ଏହି ପ୍ରସିଦ୍ଧ ଅଭିନେତ୍ରୀ ଅଳ୍ପ କିଛି ଟଙ୍କାର ଲାଳସାରେ ନିଜକୁ ସମର୍ପିତ କରି ଦେଇଥିଲେ ପରେ ଏହିଭଳି କିଛି ଅବସ୍ଥା ହୋଇଥିଲା ଯେ, ସଡକ

Spread the love

ଏହି ପ୍ରସିଦ୍ଧ ଅଭିନେତ୍ରୀ ଅଳ୍ପ କିଛି ଟଙ୍କାର ଲାଳସାରେ ନିଜକୁ ସମର୍ପିତ କରି ଦେଇଥିଲେ ପରେ ଏହିଭଳି କିଛି ଅବସ୍ଥା ହୋଇଥିଲା ଯେ, ସଡକ ଉପରେ କାନ୍ଦିବା ପାଇଁ ପଡିଥିଲା ।

ବଲିଉଡର ଲାଇମଲାଇଟରେ ଭରି ରହିଥିବା ଦୁନିଆ ଦୂରରୁ ଦେଖିବା ପାଇଁ ଯେତେ ପସନ୍ଦ ହୋଇଥାଏ, ଭିତରୁ ଦେଖିଲେ ସେତେ ଘୃଣା ଆସିଥାଏ । ଏହି ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ କଳାକାରଙ୍କୁ ଷ୍ଟାର କରିଥିବା ବେଳେ କିଛି ଷ୍ଟାରଙ୍କ ଜୀବନ ବର୍ବାଦ ମଧ୍ୟ କରିଦେଇଛି । ଏମାନଙ୍କ ମଧ୍ୟରୁ ଆଜି ଆମେ ଆପଣଙ୍କୁ ଏହିପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବା ପାଇଁ ଯାଉଛୁ, ଯାହାଙ୍କ ଯାଦୁ ଏକଦା ବଲିଉଡରେ ଚାଲିଥିଲା କିନ୍ତୁ ବଢୁଥିବା ବୟସ ସହ ତାଙ୍କର ଯାଦୁ ଫିକା ପଡିବାରେ ଲାଗିଲା । ଏହି ଅଭିନେତ୍ରୀ ଅନ୍ୟ କେହି ନୁହଁନ୍ତି, ସେ ହେଉଛନ୍ତି ପୁନମ ଢ଼ିଲୋନ ।

ପୁନମଙ୍କ ପିଲାବେଳର କଥା କହିବା ଯଦି ପୁନମଙ୍କ ଜନ୍ମ ୧୮ ଏପ୍ରିଲ ୧୯୬୨ରେ ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ହୋଇଥିଲା । ପୁନମଙ୍କ ପିତା ଭାରତୀୟ ବାୟୁ ସେନାରେ ଏୟାରକ୍ରଫ୍ଟ ଇଞ୍ଜିନିୟର ଥିଲେ, ଯାହାଫଳରେ ତାଙ୍କର ବଦଳି ହେଉଥିଲା । ପିଲାବେଳୁ ବହୁତ ସୁନ୍ଦର ଥିଲେ ପୁନମ । ପୁନମଙ୍କ ଧ୍ୟାନ ପଢ଼ାପଢ଼ି ଉପରେ ନଥିଲା କିନ୍ତୁ ସେ ଡକ୍ଟର ହେବା ପାଇଁ ଚାହୁଁଥିଲେ । ପୁନମଙ୍କ ଭାଗ୍ୟରେ କିଛି ଭିନ୍ନ ଲେଖା ହୋଇଥିଲା । ୧୯୭୭ରେ ପୁନମ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ଏହା ହିଁ ପୁନମଙ୍କ ଭାଗ୍ୟରେ ଲେଖା ହୋଇଥିଲା ।ଏହା ପରେ ପରେ ହିଁ ଲୋକେ ପୁନମଙ୍କୁ ଜାଣିବା ଆରମ୍ଭ କରିଥିଲେ । ପୁନମଙ୍କ ସୁନ୍ଦରତାର ଚର୍ଚ୍ଚା ଚାରିଆଡେ ହେବାରେ ଲାଗିଲା ।

ପୁନମଙ୍କୁ ସନ୍ନି ଦେବଲଙ୍କ ଫିଲ୍ମ ସୋନି ମହିବାଲରେ ଅଭିନୟ କରିବାର ସୁଯୋଗ ମିଳିଲା । କୁହାଯାଉଛି, ଏହି ଫିଲ୍ମର ଅଫର ପ୍ରଥମେ ଡିମ୍ପଲ କପାଡ଼ିଆଙ୍କୁ ମିଳିଥିଲା କିନ୍ତୁ ପରେ ଡିମ୍ପଲଙ୍କ ସ୍ଥାନରେ ପୁନମଙ୍କୁ ସୁଯୋଗ ମିଳିଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହୋଇଥିଲା ।ପୁନମଙ୍କ ଜୀବନ ଠିକ ରୂପରେ ଚାଲିଥିଲା ଏବଂ ସଫଳତା ପୁନମଙ୍କ ପାଦ ଚୁମିଥିଲା କିନ୍ତୁ ଠିକ ସେହି ସମୟରେ ପୁନମଙ୍କ ପିତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଯାହାଫଳରେ ପୁନମ ଡିପ୍ରେସକୁ ଚାଲିଯାଇଥିଲେ । ସୁପରଷ୍ଟାର ଅଭିନେତ୍ରୀ ହୋଇଥିବା ପୁନମ ହଠାତ ଚୁପ ହୋଇ ଯାଇଥିଲେ ।

ସମୟ ଅତିବାହିତ ହୋଇ ଚାଲିଥିଲା ଏବଂ ପୁନମଙ୍କ ଜୀବନରେ ଅଶୋକ ଠକେରିୟାଙ୍କ ଆଗମନ ହୋଇଥିଲା । ଅଶୋକ, ପିତାଙ୍କ ଶୋକରେ ଭାଙ୍ଗି ପଡିଥିବା ପୁନମଙ୍କୁ ସମ୍ଭାଳି ନେଇଥିଲେ ଏବଂ ପୁନମଙ୍କ ଜଣେ ଭଲ ବନ୍ଧୁ ପାଲଟି ଯାଇଥିଲେ । ଅଶୋକ ହୃଦୟରୁ ହିଁ ପୁନମଙ୍କୁ ପ୍ରେମ କରିବା ଆରମ୍ଭ କରି ନେଇଥିଲେ ଏବଂ ପୁନମଙ୍କୁ ପାଇବା ପାଇଁ ସେ ଧନର ସାହାରା ନେଇଥିଲେ । ସେ ପ୍ରତିଦିନ ଫୁଲଭରା ଟ୍ରକ ମଗାଇ ପୁନମଙ୍କ ପାଖକୁ ପଠାଉଥିଲେ ଏବଂ ଶୁଭ-ସକାଳର ଅଭିନନ୍ଦନ ଜଣାଉଥିଲେ ।

ଅଶୋକଙ୍କ ସମ୍ପତ୍ତି ଦେଖି ପୁନମ ନିଜକୁ ଅଶୋକଙ୍କ ନିକଟରେ ସମର୍ପିତ କରି ଦେଇଥିଲେ ଓ ଦୁହେଁ ବିବାହ କରି ନେଇଥିଲେ କିନ୍ତୁ ଭଗବାନ କିଛି ଭିନ୍ନ ଚିନ୍ତା କରିଥିଲେ ଏବଂ ବିବାହ ପରେ ଦୁହିଙ୍କ ମଧ୍ୟରେ ଝଗଡା ଲାଗିବା ଆରମ୍ଭ ହୋଇ ଯାଇଥିଲା । ଯାହାଫଳରେ ଏହି ବିବାହ ଭାଙ୍ଗି ଯାଇଥିଲା ଏବଂ ପୁନମ ନିଜ ଜୀବନର ଯୁଦ୍ଧରେ ହାରି ଯାଇଥିଲେ । ବିବାହ ଭାଙ୍ଗିବା ପରେ ପୁନମ ନିଜ ଭୁଲ ମାନିଥିଲେ ଏବଂ ମାରିନ ଡ୍ରାଇଭ ଯାଇ ବହୁତ କାନ୍ଦିଥିଲେ ।

ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିନ୍ତୁ ଓ ନିଜ ମତାମତ comment Boxରେ ଦିଅନ୍ତୁ ।