ସମସ୍ତ ଦକ୍ଷିଣ ଭାରତୀୟ ଫିଲ୍ମରେ ଏହି ଲୋକପ୍ରିୟ ହାସ୍ୟକାର ଦେଖାଯାଆନ୍ତି ! ପୁତ୍ର ମଧ୍ୟ ଟଲିଉଡ଼ର ସୁପରଷ୍ଟାର ଅଟେ । ଦେଖନ୍ତୁ….

Spread the love

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ହାସ୍ୟକାର ସବୁଠାରୁ ଅଧିକ ଫିଲ୍ମରେ କାମ କରିଥିବା ବ୍ରହ୍ମାନଦମଙ୍କ ନାମକୁ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ଲେଖାଯାଇଛି । ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ହାସ୍ୟକାର ବ୍ରହ୍ମାନନ୍ଦଙ୍କୁ ଟଲିଉଡ଼ର ହାସ୍ୟକାର ସମ୍ରାଟ ବୋଲି କୁହାଯାଏ । ବ୍ରହ୍ମାନନ୍ଦ ଫିଲ୍ମ ଦୁନିଆର ସେହି ତାରକା, ଯିଏକି ନିଜର କ୍ୟାରିୟରର ଆରମ୍ଭ ଏକ ଛୋଟ ଭୂମିକାରୁ କରିଥିଲେ ଏବଂ ଆଜି ସବୁଠାରୁ ବଡ଼ ତାରକା ହୋଇ ପାରିଛନ୍ତି । ଆନ୍ଧ୍ରପ୍ରଦେଶର ସାଟେନାପଲ୍ଲୀ ଜିଲ୍ଲାର ମୁପଲ୍ଲା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବ୍ରହ୍ମାନନ୍ଦଙ୍କ ପରିବାରରେ ଆର୍ଥିକ ସ୍ଥିତି କିଛି ଭଲ ନଥିଲା । ଆପଣମାନେ ଜାଣିଛନ୍ତି ଯେ, ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ହାସ୍ୟକାର ବ୍ରହ୍ମାନନ୍ଦଙ୍କ ପୁତ୍ର ମଧ୍ୟ ଦକ୍ଷିଣ ଭାରତୀୟ ଫିଲ୍ମର ସୁପର ଷ୍ଟାର ଅଟନ୍ତି ।

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ହାସ୍ୟକାର ବ୍ରହ୍ମାନଦମ :

ତେଲୁଗୁ ଫିଲ୍ମର ନିର୍ଦ୍ଦେଶକ ଯନ୍ଧ୍ୟୟାଲା ବ୍ରହ୍ମାନନ୍ଦଙ୍କୁ ‘ମଧ୍ୟାବାଇ’ ନାମକ ଏକ ନାଟକରେ ଅଭିନୟ କରୁଥିବାର ଦେଖିଥିଲେ ଏବଂ ତାଙ୍କ ଅଭିନୟରେ ସେ ଏତେ ଖୁସି ହୋଇ ଯାଇଥିଲେ ଯେ, ସେ ବ୍ରହ୍ମାନନ୍ଦଙ୍କୁ ‘ଚିନ୍ତାବାବାଇ’ ନାମକ ଫିଲ୍ମରେ ଏକ ଛୋଟ ଭୂମିକା ଦେଇଥିଲେ । ଏହା ତାଙ୍କର ଡେବ୍ୟୁ ଫିଲ୍ମ ଥିଲା । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି, ବ୍ରହ୍ମାନନ୍ଦ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ଏବଂ ତାଙ୍କ ନାମକୁ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ଲେଖା ହୋଇଛି । ୬୦ବର୍ଷୀୟ ବ୍ରହ୍ମାନନ୍ଦଙ୍କୁ ଖାଲି ସମୟରେ ପଢିବା ପସନ୍ଦ ଅଟେ । ତାଙ୍କର ପସନ୍ଦ ଆଧ୍ୟାତ୍ମିକ ଉପରେ ଲିଖିତ ଥିବା ପୁସ୍ତକ ଅଟେ ।

ସାଧାରଣତଃ ଫିଲ୍ମ ଦୁନିଆରେ ମୁଖ୍ୟ ଭୂମିକାକୁ ଯେତିକି ପରିଚୟ ମିଳିଥାଏ, ସେତିକି ଏକ ହାସ୍ୟକାରକୁ ମିଳି ନ ଥାଏ । କିନ୍ତୁ, ବ୍ରହ୍ମାନନ୍ଦ ପ୍ରମାଣ କରିଦେଲେ ଯେ, ସେ ଏକ ହାସ୍ୟକାର ହେବା ସତ୍ତ୍ୱେ ସୁପରଷ୍ଟାର ଅଟନ୍ତି ଏବଂ ତାଙ୍କ ପାଖରେ ବଡ଼ ବଡ଼ ଫିଲ୍ମର ଏକ ଲମ୍ବା ତାଲିକା ଅଛି । ଯେଉଁଥିରେ ବଡ଼ ବଡ଼ କଳାକାରମାନେ କାମ କରିବାର ସ୍ଵପ୍ନ ଦେଖିଥାନ୍ତି । ୧୦୦୦ରୁ ଅଧିକ ଫିଲ୍ମରେ କାମ କରିଥିବା ବ୍ରହ୍ମାନନ୍ଦ ଦକ୍ଷିଣ ଭାରତର ପ୍ରାୟତଃ ଫିଲ୍ମରେ ଦେଖାଯାନ୍ତି । କୁହାଯାଏ ଯେ, ତାଙ୍କ ବିନା କୌଣସି ଦକ୍ଷିଣ ଭାରତୀୟ ଫିଲ୍ମ ସମ୍ପୂର୍ଣ୍ଣ ହୁଏ ନାହିଁ ।

ଦକ୍ଷିଣର ଲୋକପ୍ରିୟ ହାସ୍ୟକାର ବ୍ରହ୍ମାନନ୍ଦଙ୍କ ପୁତ୍ର ଏହି ସୁପରଷ୍ଟାର ଅଟନ୍ତି :

ଦକ୍ଷିଣର ଲୋକପ୍ରିୟ ହାସ୍ୟକାର ବ୍ରହ୍ମାନଦମଙ୍କ ପୁତ୍ର ନିଜ ପିତାଙ୍କ ଦେଖାଇ ଥିବା ମାର୍ଗରେ ଚାଲି ନାମ ସୁବିଖ୍ୟାତ ହୋଇ ପାରିଛନ୍ତି । ତାଙ୍କର ଦୁଇଟି ପୁତ୍ର ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଭାରତର ଅନେକ ଫିଲ୍ମରେ କାମ କରି ସାରିଛି । ଦକ୍ଷିଣର ଲୋକପ୍ରିୟ ହାସ୍ୟକାର ବ୍ରହ୍ମାନନ୍ଦଙ୍କ ପୁତ୍ର ଏତେ ଲୋକପ୍ରିୟ ହୋଇଗଲେଣି ଯେ, ମାଲାୟଲ ଫିଲ୍ମରେ ସାଇନ କରିବା ପାଇଁ ପ୍ରଯୋଜକ ତାଙ୍କର ଘରେ ଧାଡି ଲଗାଇଥାନ୍ତି । ହାସ୍ୟକାର ବ୍ରହ୍ମାନନ୍ଦଙ୍କ ପୁତ୍ରଙ୍କ ନାମ ଗୌତମ ଅଟେ ଏବଂ ସେ ଦକ୍ଷିଣ ଭାରତର ସୁପରଷ୍ଟାର ହୋଇ ସାରିଲେଣି । ଗୌତମ ଫୋଟୋଗ୍ରାଫର ଶ୍ରୀନିବାସ ରେଡ୍ଡୀଙ୍କ ପୁତ୍ରୀ ଜ୍ୟୋଥସ୍ମା ରେଡ୍ଡିଙ୍କ ସହ ବିବାହ କରିଥିଲେ । ବ୍ରହ୍ମାନନ୍ଦଙ୍କ ପୁତ୍ର ଗୌତମ ନିଜକୁ ଏକ ଅଭିନେତା ରୂପରେ ପ୍ରମାଣ କରିବା ପାଇଁ ବହୁତ ପରିଶ୍ରମ କରିଥିଲେ ।

ଏହା ପୂର୍ବରୁ ଗୌଥମ “ପଲ୍କୀଲୋ ପେଲିକୁଥୁରୁ” ଏବଂ “ବେରବା” ଭଳି କିଛି ଫିଲ୍ମରେ କାମ କରିଛନ୍ତି ଏବଂ ଦୁଇଟି ଫିଲ୍ମକୁ ବକ୍ସ ଅଫିସରେ ଭଲ ସଫଳତା ମିଳିଥିଲା । ଲୋକପ୍ରିୟ ହାସ୍ୟକାର ଅଭିନେତା ବ୍ରହ୍ମାନନ୍ଦଙ୍କ ପୁତ୍ର ଗୌଥମ କିଛିଦିନ ପୁର୍ବେ ଅନେକ ନୂଆ ଫିଲ୍ମରେ କାମ କରିଛନ୍ତି । ହାସ୍ୟକାର ବ୍ରହ୍ମାନନ୍ଦଙ୍କ ପୁତ୍ର ଗୌଥମ ନିଜ ପ୍ରେମିକା ଜ୍ୟୋଥସ୍ନାଙ୍କୁ ବିବାହ କରିଥିଲେ । ଗୌଥମ ପଲ୍କୀଲୋ ପେଲିକୁଥୁରୁ ଫିଲ୍ମ ସହ ନିଜର ଦକ୍ଷିଣ ଭାରତୀୟ ଫିଲ୍ମରେ ଡେବ୍ୟୁ କରିଥିଲେ କିନ୍ତୁ କିଛି ଆଶ୍ଚର୍ଯ୍ୟମୟ ଫିଲ୍ମରେ କାମ କରି ମଧ୍ୟ ନିଜର କିଛି ବିଶେଷ ପରିଚୟ ପ୍ରସ୍ତୁତ କରିପାରି ନଥିଲେ ।