ୍ନ ଘରୋଇ ଉପଚାର ଅଥବା ଔଷଧ ଓ ମଲମ ବ୍ୟବହାର କରିଥାନ୍ତି ତଥାପି ଏହି ଚର୍ମ ରୋଗ ଠାରୁ ସମ୍ପୂର୍ଣ୍ଣ ତ୍ରାହି ପାଇପାରି ନଥାନ୍ତି । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏଭଳି ଗୋଟିଏ ଉପାୟ କହିବାକୁ ଯାଉଛୁ, ଯାହାକି ଆପଣଙ୍କ ଚର୍ମ ରୋଗକୁ ସଂପୂର୍ଣ୍ଣ ଭଲ କରିଦେବ ବିନା କୌଣସି ପାର୍ଶ୍ୱ ପ୍ରତିକ୍ରିୟାରେ ।

ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ; ସେଥିପାଇଁ ଗେଣ୍ଡୁ ଫୁଲ ଆବଶ୍ୟକ । ଗେଣ୍ଡୁ ଫୁଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟିଫଙ୍ଗଲ୍ ଗୁଣ ରହିଛି । ଯାହାକି ଚର୍ମରେ ହେଉଥିବା କୁଣ୍ଡିଆ, ଯାଦୁ ଆଦିକୁ ସମ୍ପୁର୍ଣ ରୂପେ ଠିକ୍ କରିବାରେ ସମର୍ଥ ହୋଇଥାଏ ଏବଂ ପୁରୁଣାରୁ ଅତି ପୁରୁଣା ଯାଦୁ, କୁଣ୍ଡିଆ, ଏକଜେମା (Eczema)କୁ ସମୂଳେ ନଷ୍ଟ କରିଦେଇଥାଏ ।

କିପରି ବ୍ୟବହାର କରିବା :

ଗେଣ୍ଡୁ ଫୁଲ ଜନିତ ଏହି ଉପାୟକୁ ବ୍ୟବହାର କରିବା ପାଇଁ ପ୍ରଥମେ ଗେଣ୍ଡୁ ଫୁଲ ଓ ଅଳ୍ପ ପାଣି ନିଅନ୍ତୁ । ଗେଣ୍ଡୁ ଫୁଲ ଓ ଅଳ୍ପ ପାଣିକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଶରୀରର ଯେଉଁଠାରେ ଯାଦୁ, କୁଣ୍ଡିଆ ହୋଇଛି ତାହା ଉପରେ ଲଗାନ୍ତୁ । ଏହା ଭଲ ରୁପେ ଶୁଖିବା ପାଇଁ ୩ ରୁ ୪ ଘଣ୍ଟା ସେହିଭଳି ଛାଡ଼ି ଦିଅନ୍ତୁ ଓ ଏହାପରେ ଥଣ୍ଡା ପାଣି ଦ୍ୱାରା ଧୋଇ ଦିଅନ୍ତୁ । ଏହିଭଳି କିଛି ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ଯାଦୁ, କୁଣ୍ଡିଆ ଆଦି ସମ୍ପୂର୍ଣ ରୂପେ ଠିକ୍ ହୋଇ ଯାଇଥାଏ ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ଯଦି ପସନ୍ଦ ଆସେ ତେବେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ ନିଜ Comment ଜରିଆରେ ପ୍ରଦାନ କରନ୍ତୁ ।