ଡେଙ୍ଗୁ କାରଣରୁ ଚାଲିଗଲେ ଏହି ପ୍ରସିଦ୍ଧ ଶିଶୁ କଳାକାର, ଶୋକରେ ଭରିଗଲା ପୂରା ଇଣ୍ଡଷ୍ଟ୍ରି !

Spread the love

ଏହି ଦୁନିଆକୁ ଯିଏ ଆସିଥାଏ ତାକୁ ଦିନେ ନା ଦିନେ ନିହାତି ଯିବାକୁ ପଡ଼ିଥାଏ । ଏହା ପ୍ରକୃତିର ଏକମାତ୍ର ଚିରନ୍ତନ ସତ୍ୟ ।ଏହି କଥା ପ୍ରାୟ ସମସ୍ତଙ୍କୁ ଜଣା । ହୋଇପାରେ ଆମ ସମସ୍ତଙ୍କ ମନରେ ଆମେ ଭାବୁ ଯେ ମଣିଷ ଯେତେବେଳେ ବୃଦ୍ଧ ହୋଇଯାଏ ସେତେବେଳେ ଦୁନିଆକୁ ବିଦାୟ କହିଥାଏ । ଏମିତିରେ ଯଦି ଆପଣଙ୍କର ଅତ୍ୟନ୍ତ କମ୍ ବୟସରୁ ମୃତ୍ୟୁ ହୁଏ । ତାହେଲେ ବହୁତ ଦୁଃଖ ଲାଗିଥାଏ । ଗୋଟିଏ ପିଲାର ଜୀବନରେ ବହୁତ କିଛି ଦେଖିବାକୁ ବାକି ରହିଥାଏ । ତାର ନିଜର ଏବଂ ବାପା ମାଆଙ୍କର ଅନେକ କିଛି ସ୍ୱପ୍ନ ରହିଥାଏ । ଏମିତିରେ ଯଦି ସେ ସମୟ ପୂର୍ବରୁ ଚାଲିଯାଏ ତାହାଲେ ହୃଦୟ ଭାଙ୍ଗିଯାଏ ।ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମଧ୍ୟ ଏମିତି ଏକ ଦୁଃଖଦ ଘୋଟଣା ଘୋଟିଛି । ପ୍ରକୃତରେ ପ୍ରସିଦ୍ଧ ଶିଶୁ କଳାକାର ଗୋକୁଳ ସାଇ କୃଷ୍ଣାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଗଲା । ଗୋକୁଳ ୧୭ ଅକ୍ଟୋବରରେ ଅନ୍ତିମ ନିଶ୍ୱାସ ଛାଡ଼ିଥିଲେ ।

ଗୋକୁଳ ପସିଦ୍ଧ ସାଉଥ ଷ୍ଟାର ବାଳ କୃଷ୍ଣାଙ୍କର ନକଲ ଭଲଭାବରେ କରିପାରୁଥିଲେ । ଦୁଃଖର କଥା ଏହା ଥିଲା ଯେ ଲୋକମାନେ ଗୋକୁଳ ଙ୍କୁ ଜୁନିଅର ବାଳକୃଷ୍ଣା କହୁଥିଲେ । ଏହାବ୍ୟତୀତ ଗୋକୁଳ ପସିଦ୍ଧ ଟିଭି ରିଆଲିଟି ଶୋ ରେ ମଧ୍ୟ ବହୁତ ପ୍ରସିଦ୍ଧ ଥିଲେ । ସୂଚନା ଅନୁଯାୟୀ ଗୋକୁଳ ଙ୍କୁ ଗତ କିଛି ଦିନ ହେବ ଜ୍ଵର ହୋଇଥିଲା । ଗୋକୁଳଙ୍କ ପିତା ଯୋଗେନ୍ଦ୍ର ତାଙ୍କୁ ଏକ ପ୍ରାଇଭେଟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହା ପୂର୍ବରୁ ସେମାନେ ବେଙ୍ଗାଲୁରୁ ପହଞ୍ଚିପାରିଥାନ୍ତେ ଗୋକୁଳ ଜୀବନର ଯୁଦ୍ଧରେ ହାର ମାନିଥିଲେ । ଗୋକୁଳ ଚିତ୍ତୁର୍ ଜିଲ୍ଲାର ମଦାନାପଲ୍ଲୀର ବାସିନ୍ଦା ଥିଲେ ।

ସେଠାରେ ଲୋକଙ୍କୁ ଯେତେବେଳେ ଏହି ବିଷୟରେ ଜଣାପଡ଼ିଲା ସେତେବେଳେ ସମସ୍ତେ ଉଦାସ ହୋଇଗଲେ । ସମ୍ପୂର୍ଣ୍ଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ସମସ୍ତଙ୍କ ମୁଖରେ ଦୁଃଖ ର ଲହଡ଼ି ଖେଳିଯାଇଥିଲା । ଖାସ୍ କରି ବଳକୃଷ୍ଣା ଙ୍କୁ ଯେତେବେଳେ ଏହି ଖବର ଜଣାପଡ଼ିଲା ସେ ଅତ୍ୟନ୍ତ ଦୁଃଖିତ ହେଲେ । କେବଳ ଏତିକି ନୁହେଁ ସେ ନିଜର ଉଦାସ ଚକ୍ଷୁ ସହିତ ଗୋକୁଳ ଙ୍କ ସମ୍ବନ୍ଧିତ ଏକ ପ୍ରେସ କନଫେରେନ୍ସ ଜରିଆରେ କରିଥିଲେ । ଏଥିରେ ସେ ଗୋକୁଳ ଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସାନ୍ତ୍ବନା ଦେଇଥିଲେ । ଏହାସହିତ ଗୋକୁଳ ଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ । ଏହାବ୍ୟତୀତ ସେ ଟ୍ୱିଟ ମଧ୍ୟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ ଯେ ମୋ ପାଇଁ ମୋ ଚେହେରା ଠାରୁ ମୂଲ୍ୟବାନ ଆଉ କିଛି ନାହିଁ । ଗୋକୁଳ ମଧ୍ୟ ସେଥିମଧ୍ୟରୁ ଜଣେ ଥିଲେ। ଗୋକୁଳ ମୋର ଅତ୍ୟନ୍ତ ପ୍ରଶଂସା କରିଥିଲେ ଏବଂ ତାଙ୍କର ଯେଉଁ ଡାଇଲୋଗ ଥିଲା ତାହା ମୋତେ ଅଧିକ ଆଚମ୍ବିତ କରୁଥିଲା ।

ଏହା ସହିତ ଗୋକୁଳ ଯେଉଁ ରିଆଲିଟି ଶୋ ର ଅଂଶ ଥିଲେ, ତାର ଆୟୋଜକ ଅନୁସୂୟା ଭୋରଦ୍ୱାଜ ମଧ୍ୟ ଶିଶୁ କଳାକାର ର ମୃତ୍ୟୁରେ ଦୁଃଖ ପ୍ରକାଶ କରିଥିଲେ । ସେ ଟ୍ୱିଟ କରି କହିଥିଲେ ଯେ ମୁଁ ସଦାବେଳେ ଗୋକୁଳ ଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲି । ମୁଁ ତାଙ୍କୁ ବହୁତ ମନେପକାଇବି । ଏହା ସହିତ ଅନୁସୂୟା ଗୋକୁଳଙ୍କ ମାତା ପିତା ଙ୍କ ପାଇଁ ପ୍ରାର୍ଥନା କରି କହିଥିଲେ ଯେ ଆପଣ ତାଙ୍କ ରୋଲ ମଡେଲ ଥିଲେ । ଆପଣ ନିଜ ସନ୍ତାନର ସ୍ୱପ୍ନକୁ ପୂରା କରିବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା କରିଛନ୍ତି ।ଏହାବ୍ୟତୀତ ସାଉଥ ଇଣ୍ଡଷ୍ଟ୍ରିର କିଛି ଅନ୍ୟ ଲୋକ ମଧ୍ୟ ଗୋକୁଳଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଥିଲେ । ଗୋକୁଳ ସବୁବେଳେ ଆମ ମନରେ ଏବଂ ହୃଦୟରେ ସବୁବେଳେ ରହିବେ । ଆମେ ଈଶ୍ୱରଙ୍କ ପାଖରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ ।